ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ନିର୍ମାଣ ସ୍ଥଳରେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ ଭିଡିଓ... - ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ନିର୍ମାଣ ସ୍ଥଳ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-13189968-thumbnail-3x2-pm.jpg)
ନୂଆଦିଲ୍ଲୀ: ସକାଳୁ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତିନି ଦିନିଆ ଆମେରିକା ଯାତ୍ରାରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ରବିବାର ରାତିରେ ଅଚାନକ ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପ ସ୍ଥଳରେ ପହଞ୍ଚି ସଂସଦ ଗୃହର ନୂତନ କୋଠା ନିର୍ମାଣକୁ ଏକ ଘଣ୍ଟା ଯାଞ୍ଚ କରିଥିଲେ । ସେଠାରେ କୌଣସି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ନଥିଲା କିମ୍ବା ନିର୍ମାଣ ସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ ପାଖରେ ଏନେଇ କୌଣସି ଖବର ନଥିଲା। ଯେତେବେଳେ ରାତି ପ୍ରାୟ ୯ଟା ବେଳେ ପ୍ରଧାନମନ୍ତ୍ରୀ ମୋଦି ଅଚାନକ ସଂସଦର ନୂତନ କୋଠାର ନିର୍ମାଣ କାର୍ଯ୍ୟ ବିଷୟରେ ଜାଣିବାକୁ ଆସିଥିଲେ, ସେଠାରେ ଉପସ୍ଥିତ ଶ୍ରମିକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।