ମାର୍କେଟ ରାଉଣ୍ଡଅପ: ରେଡ ଆଲର୍ଟରେ ବନ୍ଦ ବଜାର, 80 ଟପିଲା ଡିଜେଲ - ମାର୍କେଟ ଅପଡେଟ
🎬 Watch Now: Feature Video
ମୁମ୍ବାଇ: ଗୁରୁବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର ପ୍ରମୁଖ ସୂଚକାଙ୍କ ସେନସେକ୍ସ 26.88 ପଏଣ୍ଟ ଖସି 34,842.10ରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 16.40 ପଏଣ୍ଟ କମି 10,288.90 ସ୍ତରରେ କାରବାର ବନ୍ଦ କରିଛି । ସେପଟେ ସମଗ୍ର ଦେଶରେ ଗୋଟିଏ ଦିନର ବ୍ରେକ ପରେ ପୁଣି ପେଟ୍ରୋଲ ଦାମ ବୃଦ୍ଧି ପାଇଛି । ଯେତେବେଳେ କି ଡିଜେଲ ଦାମ ଲଗାତାର 19 ଦିନ ବଢିଚାଲିଛି ।