thumbnail

By

Published : Oct 6, 2022, 9:03 AM IST

Updated : Feb 3, 2023, 8:29 PM IST

ETV Bharat / Videos

ଦଶହରାରେ ଜମିଲା ବାଡ଼ି ଖେଳ

ବାଲେଶ୍ବର: ବାଲେଶ୍ଵରର କଳା ଓ ସଂସ୍କୃତି ଯେତିକି ସୁନ୍ଦର ସେତିକି ଆକର୍ଷଣୀୟ । ସେଥିମଧ୍ୟରୁ ବାଲେଶ୍ଵରର ବାଡିଖେଳ ଅନ୍ୟତମ । ବିଭିନ୍ନ ଆଖଡା ଦଳଦ୍ବାରା ପରିବେଷଣ ହେଉଥିବା ବାଡିଖେଳ ବେଶ ଚିତାକର୍ଷକ ହୋଇଥାଏ । ବିଶେଷକରି ଦୁର୍ଗାପୂଜା ସମୟରେ ଏହି ବାଡିଖେଳ ଜମିଥାଏ ।ଦୁର୍ଗାଷ୍ଟମୀରେ ଆଖଡା ଦଳ ବାଲେଶ୍ଵର ସହରର ମାକଲପୁର ଠାରେ ଥିବା ମହାବୀରଙ୍କ ମନ୍ଦିରରେ ଆଶୀର୍ବାଦ ନେଇ ଖେଳ ପ୍ରଦର୍ଶନ କରାଯାଏ । ସେହିପରି ବିଜୟା ଦଶମୀରେ ସହରର ସିନେମା ଛକରେ ଆଖଡା ଦଳଗୁଡିକ କଳା ପ୍ରଦର୍ଶନ କରିଥାନ୍ତି । ବାଡ଼ି, ବନାଟି, ନିଆଁଗୁଲା ସହ ବିଭିନ୍ନ ପ୍ରକାରର ଖେଳ ପ୍ରଦର୍ଶନ କରିଥିଲେ । ଏସବୁ ଦେଖିବା ପାଇଁ ପ୍ରବଳ ମାତ୍ରାରେ ଜନସମାଗମ ହୋଇଥିଲା । ପ୍ରାୟ 24ଟି ଆଖଡା ଦଳ ବେଶ ଆକର୍ଷଣୀୟ ବାଡ଼ି ଖେଳ ପ୍ରଦର୍ଶନ କରିଥିଲେ। ଇଟିଭି ଭାରତ, ବାଲେଶ୍ବର
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.