thumbnail

By

Published : Mar 12, 2022, 8:13 PM IST

Updated : Feb 3, 2023, 8:19 PM IST

ETV Bharat / Videos

Municipal Poll: ଆରମ୍ଭ ହେଲାଣି ପ୍ରଚାର, ଘର ଘର ବୁଲୁଛନ୍ତି ନେତା

ଅନୁଗୋଳ: ପୌର ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଯଦିଓ ଆସନ୍ତା ୧୪ତାରିଖ ଠାରୁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ ହେବ କିନ୍ତୁ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହ ଘର ଘର ବୁଲି ପ୍ରଚାର କରୁଛନ୍ତି । ସହର ସାରା ଦଳୀୟ ପତାକା, ପୋଷ୍ଟର ଏବଂ ବ୍ୟାନର ଦେଖିବାକୁ ମିଳୁଛି । ଅନୁଗୋଳ ମ୍ୟୁନିସିପାଲିଟିରେ ବିଜେଡି ଓ ବିଜେପିର ଚେୟାରମ୍ୟାନ ପ୍ରାର୍ଥୀ ସେମାନଙ୍କ ସମର୍ଥକ ଏବଂ ବିଭିନ୍ନ ୱାର୍ଡର କାଉନସିଲରଙ୍କୁ ଧରି ଘର ଘର ବୁଲି ଭୋଟରଙ୍କୁ ଭୋଟ ମାଗୁଛନ୍ତି। ବିଜେଡି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ବୁଝାଉଛନ୍ତି । ସେହିପରି ବିଜେପିର ପ୍ରାର୍ଥୀମାନେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳତାକୁ ପାଥେୟ କରି ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ କରୁଛନ୍ତି। ବିଜେଡି ପକ୍ଷରୁ ବିଭିନ୍ନ ୱାର୍ଡରେ ପଥପ୍ରାନ୍ତ ସଭା ଓ ଶୋଭାଯାତ୍ରା କରାଯାଉଥିବାବେଳେ ବିଜେପି ସେଭଳି ନକରି କେବଳ ଘର ଘର ବୁଲି ପ୍ରଚାର କରୁଛି । ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ
Last Updated : Feb 3, 2023, 8:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.