ସମସ୍ତ ରାଜନେତା ଜଣେ ଜଣେ ସୁଗନ୍ଧିତ ଦ୍ରବ୍ୟର ମାଲିକ: Sanjay Raut - ପରଫ୍ୟୁମ ବ୍ୟବସାୟୀଙ୍କ ଘରେ ରେଡ୍ ମାମଲାରେ ସଞ୍ଜୟ ରାଉତଙ୍କ ପ୍ରତିକ୍ରିୟା

🎬 Watch Now: Feature Video

thumbnail

By

Published : Dec 29, 2021, 4:10 PM IST

ମୁମ୍ବାଇ: କାନପୁର ପରଫ୍ୟୁମ ବ୍ୟବସାୟୀଙ୍କ ଘରୁ ବେଆଇନ ସମ୍ପତ୍ତି ଠୁଳ ମାମଲାରେ ରାଜନୈତିକ ଲିଙ୍କ ଥିବା ଖବରକୁ ନେଇ ପ୍ରତିକ୍ରିୟା ରଖିଲେ ମହାରାଷ୍ଟ୍ର ଶିବସେନା ନେତା ସଞ୍ଜୟ ରାଉତ । ସେ କହିଛନ୍ତି ଯେ, ସମସ୍ତ ରାଜନେତା ଏହିପରି “ସୁଗନ୍ଧିତ ଦ୍ରବ୍ୟ” ର ମାଲିକ ଅଟନ୍ତି । କାନପୁର ଏବଂ କନୌଜରୁ ଅତର କମ୍ପାନୀ ମାଲିକ ପିୟୁଷ ଜୈନଙ୍କ ଘରୁ 280 କୋଟି ଟଙ୍କା ଜବତ ହୋଇଛି । ତେବେ ପରଫ୍ୟୁମ ନେତାଙ୍କ ଦ୍ୱାରା ରାଜନୈତିକ ସୁବିଧା ପାଇଁ ବ୍ୟବହାର କରାଯାଉଛି ଏବଂ ଏହା କେବଳ ଆମ ଦେଶରେ ଘଟିପାରେ । ଆମେ ଏତେ ସାଂସ୍କୃତିକ ଭାବରେ ସମୃଦ୍ଧ ଯେ ଭାରତରେ କେବଳ ରାଜନୈତିକ ଫାଇଦା ପାଇଁ ଅତର ବ୍ୟବହାର କରାଯାଇପାରିବ ବୋଲି କହିଛନ୍ତି ସଞ୍ଜୟ ରାଉତ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.