ଭାଇଜାଗ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ଜଣେ ମୃତ, ନିଆଁ ଲିଭା କାର୍ଯ୍ୟରେ 12 ଦମକଳ ବାହିନୀ ନିୟୋଜିତ - fire breaks

🎬 Watch Now: Feature Video

thumbnail

By

Published : Jul 14, 2020, 1:25 PM IST

ଅମରାବତୀ: ଭୟାବହ ଅଗ୍ନିକାଣ୍ଡ। ଆନ୍ଧ୍ରପ୍ରଦେଶ ଭାଇଜାଗ ଜିଲ୍ଲାର ଏକ କେମିକାଲ କମ୍ପାନୀରେ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି । ନିଆଁ ପ୍ରଖରତା ଅତ୍ୟଧିକ ଥିବାରୁ ନିକଟରେ ରହୁଥିବା ଲୋକମାନେ ଏହାର ପ୍ରଚଣ୍ଡ ବିସ୍ଫୋରଣ ଶୁଣିଥିଲେ ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡରେ ଗୁରୁତର ଲୋକଙ୍କୁ ଗାଜୁବାକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ବ୍ୟତୀତ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଚାଲିଛି। ଅଗ୍ନିଶମ ବାହିନୀ ବ୍ୟତୀତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଳମ୍ବ ନକରି ଆହତମାନଙ୍କୁ ଡାକ୍ତରଖାନାକୁ ପଠାଇବା ପାଇଁ କାର୍ଯ୍ୟ ଚାଲିଛି। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର 12ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଛି। ବିସ୍ଫୋରଣ ଓ ନିଆଁ ଦେଖିବା ପରେ ସ୍ଥାନୀୟ ଲୋକମାନେ ଘରୁ ବାହାରି ଆସିଥିଲେ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.