thumbnail

By

Published : Nov 10, 2020, 4:02 PM IST

ETV Bharat / Videos

ଆନନ୍ଦଆଶ୍ରମରେ କୁନି କୁନି ପିଲାଙ୍କ ସହ ଖୁସି ବାଣ୍ଟିଲେ ଆକାଶ ଦାସ ନାୟକ

ଭୁବନେଶ୍ବର: ସ୍କୁଲ କଲେଜ ବନ୍ଦ । କୋରୋନା ଛଡାଇ ନେଇଛି ପିଲାଙ୍କ ମୁହଁରୁ ହସ । ବାହାରକୁ ବାହାରିବାର ଅବକାଶ ନାହିଁ । ସଭିଏଁ ଜିଉଁଛନ୍ତି ଗୃହବନ୍ଦୀର ଜୀବନ । ଏମିତି ଏକ ସଙ୍କଟପୂର୍ଣ୍ଣ ସମୟରେ ପିଲାଙ୍କ ମୁହଁରେ ହସ ବାଣ୍ଟିବା ପାଇଁ ଆଗେଇ ଆସିଛନ୍ତି ଅଭିନେତା ତଥା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ । ଭୁବନେଶ୍ବରର ଡମଣାଛକ ସ୍ଥିତ ଶ୍ରୀମା ଆନନ୍ଦ ଆଶ୍ରମର କୁନି କୁନି ପିଲାଙ୍କ ସହ ଭିଡିଓ କଲ୍ ମାଧ୍ୟମରେ ବାର୍ତା ବିନିମୟ କରିବା ସହିତ ସେମାନଙ୍କ ସହ ନିଜର ଖୁସୀ ବାଣ୍ଟିଛନ୍ତି । ଭିଡିଓ କଲ୍ ମାଧ୍ୟମରେ ନିଜର ପ୍ରିୟ ଅଭିନେତାଙ୍କୁ ପାଖରେ ପାଇ ପିଲାଙ୍କ ଖୁସୀ କହିଲେ ନସରେ । ଏହି ଅବସରରେ ପିଲାମାନଙ୍କୁ ନିଜ ଜୀବନର ଛୋଟ ଛୋଟ ଘଟଣା ଓ ଅନୁଭୂତି ସହିତ ତାଙ୍କ ବାସ୍ତବ ଜୀବନର ନାୟକ ସହିଦ ଭଗତ ସିଂହଙ୍କ ବଳିଦାନର କାହାଣୀ ଶୁଣାଇଥିଲେ ଆକାଶ । ଯାହା ପିଲାମାନଙ୍କୁ ବିଶେଷ ଭାବେ ଅନୁପ୍ରାଣିତ କରିଥିଲା । ପିଲାମାନେ ଆଗ୍ରହର ସହିତ ଆକାଶଙ୍କଠାରୁ କାହାଣୀ ଶୁଣିଥିଲେ ଏବଂ ସେ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ପିଲାମାନଙ୍କ ସବୁ ପ୍ରଶ୍ନର ଉତ୍ତର ଦେବା ସହ ସେମାନଙ୍କ ମନର କୌତୂହଳ ଦୂର କରିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.