ବନ୍ଦିପୋରା-ସାପୋର ରାସ୍ତାରୁ IED ବୋମା ଉଦ୍ଧାର, ନିଷ୍କ୍ରିୟ କଲା ସ୍କ୍ୱାର୍ଡ

By

Published : Oct 15, 2022, 5:15 PM IST

Updated : Feb 3, 2023, 8:29 PM IST

thumbnail

ଶ୍ରୀନଗର: ଜମ୍ମୁକାଶ୍ମୀରର ବନ୍ଦିପୋରା ଜିଲ୍ଲାରୁ ଘାତକ IED ବୋମାକୁ ଉଦ୍ଧାର କରିଛି ବୋମା ନିଷ୍କ୍ରିୟକାରୀ ଦଳ Bomb Disposal Squad) । ଆଜି ସକାଳ ପ୍ରାୟ ୮ଟା ୩୫ ବେଳେ ସର୍ଚ୍ଚ ଅପରେସନ ସମୟରେ ବଦ୍ୟାରା ଓ କାନବତୀ ଗ୍ରାମ ନିକଟ ବନ୍ଦିପୋରା-ସାପୋର ରାସ୍ତା ନିକଟରେ ଏକ ଆଇଡି ବୋମା ଠାବ ହୋଇଥିଲା । ଏ ସମ୍ପର୍କର ସୂଚନା ପାଇବା ମାତ୍ରେ ଉକ୍ତ ସ୍ଥଳରେ ପହଞ୍ଚିଥିଲା ବୋମା ନିଷ୍କ୍ରିୟକାରୀ ଟିମ । ଏହି ବୋମାକୁ ଜନବସତି ସ୍ଥାନରୁ ନିଆଯାଇ ଏକ ଘଞ୍ଚ ଜଙ୍ଗଲ ମଧ୍ୟରେ ବୋମାକୁ ନଷ୍ଟ କରାଯାଇଛି । ଏଥିରେ କାହାରି କୌଣସି କ୍ଷତି ହୋଇନଥିବା କହିଛନ୍ତି ଶ୍ରୀନଗର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ।

Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.