୪ ମହଲାରୁ ଡେଇଁ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ, ଦେଖନ୍ତୁ ଭିଡିଓ

🎬 Watch Now: Feature Video

thumbnail

By

Published : Sep 2, 2021, 2:11 PM IST

ଗାନ୍ଧୀନଗର: ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ଅଭାବନୀୟ ଘଟଣା । ହସ୍ପିଟାଲର ୪ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ବ୍ୟକ୍ତି । ଲାଇଭ ଭିଡିଓ କଲେ ଦେଖାଣାହାରୀ । ଏହି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ବ୍ୟକ୍ତି ଜଣଙ୍କ କିଛି ସମୟ ଠିଆ ହେବା ପରେ ୪ ମହଲା ତଳକୁ ଡେଇଁ ପଡିଥିଲେ । ହେଲେ ସେ ଭୂଇଁରେ ନପଡି ଏକ ଆଜବେଷ୍ଟ ଉପରେ ପଡିବାରୁ କିଛି ଲୋକ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ତେବେ ବ୍ୟକ୍ତି ଜଣଙ୍କ କାହିଁକି ଏପରି ଉଦ୍ୟମ କଲେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଯୁବକ ଜଣଙ୍କ ନରେଶ ସୋଲାନି ବୟସ ୩୫ ବୋଲି ଜଣାପଡିଛି । ତେବେ ଯୁବକ ଜଣଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦେଖନ୍ତୁ ସେହି ସମୟରେ ସେହି ଛାତିଥରା ଦୃଶ୍ୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.