ଦୃଢ ହେବ ଅହମ୍ମଦାବାଦ-ସୁରଟ ମଧ୍ୟରେ ଯୋଗାଯୋଗ, ମେଟ୍ରୋ ରେଳ ପ୍ରକଳ୍ପର ଭୂମିପୂଜା କଲେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
🎬 Watch Now: Feature Video
ନୂଆଦିଲ୍ଲୀ: ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟ ଓ ସୁରଟ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସୋମବାର ଭୂମିପୂଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସି ମାଧ୍ୟମରେ ସମୟ 10ଟା ବାଜି 30 ମିନିଟରେ ଏହି କାର୍ଯ୍ୟକ୍ରମ ହୋଇଛି । ଆଜି(ସୋମବାର) ଗୁଜୁରାଟର ସହରାଞ୍ଚଳବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହୋଇଥିବା ଦୁଇଟି ପ୍ରକଳ୍ପ ନିମନ୍ତେ ବହୁତ ଗୁରୁତ୍ବପୂର୍ଣ୍ଣ ଦିନ । ଏହି ଦୁଇଟି ମେଟ୍ରୋ ପ୍ରକଳ୍ପ ସମ୍ପୃକ୍ତ ସହରମାନଙ୍କରେ ପରିବେଶ ଅନୁକୂଳ ‘ସର୍ବସାଧାରଣ ଦ୍ରୁତଗାମୀ ପରିବହନ ବ୍ୟବସ୍ଥା’ ଯୋଗାଇଦେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।