74ତମ ସ୍ବାଧୀନତା ଦିବସ: ଲାଲକିଲ୍ଲାରୁ ଉଡିଲା ତ୍ରିରଙ୍ଗା

By

Published : Aug 15, 2020, 3:49 PM IST

thumbnail
ନୂଆଦିଲ୍ଲୀ: ଆଜି ଦେଶ 74 ତମ ସ୍ବାଧୀନତା ଦିବସ ପାଳନ କରୁଛି । ଯାହାକୁ ନେଇ ଉତ୍ସବମୁଖର ସାରା ଦେଶ । ଦିଲ୍ଲୀରୁ ପଲ୍ଲୀ ସମସ୍ତେ ସ୍ବାଧୀନତାର ଉତ୍ସବ ମନାଉଛନ୍ତି । ଏହି ଅବସରରେ ପିଏମ ମୋଦି ସକାଳ ପ୍ରାୟ 7.30 ସମୟରେ ଲାଲକିଲ୍ଲାର ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏଥର ପିଏମ ପତାକା ଉତ୍ତୋଳନ କରିବାରେ ମୋଦି ଚତୁର୍ଥ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି । ମେଜର ଶ୍ବେତା ପାଣ୍ଡେ ଜାତୀୟ ପତାକା ଉତ୍ତୋଳନ ସମୟରେ ପିଏମଙ୍କ ସହଯୋଗ କରିଥିଲେ । ସକାଳ 7ଟା ମୋଦି ରାଜଘାଟରେ ପହଞ୍ଚି ସେଠାରେ ଶ୍ରଦ୍ଧାଞ୍ଜଳୀ ଦେବା ପରେ 7ଟା 18 ବେଳକୁ ଦିଲ୍ଲୀ ଲାହୋର ଗେଟରେ ପହଞ୍ଚିଥିଲେ । ସେଠାରେ ସେ ପ୍ରତିରକ୍ଷାମନ୍ତ୍ରୀ ଓ ସଚିବ ତାଙ୍କୁ ସ୍ବାଗତ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ସକାଳ ପ୍ରାୟ 07ଟା 30ରେ ଜାତୀୟ ସଙ୍ଗୀତ ଗାନ ସହ ୨୧ ତୋପ ସଲାମୀ ମଧ୍ୟରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.