କଟକ ପୌର ନିର୍ବାଚନରେ ବିଜେଡି କରିବ କ୍ଲିନସୁଇପ: ଦେବାଶିଷ

By

Published : Feb 26, 2022, 12:35 PM IST

Updated : Feb 3, 2023, 8:17 PM IST

thumbnail
କଟକ: କଟକ ମହାନଗର ନିଗମ ପାଇଁ ଅଣ୍ଟା ଭିଡ଼ିଲା ବିଜେଡି । 59 ଟି ୱାର୍ଡରୁ 45ରୁ ଊର୍ଦ୍ଧ୍ବ ୱାର୍ଡରେ ବିଜେଡି଼ ବାଜିମାତ କରିବ। ଏନେଇ ସମସ୍ତ ବ୍ଲୁ ପ୍ରିଣ୍ଟ ଶେଷ ହୋଇଛି । ପଞ୍ଚାୟତ ନିର୍ବାଚନ ପରେ ପରେ ମହାନଗର ନିଗମ ନିର୍ବାଚନ ହେବା ନେଇ ଆଭାସ ମିଳୁଥିଲା । ସେହି ଅନୁସାରେ ଦଳ ତୃଣମୂଳ ସ୍ତରରେ ମଜବୁତ ପ୍ରକ୍ରିୟା ଆରମ୍ଭ କରିଥିଲା ବିଜୁ ଜନତା ଦଳ । ତେବେ ଆସନ୍ତା ମାର୍ଚ୍ଚ 24 ରେ ମହାନଗର ନିଗମ । ଏହାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବେ ସେ ହିଁ ପ୍ରାର୍ଥୀ ହେବ । ବିଜେଡି଼ ଆସନ୍ତା ପୌର ନିର୍ବଚନ ବିଜେଡି଼ ହିଁ କବଜା କରିବ ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ବିଜେଡି଼ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.