ଠାକରେ ପରିବାର ଯାହା କୁହନ୍ତି ତାହା କରନ୍ତି: ଅରବିନ୍ଦ ସାୱନ୍ତ - କେନ୍ଦ୍ରମନ୍ତ୍ରୀ ମଣ୍ଡଳ
🎬 Watch Now: Feature Video
ନୂଆଦିଲ୍ଲୀ: ତୁଟିଲା 30 ବର୍ଷର ସମ୍ପର୍କ । କ୍ଷମତା ପାଇଁ ଶିବସେନା-ବିଜେପି ଉଭୟ ଉଭୟଙ୍କ ହାତ ଛାଡିଛନ୍ତି । ମହାରାଷ୍ଟ୍ର କ୍ଷମତା ପାଇଁ ବିଜେପି-ଶିବସେନା ମଧ୍ୟରେ ଅଙ୍କ ନଛିଡିବାରୁ ଉଭୟ ଦଳ ସବୁ ସମ୍ପର୍କ ଛିନ୍ନ କରିଛନ୍ତି । ଆଉ ଏହାର ପ୍ରଥମ ପ୍ରଭାବ ପଡିଛି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ । ଶିବସେନାରୁ ଏକ ମାତ୍ର ସାଂସଦ ଭାବେ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ଅରବିନ୍ଦ ସାୱନ୍ତ ଆଜି ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି ।