thumbnail

ସୁଶାନ୍ତ ଆତ୍ମହତ୍ୟା ମାମଲା: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କଲେ ବଡ ଭାଇ

By

Published : Aug 19, 2020, 4:59 PM IST

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଧିରେ ଧିରେ ବଢିବାରେ ଲାଗିଛି । ଏହାସହ ସୁପ୍ରିମକୋର୍ଟରେ ମଧ୍ୟ ସୁଶାନ୍ତ ଆତ୍ମହତ୍ୟା ମାମଲାର ଯାଞ୍ଚ ପାଇଁ ସିବିଆଇକୁ ଅନୁମତି ଦେଇଛନ୍ତି । ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସୁଶାନ୍ତଙ୍କ ଭାଇ ତଥା ବିଜେପି ବିଧାୟକ ନୀରଜ କୁମାର ବବଲୁ ସ୍ବାଗତ କରିଛନ୍ତି । ବଡ ଭାଇ ବିଧାୟକ ନୀରଜ କୁମାର ବବଲୁ ଏହି ନିଷ୍ପତ୍ତିକୁ ସ୍ବାଗତ କରି କହିଛନ୍ତି ଯେ ଏହା କୋଟି କୋଟି ଭାରତୀୟଙ୍କ ବିଜୟ । ଏହି ନିଷ୍ପତ୍ତି ସହିତ କୋଟି କୋଟି ଲୋକ ଆଶା କରୁଛନ୍ତି ଯେ ସୁଶାନ୍ତଙ୍କୁ ବର୍ତ୍ତମାନ ନ୍ୟାୟ ମିଳିବ । ଏଥିସହ ଏହି ଅଭିଯାନରେ ସିବିଆଇ ତଦନ୍ତ ପାଇଁ ସ୍ବର ଉତ୍ତୋଳନ କରିଥିବା ଗଣମାଧ୍ୟମ କର୍ମଚାରୀ ଓ ନ୍ୟୁଜ୍ ଚ୍ୟାନେଲକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ନୀରଜ କୁମାର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.