ଗେହଲଟଙ୍କ ପାଖକୁ ଫେରିବେ ସଚିନ ପାଇଲଟ !
🎬 Watch Now: Feature Video
ଜୟପୁର: ଗତ 24 ଦିନ ଧରି ରାଜସ୍ଥାନରେ ହାଇ ଭୋଲଟେଜ୍ ରାଜନୈତିକ ଡ୍ରାମା ଜାରି ରହିଛି । ଏହି ରାଜନୈତିକ ଖେଳର ସ୍ଥିତି ଦିନକୁ ଦିନ ବଦଳୁଥିବା ଦେଖିବାକୁ ମିଳୁଛି । ତେବେ ବୁଧବାର କଂଗ୍ରେସ ସହ ବିଏସପି ବିଧାୟକଙ୍କ ମିଶ୍ରଣକୁ ନେଇ ଦାଖଲ ହୋଇଥିବା ପିଟିସନ ବାବଦରେ ବାଚସ୍ପତି ସିପି ଜୋଶୀଙ୍କୁ ନୋଟିସ ଜାରି କରାଯାଇଛି। ଏନେଇ ଉଭୟ ଦଳ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଲଗାଉଛନ୍ତି । ଗୋଟିଏ ପଟେ ଗେହଲଟ୍ ଶିବିରର ବିଧାୟକମାନେ ଏବେ ବିଦ୍ରୋହୀ ମନୋଭାବ ଦେଖାଉଛନ୍ତି । ଅନ୍ୟପଟେ ଫେରିବାକୁ ଚାହୁଁଥିବା ବିଦ୍ରୋହୀ ବିଧାୟକମାନଙ୍କୁ ଆଲିଙ୍ଗନ କରିବା କଥା କହୁଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ତେବେ ବିଦ୍ରୋହୀ ବିଧାୟକ କଂଗ୍ରେସକୁ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ବିରୋଧ କରୁଛନ୍ତି ବୋଲି ବିଧାୟକ ବେଦ ସୋଲଙ୍କି, ହେମରାମ ଚୌଧୁରୀ ଏବଂ ଇନ୍ଦ୍ରଜ ଗୁରୁଜାର ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ।