ମଇଁଷି ଦୌଡରେ ଭାଗ ନେଇ ଇତିହାସ ରଚିଲେ ନାବାଳିକା - କର୍ଣ୍ଣଟାକ ମଇଁଷି ଦୌଡ

🎬 Watch Now: Feature Video

thumbnail

By

Published : Mar 5, 2021, 5:23 PM IST

ବେଙ୍ଗାଲୁରୁ: ଦକ୍ଷିଣ- ପଶ୍ଚିମ ରାଜ୍ୟ କର୍ଣ୍ଣାଟକରେ ପାରମ୍ପରିକ କମ୍ବାଲା ବା ମଇଁଷି ଦୌଡ ଅନୁଷ୍ଠିତ ହୋଇଛି । ପରମ୍ପରା ଅନୁସାରେ, ଏହା ସ୍ଥାନୀୟ ତୁଲୁଭା ଜମି ମାଲିକଙ୍କ ତତ୍ତ୍ବାବଧାନରେ ଦକ୍ଷିଣ କନ୍ନଡ ଏବଂ ଉଦୁପି ଭଳି ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରତିବର୍ଷ ଆୟୋଜିତ ହୋଇଥାଏ । ଏହି ପ୍ରତିଯୋଗିତାରେ ପାଣି ଥିବା ଏକ ସରୁ ଧାନ ଜମିରେ ମଇଁଷିମାନଙ୍କୁ ଛଡାଯାଇଥାଏ ଏବଂ ଜଣେ କୃଷକ ମଇଁଷିଙ୍କ ଗତି ବୃଦ୍ଧି କରିବାକୁ ପଛରୁ ବାଡେଇଥାନ୍ତି । କର୍ଣ୍ଣାଟକରେ ଏହି ଖେଳଟି ଛୋଟରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ବେଶ୍ ଆଦୃତ । ମାତ୍ର ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଜଣେ ଛୋଟ ଝିଅ ଅଂଶଗ୍ରହଣ କରି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି । କମ୍ବାଲାରେ ଚିତ୍ରା ନାମକ ଏହି ଝିଅଟି ଭାଗ ନେବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.