ସରକାର ନିଜ ଲୋକଙ୍କ ଉପରେ କରୁଛନ୍ତି ସର୍ଜିକାଲ ଷ୍ଟ୍ରାଇକ: କପିଲ ସିବଲ - sumer singh solanki
🎬 Watch Now: Feature Video
ନୂଆଦିଲ୍ଲୀ: ଦିଲ୍ଲୀରେ ଥମିଛି ହିଂସା । ହେଲେ ସଂସଦରେ ଏହାର ତାତିକୁ ବେଶ ଅନୁଭବ କରିହେଉଛି । ସଂସଦରେ ଜାରି ରହିଥିବା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ଦିଲ୍ଲୀ ହିଂସାର ଝଡ ଦେଖିବାକୁ ମିଳିଛି । ହିଂସାକୁ ନେଇ ବାରମ୍ବାର ସରକାରଙ୍କୁ ଘେରିବାରେ ଲାଗିଛି ବିରୋଧୀ କଂଗ୍ରେସ । ଦିଲ୍ଲୀ ହିଂସା ଉପରେ ରାଜ୍ୟସଭାରେ ଚାଲିଥିବା ଚର୍ଚ୍ଚା ସମୟରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ବିରଷ୍ଠ ନେତା କପିଲ ସିବଲ ।