ବରଫରେ ଆଚ୍ଛାଦିତ ପର୍ବତର ମଜା ନେଉଛି ତୁଷାର ଚିତା - ତୁଷାର ଚିତା
🎬 Watch Now: Feature Video
ସିମଲା: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯାହା ସମସ୍ତଙ୍କୁ ଆକୃଷ୍ଟ କରୁଛି । ଏହି ଭିଡିଓରେ ଧଳା ଚଦରରେ ଆସ୍ତରଣ ଥିବା ପର୍ବତ ଉପରେ ତୁଷାର ଚିତା ବୁଲୁଥିବାର ଦେଖିବାକୁ ମିଳିଛି । ଏଦୃଶ୍ୟ ହେଉଛି ହିମାଚଳ ପ୍ରଦେଶର ଲାହଲ-ସ୍ପିଟି ଅଞ୍ଚଳର । ଏହି ଚିତାବାଘ ବେଳେବେଳେ ଦେଖିବାକୁ ମିଳନ୍ତି । ବର୍ତ୍ତମାନ ଶୀତ ଋତୁ ହୋଇଥିବାରୁ ବରଫରେ ଆଚ୍ଛାଦିତ ହୋଇଛି ହିମାଚଳ ପ୍ରଦେଶର ପର୍ବତମାଳା । ଆଉ ଏହି ବରଫ ପର୍ବତରୁ ବାହାରି ତଳମୁହାଁ ହୁଅନ୍ତି ତୁଷାର ଚିତା । ତୁଷାରପାତ ହେତୁ ତୁଷାର ଚିତାବାଘ ନିଜର ଶିକାର ପାଇଁ ତଳକୁ ଆସନ୍ତି । ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ଲାହଲ୍ ଏବଂ ସ୍ପିଟି, କନୌର, ପାଙ୍ଗି, ଚାମ୍ବାରେ 49 ଟି ତୁଷାର ଚିତାବାଘ ଅଛନ୍ତି ।