ହାଇଦ୍ରାବାଦ: ପାଶ୍ଚାତ୍ୟ ଦେଶମାନଙ୍କରେ କର୍କଟର ଦ୍ରୁତ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଆମ ଦେଶରେ ମଧ୍ୟ କର୍କଟ ଏକ ଭୟାନକ ସ୍ଥିତିରେ ପହଞ୍ଚିଛି । ବିଭିନ୍ନ ପ୍ରକାର କର୍କଟରେ ପ୍ରତିବର୍ଷ ଏକାଧିକ ଲୋକଙ୍କ ଜୀବନ ଯାଉଛି । ଉଭୟ ମହିଳା ଓ ପୁରୁଷଙ୍କଠାରେ ବିଭିନ୍ନ ପ୍ରକାର କର୍କଟ ଦେଖାଯାଉଛି । ଖାଦ୍ୟ-ପେୟରେ ଅନିୟମିତତା ଏବଂ ଅସ୍ବାସ୍ଥ୍ୟକର ଖାଦ୍ୟ ସେବନ କାରଣରୁ କର୍କଟ ହେବାର ଆଶଙ୍କା ଦ୍ରୁତ ଗତିରେ ବୃଦ୍ଧିପାଉଛି । ଅନୁସନ୍ଧାନ ଅନୁସାରେ, ଭଲ ଖାଦ୍ୟ ଏବଂ ସୁସ୍ଥ ଜୀବନଶୈଳୀ କର୍କଟ ଆଶଙ୍କାକୁ 70 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରେ ।
ଅନେକ ପ୍ରକାରର ସଂରକ୍ଷଣକାରୀ କେନଡ୍ ଜିନିଷ ବା ପ୍ୟାକେଜ୍ ଖାଦ୍ୟ ସାମଗ୍ରୀ ରହିଛି, ଯାହା କର୍କଟ ରୋଗର ଆଶଙ୍କାକୁ ବଢାଇଥାଏ । ପ୍ୟାକ୍ ହୋଇଥିବା ଖାଦ୍ୟରେ ନାଇଟ୍ରେଟ୍ସ, ଲୁଣ ଏବଂ କୃତ୍ରିମ ରଙ୍ଗ ଥାଏ, ଯାହା କର୍କଟ ରୋଗର ଆଶଙ୍କାକୁ ବୃଦ୍ଧି କରେ । ତେବେ ଆସନ୍ତୁ ଜାଣିବା ସେହି ସାମଗ୍ରୀଗୁଡ଼ିକ କ’ଣ, ଯାହା କର୍କଟ ଭଲି ଜଟିଳ ସମସ୍ୟାର କାରକ...
ମଦ(ଆଲ୍କହଲ):- ମଦ୍ୟପାନ ଯକୃତ ଏବଂ କିଡନୀ ପାଇଁ କ୍ଷତିକାରକ । ଅନେକ ପ୍ରକାରର ଅନୁସନ୍ଧାନରେ ଏହା ପ୍ରକାଶ ପାଇଛି ଯେ, ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା ପାଟି, ଏସୋଫାଗସ୍, ଯକୃତ, କୋଲନ୍ ଏବଂ ରେକ୍ଟମ୍ କର୍କଟ ମଧ୍ୟ ହୋଇପାରେ । ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଗୋଟିଏ ବୁନ୍ଦା ମଦ ବି ରୋଗ ସୃଷ୍ଟି କରିପାରେ ।
ପ୍ରକ୍ରିୟାକୃତ ଖାଦ୍ୟ(ପ୍ରୋସେସ୍ଡ ଫୁଡ୍):- ପନିର, ବ୍ରେଡ୍, କେକ୍, ବିସ୍କୁଟ ଇତ୍ୟାଦି ପ୍ରକ୍ରିୟାକୃତ ଖାଦ୍ୟରେ ଅଧିକ ପରିମାଣର ଲୁଣ ଏବଂ ଚିନି ଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବିପଦଜନକ । ଏହି ଜିନିଷଗୁଡ଼ିକର ଅଧିକ ବ୍ୟବହାର କର୍କଟ ରୋଗର ଆଶଙ୍କା ବଢାଇଥାଏ । ତେଣୁ ବଜାରରେ ମିଳୁଥିବା ପ୍ରକ୍ରିୟାକୃତ ଖାଦ୍ୟରୁ ଦୂରେଇ ରୁହନ୍ତୁ ।
ଅଣ ଜୈବିକ ଫଳ(ନନ୍-ଅର୍ଗାନିକ୍ ଫ୍ରୁଟ୍ସ):- ଅଣ ଜୈବିକ ଫଳଗୁଡିକ ରାସାୟନିକ ପଦାର୍ଥ ସହିତ ଆବୃତ, ଯାହାର ବ୍ୟବହାର କର୍କଟ ରୋଗର ଆଶଙ୍କା ବଢାଇଥାଏ । ଏହି ଫଳଗୁଡ଼ିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଇବା ଉଚିତ୍ ନୁହେଁ ।
ସୋଡା:-ସୋଡା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ଏଥିରେ ଆର୍ଟିଫିସିଆଲ ସୁଗାର୍, କଲର୍ ଏବଂ ରାସାୟନିକ ପଦାର୍ଥ ମିଳିଥାଏ, ଯାହାର ବ୍ୟବହାର କର୍କଟ ରୋଗର ଆଶଙ୍କା ବହୁ ପରିମାଣରେ ବଢାଇଥାଏ ।
ମାଇକ୍ରୋୱେଭ୍ ଖାଦ୍ୟ:-ମାଇକ୍ରୋୱେଭ୍ କର୍କଟ ରୋଗର କାରଣ ବୋଲି ଅନୁସନ୍ଧାନରୁ ଜଣାଯାଏ । ଯଦି ମାଇକ୍ରୋୱେଭରେ ପପ୍କର୍ଣ୍ଣ ଭାଜିବା ପରେ ଖାଆନ୍ତି ତେବେ ଏହା ଅଧିକ ବିପଜ୍ଜନକ ହୋଇଯାଏ । ଏହି କାରଣରୁ, ପର୍ଫ୍ଲୁରୋଓକ୍ଟାନିକ୍ ଏସିଡ୍ ସୃଷ୍ଟି ହୁଏ, ଯେଉଁଥିପାଇଁ କର୍କଟ ରୋଗ ହେବାର ଆଶଙ୍କା ବଢିଯାଏ ।
କର୍କଟ ଲକ୍ଷଣ:-ଅନେକ ପ୍ରକାରର କର୍କଟ ଅଛି ଏବଂ ସମସ୍ତଙ୍କର ଲକ୍ଷଣ ଭିନ୍ନ ହୋଇପାରେ । ତଥାପି, କିଛି ସାଧାରଣ ଲକ୍ଷଣ ଅଛି, ଯାହା ପ୍ରତ୍ୟେକ କର୍କଟ ରୋଗରେ ଦେଖାଯାଏ, ଯେପରିକି ଓଜନ ହ୍ରାସ, ଜ୍ୱର, ଭୋକ କମିବା, ହାଡ଼ ଯନ୍ତ୍ରଣା, କାଶ କିମ୍ବା ପାଟିରୁ ରକ୍ତସ୍ରାବ ଇତ୍ୟାଦି । ଯଦି କୌଣସି ବ୍ୟକ୍ତି ଏହି ଲକ୍ଷଣ ଦେଖନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ୍ ।
Disclaimer: ଉପରସ୍ଥ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ଖାଦ୍ୟ ଔଷଧ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଗ୍ରହଣ କରିବା ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ ନିଅନ୍ତୁ ।