ଏମ୍ସ ଦିଲ୍ଲୀରେ ପ୍ରଥମ ହାର୍ଟ ପ୍ରତିରୋପଣ ସଫଳ - AIIMS Delhi did first heart transplant
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10037646-thumbnail-3x2-aiims.jpg)
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଥିବା ବଡ ହସ୍ପିଟାଲ ଏମ୍ସରେ ପ୍ରଥମ ହାର୍ଟ ପ୍ରତିରୋପଣ କରାଯାଇଛି । ପ୍ରତିରୋପଣ କରାଯାଇଥିବା 18 ବର୍ଷୀୟ ଯୁବକ ବ୍ଲୁ ବ୍ଲଡ ରୋଗ(ଚର୍ମର ରଙ୍ଗ ନୀଳ ଦେଖାଯାଉଥିବା ରୋଗ)ରେ ପୀଡିତ ଥିଲେ । ତେବେ ମସ୍ତିଷ୍କ ଅକାମୀ ହେବା ପରେ ମୃତ୍ୟୁ ଘଟିଥିବା 20 ବର୍ଷର ଯୁବତୀଙ୍କ ହାର୍ଟକୁ ନେଇ ଉକ୍ତ ଯୁବକଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି । ବେବୀ ବା ବ୍ଲୁ ବ୍ଲଡ ରୋଗରେ ପୀଡିତ ଥିବା ଏହି 18 ବର୍ଷୀୟ ଯୁବକ ଅମନ ବଡୀ ବହୁତ କଷ୍ଟରେ ଏତେ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଥିଲେ । କାରଣ ବ୍ଲୁ ବେବୀ ରୋଗରେ ପୀଡିତ ଶିଶୁଙ୍କୁ ଆୟୁ କମ ରହିଥାଏ । ତେବେ ଏହି ଯୁବକଙ୍କ ହୃତପିଣ୍ଡ ଶୁଦ୍ଧ ଓ ବିଶୁଦ୍ଧ ରକ୍ତକୁ ଅଲଗା କରିବାରେ ଅକ୍ଷମ ରହିଥିଲା ।