thumbnail

By

Published : Sep 29, 2022, 4:28 PM IST

Updated : Feb 3, 2023, 8:28 PM IST

ETV Bharat / Videos

Jayanti Patnaik Demise: କଂଗ୍ରେସ ଭବନରେ ଶେଷ ଦର୍ଶନ

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଓଡି଼ଶାର ପ୍ରଥମ ମହିଳା ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତ ଘଟିଛି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ୯୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗ ଖବର ଶୁଣି ଫରେଷ୍ଟ ପାର୍କ ସ୍ଥିତ ତାଙ୍କ ବାସଭବନକୁ ନେତା, ସମାଜସେବୀ ଓ ସାମାଜିକ କର୍ମୀଙ୍କ ସୁଅ ଛୁଟିଥିଲା । ଶେଷ ଦର୍ଶନ ପାଇଁ କଂଗ୍ରେସ ଭବନକୁ ଅଣାଯାଇଥିଲା ଜୟନ୍ତୀ ପଟ୍ଟନାୟକଙ୍କ ପାର୍ଥବ ଶରୀର । ସେଠାରେ ପିସିସି ସଭାପତିଙ୍କ ସହ ବହୁ କଂଗ୍ରେସର ବରିଷ୍ଠ ନେତା ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ଜୟନ୍ତୀ ଏକାଧାରରେ ଜଣେ ନାରୀନେତ୍ରୀ, ସୁସାହିତ୍ୟିକା, ସମାଜସେବା ଓ ବକ୍ତା ଭାବରେ ସାରା ଓଡି଼ଶାରେ ପରିଚିତ ଥିଲେ । ସେ ଥିଲେ ଜାତୀୟ ମହିଳା କମିଶନର ପ୍ରଥମ ଅଧ୍ୟକ୍ଷା । ୧୯୯୨ରୁ ୧୯୯୫ ମସିହା ଯାଏଁ ସେ ଏହି ପଦରେ ରହିଥିଲେ । ତାଙ୍କ ବିୟୋଗ ଓଡ଼ିଶାର ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ବୋଲି କହିଛନ୍ତି ନେତା । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.