ରାଜଧାନୀରେ ମନମୋହୁଛି ଓଲି ଗ୍ରାଉଣ୍ଡ, ବୁଲିବା ପାଇଁ କଳିଙ୍ଗ ଷ୍ଟାଡିୟମକୁ ଛୁଟୁଛି ସୁଅ - ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ

🎬 Watch Now: Feature Video

thumbnail

By

Published : Jan 12, 2023, 8:08 PM IST

Updated : Feb 3, 2023, 8:38 PM IST

ଭୁବନେଶ୍ବର: ଚାରିଆଡେ ଏବେ ହକି ଫିଭର। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମର ପ୍ରସ୍ତୁତି ଶେଷ ହୋଇଛି । ତେବେ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ପୁରା ଷ୍ଟାଡିୟମକୁ ସଜାଇ ଦିଆଯାଇଛି । କଳିଙ୍ଗ ଷ୍ଟାଡିୟମ ଭିତରେ ବୁଲିବା ପାଇଁ କିଛି ସମୟ ଲାଗି ଆଜି ସାଧାରଣ ଲୋକଙ୍କୁ ଛଡା ଯାଇଥିଲା । ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ପୁରା କଳିଙ୍ଗ ଷ୍ଟାଡିୟମ । ବିଶେଷ ଆକର୍ଷଣ ପାଲଟିଛି ଆଇ ଲଭ ହକି ଏବଂ ଓଲି । ଯେଉଁଠାରେ ଫଟୋ ଉଠାଇବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ସେହିପରି ମ୍ୟାଚ ନଥିବା ଦିନମାନଙ୍କରେ ମଧ୍ୟ ସାଧାରଣ ଲୋକ ବୁଲିବା ପାଇଁ କଳିଙ୍ଗ ଷ୍ଟାଡିୟମ ଖୋଲା ରହିବ । ଛୋଟ ପିଲାମାନେ ଖେଳକୁଦ କରିବା ସହିତ ଓଲି ସହିତ ସେଲ୍‌ଫି ନେଇ ପାରିବେ । ବିଭିନ୍ନ ଆକର୍ଷଣୀୟ ସାମଗ୍ରୀରେ ପୁରା ଷ୍ଟାଡିୟମକୁ ସଜାଇ ଦିଆଯାଇଛି । ଏହାରି ଭିତରେ ଲୋକଙ୍କ ସୁବିଧା ପାଇଁ ରହିଛି ଫୁଡ କୋର୍ଟ ଆଉ ବିଭିନ୍ନ ହାତରେ ତିଆରି ବିଭିନ୍ନ ପିତଳ ଓ କାଇଚରେ ତିଆରି କାରିଗରୀ ଜିନିଷ । ବିଶେଷ କରି କୋରାପୁଟ କଫି ପିଇବାର ସୁଯୋଗ ମଧ୍ୟ ପାଇବେ ହକି ପ୍ରେମୀ । ଏ ଦୃଶ୍ୟ ଦେଖିବାକୁ ଯେତିକି ମନୋରମ ସେତିକି ଆକର୍ଷଣୀୟ । ବାରବାଟୀରେ ଉଦଘାଟନୀ ଉତ୍ସବ ପରେ ଏବେ ସମସ୍ତଙ୍କ ନଜର ରହିଛି କଳିଙ୍ଗ ଷ୍ଟାଡିୟମ ଉପରେ । କାରଣ ଏଠାରେ ଖେଳାଯିବ ବିଶ୍ବକପର ବଛା ବଛା ମ୍ୟାଚ । ଏନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । 

Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.