ଜନ୍ନତ ସଫେଇରେ ବ୍ୟସ୍ତ ‘ଜନ୍ନତ’, ପଢାବହିରେ ମିଳିଲା ସ୍ଥାନ - ଡାଲ ହ୍ରଦ

🎬 Watch Now: Feature Video

thumbnail

By

Published : Jun 25, 2020, 4:15 PM IST

ଶ୍ରୀନଗର: କୁନି ବୟସରେ ମହାନ ଚିନ୍ତାଧାରା । ମାତ୍ର 7 ବର୍ଷ ବୟସରେ କିଛି କରି ଦେଖାଇବାର ରହିଛି ଜୋସ୍ ଜୁନୁନ । ବୟସରେ ସିନା ସାନ ହେଲେ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣର ଉତ୍ସ । ଯାହାକୁ ବଡବଡ ଲୋକ ବି କରିବାକୁ ପଛଘୁଞ୍ଚା ଦେଉଛନ୍ତି ଆଜି ସେ କୁନି ବୟସରେ ବି ତାକୁ କରି ଦେଖାଇଛନ୍ତି । ଦୃଢ ଇଚ୍ଛାଶକ୍ତି ଥିଲେ ସବୁ କାମକୁ ସମ୍ଭବ କରିହୁଏ । ଆଉ ଏହାର ନିଚ୍ଛକ ଉଦାହରଣ ପାଲଟିଛନ୍ତି ଶ୍ରୀନଗରର 7 ବର୍ଷୀୟା ଜନ୍ନତ । ଜମ୍ମୁ ଓ କାଶ୍ମୀରକୁ କୁହାଯାଏ ଦେଶର ଭୂସ୍ବର୍ଗ ବା ଜନ୍ନତ । ଆଉ ଏହି ଭୂସ୍ବର୍ଗରେ ରହିଛି ଡାଲ ହ୍ରଦ, ଯାହାକି ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପାଲଟିଥାଏ ଆକର୍ଷଣର କେନ୍ଦ୍ରବିନ୍ଦୁ । ହେଲେ ଏହି ହ୍ରଦରେ ଥିବା ଅଳିଆ ଆବର୍ଜନାକୁ ପରିଷ୍କାର କରିବା ପାଇଁ ଅଣ୍ଟା ଭିଡିଛନ୍ତି ଜନ୍ନତ । ଦୀର୍ଘ 2 ବର୍ଷ ହେଲା ସେ ଏହି ହ୍ରଦକୁ ସଫା କରିଆସୁଛନ୍ତି । ଜନ୍ନତଙ୍କ ଏହି ମହାନ କାର୍ଯ୍ୟ ତାଙ୍କୁ ଆଜି ପାଠ୍ୟ ପୁସ୍ତକରେ ସ୍ଥାନ ଦେଇପାରିଛି । ଆଉ ଏଥିପାଇଁ ସେ ନିଜ ବାପାଙ୍କୁ ଦେଇଛନ୍ତି ଏହାର ଶ୍ରେୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.