Municipal Election: ଶେଷ ଦିନରେ ବିଜେପିର ମାରାଥାନ ପ୍ରଚାର - ରାଜ୍ୟ ବିଜେପିର ପୌର ନିର୍ବାଚନ ପ୍ରଚାର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14801089-thumbnail-3x2-kdp.jpg)
କେନ୍ଦ୍ରାପଡା: ପୌର ନିର୍ବାଚନକୁ ନେଇ ଚଳଚଞ୍ଚଳ ସହର ରାଜନୀତି । ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ପ୍ରାର୍ଥୀ କରୁଛନ୍ତି ଜୋରଦାର ପ୍ରଚାର । ତେବେ ଶେଷ ଦିନରେ ପ୍ରଚାର ହୋଇଥିବା ବେଳେ କେନ୍ଦ୍ରାପଡାରେ ବିଜେଡି ଓ ବିଜେପି ଆଜି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ବିଜେପି ପକ୍ଷରୁ ଅଭିନେତ୍ରୀ କେନ୍ଦ୍ରପଡାର ସମସ୍ତ ୨୧ଟି ୱାର୍ଡର କାଉନସିଲର ପ୍ରାର୍ଥୀଙ୍କ ସମେତ ପୌରାଧ୍ୟକ୍ଷା ପ୍ରାର୍ଥୀନୀଙ୍କ ପାଇଁ ପ୍ରଚାର କରିଛନ୍ତି । ତେବେ ଦୀର୍ଘ ୧୧ ବର୍ଷ ପରେ କେନ୍ଦ୍ରାପଡାରେ ପୌର ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ କିଏ ସର୍ବ ପୁରାତନ ପୌର ପରିଷଦର ଶାସନ ଡୋର ଧରିବ ତାହାକୁ ନେଇ ଚର୍ଚ୍ଚା ଚାଲିଛି । ଅନ୍ୟପଟେ ବିଜେଡିର ଦୁର୍ନୀତି, ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ସହ ଡ୍ରେନେଜ ଓ ଶୌଚାଳୟ ଆଦି ପ୍ରଦାନରେ ଅବହେଳା କରିଥିବାରୁ ବିଜେଡି ଉପରେ ଲୋକ ଆସ୍ଥା ନରଖି ପରିବର୍ତ୍ତନ କରାଇବେ ବୋଲି ଆଶାବ୍ୟକ୍ତ କରିଛି ବିଜେପି । ପ୍ରଚାର ଶେଷ ଦିନରେ ପ୍ରାର୍ଥୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କେନ୍ଦ୍ରାପଡା ପ୍ରତିନିଧି ରାଧାକାନ୍ତ ମହାନ୍ତି ।
Last Updated : Feb 3, 2023, 8:20 PM IST