ପାଇଖାନାରୁ ବାହାରିଲା ବିରାଟକାୟ କିଙ୍ଗ କୋବ୍ରା, ଦେଖନ୍ତୁ ଭିଡି଼ଓ - ଭାଇଜାଗ
🎬 Watch Now: Feature Video
ଅମରାବତୀ: ଆନ୍ଧ୍ରପ୍ରଦେଶ ବିଶାଖାପାଟନମ ଜିଲ୍ଲାରେ ମାରେପଲ୍ଲୀ ଗ୍ରାମରେ ଭୟାନକ ଘଟଣା । ପାଇଖାନାରୁ ବାହାରିଲା ବିରାଟକାୟ କିଙ୍ଗ କୋବ୍ରା । ଯାହାର ଲମ୍ବା ପ୍ରାୟ ୧୩ ଫୁଟ ହେବ ବୋଲି ଜଣାପଡ଼ିଛି । ଖବରଟି ଜଣାପଡ଼ିବା ପରେ ଏହି ବିରଳ, ବିଷଧର ସାପର ଝଲକ ନେବା ପାଇଁ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କର ଜମିଥିଲା ଭିଡ଼ । ସାପଟିକୁ ଉଦ୍ଧାର କରିବା ପାଇଁ ଆନ୍ଧ୍ରପ୍ରଦେଶ ଜଙ୍ଗଲ ବିଭାଗକୁ ସୂଚନା ଦିଆଯାଇଥିଲା । ପ୍ରାୟ ୨ ଘଣ୍ଟା ପରେ ଏହି ବିରାଟକାୟ ସାପଟିକୁ କାବୁ କରିବାରେ ସକ୍ଷମ ହୋଇଥିଲା ଉଦ୍ଧାରକାରୀ ଟିମ । ୱାଇଲ୍ଡଲାଇଫ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ପ୍ରଜାତିର ସାପ ଏସିଆର ପୂର୍ବ ଓ ଦକ୍ଷିଣାଞ୍ଚଳରେ ଦେଖାଯାଇଥାଏ । ଏହି କିଙ୍ଗ କୋବ୍ରା ଖାଦ୍ୟ ଭାବେ କେବଳ ଅନ୍ୟ ଛୋଟ ସାପଗୁଡ଼ିକୁ ଖାଇଥାଏ । ବର୍ଷକୁ ପ୍ରାୟ ୩୫୦ ସାପକୁ ଖାଇଥାଏ ଏହି ବିରାଟକାୟ ସାପ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Oct 14, 2021, 3:58 PM IST