ମାର୍କେଟ ରାଉଣ୍ଡଅପ: 4 ଦିନର ବଜାର ବୃଦ୍ଧିରେ ଲାଗିଲା ବ୍ରେକ, ରେକର୍ଡ କଲା ଡିଜେଲ - ସେନସେକ୍ସ ହ୍ରାସ
🎬 Watch Now: Feature Video
ନୂଆଦିଲ୍ଲୀ: ସେୟାର ବଜାରରେ 4 ଦିନର ଲଗାତାର ବୃଦ୍ଧିରେ ଲାଗିଲା ବ୍ରେକ । ବୁଧବାର ସେନସେକ୍ସ 561.45 ପଏଣ୍ଟ ଓ ନିଫ୍ଟି 165.70 ହ୍ରାସ ସହ ବନ୍ଦ ହେଲା କାରବାର । ସେପଟେ ଭାରତ ଇତିହାସରେ ପ୍ରଥମ ଥର ଡିଜେଲ ଦାମ ପେଟ୍ରୋଲ ଠାରୁ ମହଙ୍ଗା ହୋଇଛି । ଲଗାତାର 18 ଦିନ ଧରି ଡିଜେଲ ଦାମ ବୃଦ୍ଧି ହୋଇଥିଲା ବେଳେ ଆଜି ପେଟ୍ରୋଲ ଦାମ ସ୍ଥିର ରହିଛି । ସେହିପରି କୋରୋନା ସଙ୍କଟ ମଧ୍ୟରେ ପୁଣି ସୁନା ଦାମ ବୃଦ୍ଧି ପାଇ ନୂଆ ରେକର୍ଡ ସୃଷ୍ଟି କରିଛି ।