ବିହାର ନିର୍ବାଚନ: ମତଦାନ ପାଇଁ ଅସ୍ଥାୟୀ କାଠପୋଲ ନିର୍ମାଣ କଲେ ଗ୍ରାମବାସୀ - Locals make temporary bridge in Darbanga for vote
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9467104-thumbnail-3x2-bihar.jpg)
ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ହେଲେ ଏଥିପାଇଁ ଅସ୍ଥାୟୀ କାଠ ପୋଲରେ ନଦୀ ଅତିକ୍ରମ କରି ମତଦାନ ପାଇଁ ଆସୁଛନ୍ତି ମତଦାତା । ଏ ଭଳି ଘଟଣା ଦେଖିବାକୁ ମିଳିଛି ବିହାରର ଦରଭଙ୍ଗା ଜିଲ୍ଲାରେ । ସୂଚନା ଥାଉକି ବିହାରର ଦରଭଙ୍ଗା ଜିଲ୍ଲାର ଏକ ଗାଁରେ ପୋଲିଂ ଷ୍ଟେସନ ବା ମତଦାନ କେନ୍ଦ୍ରକୁ ଯିବା ପାଇଁ କୌଣସି ରାସ୍ତା ନଥିବା ଯୋଗୁଁ ଗ୍ରାମବାସୀ ନିଜସ୍ବ ଉଦ୍ୟମରେ ଅସ୍ଥାୟୀ କାଠ ପୋଲ ନିର୍ମାଣ କରିଛନ୍ତି । ଆମେ ଭୋଟ ଦେବା ପାଇଁ ଏହି ପୋଲି ନିର୍ମାଣ କରିଛୁ ବୋଲି ଗ୍ରାମବାସୀ କହିଛନ୍ତି ।