ଦୁର୍ଗାପୂଜା ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ, ଶୁଣନ୍ତୁ କ'ଣ କହୁଛନ୍ତି କଟକ ଡିସିପି - ସ୍ବତନ୍ତ୍ର ସାକ୍ଷାତକାରରେ କଟକ ଡିସିପି ପ୍ରତୀକ ସିଂହ
🎬 Watch Now: Feature Video
କଟକ:ଦୁର୍ଗାପୂଜା ପାଇଁ ପ୍ରସ୍ତୁତ କଟକ କମିଶନରେଟ ପୋଲିସ। ଚଳିତବର୍ଷ କୋଭିଡ କଟକଣା ପାଇଁ ନିରାଡ଼ମ୍ବର ଭାବରେ ପୂଜା କରାଯିବ। ବିଶେଷକରି କୌଣସି ମଣ୍ଡପରେ ଡ଼ାକବାଜି ଯନ୍ତ୍ର,କିମ୍ବା ସାଜସଜା କରାଯିବ ନାହିଁ। ସମସ୍ତ ମଣ୍ଡପ ଆଗରେ ପରଦା ଟାଣିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ମଣ୍ଡପ ଆଗରେ ଯେପରି ଭିଡ଼ ନଜମେ,ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସହରରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯିବ। ୧୦୦ ଅଫିସରଙ୍କୁ ବାହାରୁ ଅଣାଯାଇଛି। ତେବେ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳା ଭାବରେ ପରିଚାଳନା କରିବାକୁ କମିଶନରେଟ ପୋଲିସ କେତେ ପ୍ରସ୍ତୁତ, ସେନେଇ ETV BHARAT କୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି କଟକ ଡିସିପି ପ୍ରତୀକ ସିଂହ। ଶୁଣନ୍ତୁ ସେ କ'ଣ କହୁଛନ୍ତି...