ସେନସେକ୍ସ 258 ପଏଣ୍ଟ ସୁଦୃଢ, ନିଫ୍ଟି 11,600 ଡେଇଁଲା
🎬 Watch Now: Feature Video
ମୁମ୍ବାଇ: ବିଦେଶୀ ମୁଦ୍ରା ପ୍ରବାହ ଜାରି ରହିବା ମଧ୍ୟରେ ଏଚଡିଏଫସି ବ୍ୟାଙ୍କ, ଇମ୍ଫୋସିସ ଓ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସେୟାରରେ ବୃଦ୍ଧି ସହ ପୁଞ୍ଜି ବଜାରରେ ବୃଦ୍ଧି ଦେଖାଦେଇଛି । ବିଏସଇ ସେନସେକ୍ସ ବୁଧବାର 258.50 ପଏଣ୍ଟ ବୃଦ୍ଧି ହୋଇ 39,302.85 ରେ ପହଞ୍ଚିଥିଲାବେଳେ ଏନଏସଇ ନିଫ୍ଟି 82.75 ପଏଣ୍ଟ ଉଛୁଳି 11,604.55ରେ ବନ୍ଦ ହୋଇଛି । ସେନସେକ୍ସ ସେୟାରରେ ସର୍ବାଧିକ ଲାଭ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ହୋଇଛି । ଏଥିରେ 4 ପ୍ରତିଶତରୁ ଅଧିକ ବୃଦ୍ଧି ଦେଖାଦେଇଛି ।