ଅର୍ଚ୍ଚନାଙ୍କ କଥା ପଚାରିବାରୁ ମୁହଁ ବୁଲାଇ ଦେଲେ ପୋଲିସ କମିଶନର

By

Published : Oct 21, 2022, 7:27 AM IST

Updated : Feb 3, 2023, 8:29 PM IST

thumbnail
ଭୁବନେଶ୍ବର: ରହସ୍ୟମୟୀ ଅର୍ଚ୍ଚନା ନାଗଙ୍କୁ ନେଇ ଥମୁନି ଚର୍ଚ୍ଚା । ବଡବଡିଆ ବାବୁ, ରାଜନେତା ଓ ବ୍ୟବସାୟୀଙ୍କୁ ହନିଟ୍ରିପରେ ଫସାଇ କୋଟି କୋଟି ଟଙ୍କା ହଡପ କରିଥିବା ଅର୍ଚ୍ଚନା ଏବେ ଜେଲ୍‌ରେ ଅଛନ୍ତି । ହେଲେ ତାଙ୍କ ଲିଙ୍କରେ ଥିବା ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ପାଖରେ ଏ ଯାଏଁ ପହଞ୍ଚି ପାରୁନାହିଁ ପୋଲିସ । ଗୋଟିଏ ପଟେ ପୋଲିସ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନ ଆଣିବା ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଏସବୁ ଭିତରେ ଚର୍ଚ୍ଚାକୁ ଆସିଛି ଖୋଦ୍ ପୋଲିସ କମିଶନରଙ୍କ ଆଭିମୁଖ୍ୟ । ଅର୍ଚ୍ଚନା ନାଗ ମାମଲାରେ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାକୁ ମୁହଁ ବୁଲାଇ ପଳାଇଛନ୍ତି କମିଶନର । କମିଶନରଙ୍କ ଏଭଳି ନୀରବତା ଏହି ବହୁଚର୍ଚ୍ଚତ ମାମଲାରେ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ ସୃଷ୍ଟି କରିଛି ।
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.