ହାଇଦ୍ରାବାଦ: ଦିନ ଥିଲା ଯକ୍ଷ୍ମା ଏବଂ ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଥିଲେ । ଏହାକୁ ଏକ ଜଟିଳ ଏବଂ ଦୂରାରୋଗ୍ୟ ବୋଲି ବିବେଚନା କରାଯାଉଥିଲା । ଏପରିକି ଅନେକ ସ୍ଥାନରେ ଯକ୍ଷ୍ମା ରୋଗୀଙ୍କୁ ଗ୍ରାମରୁ ମଧ୍ୟ ବାସନ୍ଦ କରି ଦିଆଯାଉଥିଲା । ଧୀରେଧୀରେ ଚିକିତ୍ସା ପ୍ରଣାଳୀ ଆବିଷ୍କାର, ସଚେତନତା ମୂଳକ କାର୍ଯ୍ୟକ୍ରମ, ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଗଲା । ତଥାପି ଆଜି ମଧ୍ୟ ବହୁ ସଂଖ୍ୟକ ଲୋକ ଯକ୍ଷ୍ମାରେ ପୀଡିତ ହେଉଛନ୍ତି । ଏବେ ମଧ୍ୟ ବିଶେଷ କରି ବିକାଶଶୀଳ ଦେଶମାନଙ୍କରେ ଯକ୍ଷ୍ମାକୁ ଏକ ଗୁରୁତର ମହାମାରୀ ଭାବରେ ବିବେଚନା କରାଯାଏ । ଏହି କାରଣରୁ ପ୍ରତିବର୍ଷ ପ୍ରାୟ ଦେଢ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟେ । ଏହି ରୋଗ, ଏହାର ପ୍ରକାର ଏବଂ ଚିକିତ୍ସା ବିଷୟରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ 24 କୁ ବିଶ୍ୱ ଯକ୍ଷ୍ମା ଦିବସ ରୂପେ ପାଳନ କରାଯାଉଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଚଳିତ ବର୍ଷ ବିଶ୍ୱ ଯକ୍ଷ୍ମା ଦିବସ 2023 ପାଇଁ, Yes! We can end TB(ହଁ! ଆମେ ଯକ୍ଷ୍ମାକୁ ଶେଷ କରିପାରିବା!) ଥିମ୍ ବା ବିଷୟବସ୍ତୁ ରଖାଯାଇଛି । ତେବେ ବାସ୍ତବରେ ଯକ୍ଷ୍ମା ରୋଗ କଣ, ଏହି ରୋଗ ହେଲେ କି କି ଲକ୍ଷଣ ଦେଖାଯାଏ ଏବଂ କିପରି ଚିକିତ୍ସା କରିବେ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ...
ଯକ୍ଷ୍ମା ରୋଗ କ'ଣ : ଡାକ୍ତରମାନେ ଯକ୍ଷ୍ମା ବା ଟିବିକୁ ଏକ ମାରାତ୍ମକ ସଂକ୍ରାମକ ରୋଗ ବୋଲି ବିବେଚନା କରନ୍ତି । ଯାହା ମାଇକୋବ୍ୟାକ୍ଟେରିୟମ୍ ଟ୍ୟୁବୋରକ୍ୟୁଲୋସିସ୍ ଜୀବାଣୁ ଦ୍ବାରା ହୋଇଥାଏ । ସାଧାରଣତଃ ଫୁସଫୁସରେ ଯକ୍ଷ୍ମା ପ୍ରଭାବ ଅଧିକ ଦେଖାଯାଏ, କିନ୍ତୁ ଏହି ଜୀବାଣୁ ଫୁସଫୁସ ବ୍ୟତୀତ ଶରୀରର ଅନ୍ୟ ଅଂଶକୁ ମଧ୍ୟ ପ୍ରଭାବିତ କରିପାରେ । ଯେତେବେଳେ ଏହି ସଂକ୍ରମଣରେ ପୀଡିତ ବ୍ୟକ୍ତି କାଶ, ଛିଙ୍କିବା କିମ୍ବା କଥା ହୁଏ, ସେତେବେଳେ ସଂକ୍ରାମକ ଡ୍ରପଲେଟ୍ "ନ୍ୟୁକ୍ଲିୟ" ସୃଷ୍ଟି ହୁଏ, ଯାହା ବାୟୁ ମାଧ୍ୟମରେ ଅନ୍ୟ ଜଣକୁ ସଂକ୍ରମିତ କରିପାରେ । ଉଲ୍ଲେଖନୀୟ ବିଷୟ ହେଉଛି, ନ୍ୟୁକ୍ଲିୟ ପରିବେଶରେ ଅନେକ ଘଣ୍ଟା ସକ୍ରିୟ ରହିପାରେ ।
ବିଶ୍ୱ ଯକ୍ଷ୍ମା ଦିବସର ଗୁରୁତ୍ୱ ଏବଂ ଉଦ୍ଦେଶ୍ୟ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରିସଂଖ୍ୟାନ ଅନୁଯାୟୀ, 2021 ମସିହାରେ 10.6 ନିୟୁତ ଲୋକ ଯକ୍ଷ୍ମା ରୋଗରେ ପୀଡିତ ହୋଇଥିଲେ, ସେଥିମଧ୍ୟରୁ 1.6 ନିୟୁତ ଲୋକଙ୍କ ଜୀବନ ଯାଇଥିଲା । ବିଶ୍ୱ ଯକ୍ଷ୍ମା ଦିବସ ଏହି ରୋଗ ପ୍ରତି ଥିବା ଅନ୍ଧବିଶ୍ବାସ ଏବଂ ଚିକିତ୍ସା ବାବଦରେ ସଚେତନତା ସୃଷ୍ଟି କରାଏ । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ଚଳିତ ବର୍ଷ WHO ଯକ୍ଷ୍ମାକୁ ସମାପ୍ତ କରିବାର ବର୍ଷ ବୋଲି ଘୋଷଣା କରିଛି ।
ସୂଚନାନୁସାରେ, 2023 ମସିହାରେ ସେପ୍ଟେମ୍ବରରେ ହେବାକୁ ଥିବା ମିଳିତ ଜାତିସଂଘର ସାଧାରଣ ସଭାରେ ଏହି ସଂଗଠନ ସଦସ୍ୟ ଦେଶର ମୁଖ୍ୟମାନଙ୍କୁ ଆହ୍ୱାନ କରିବ ଯେ ଯକ୍ଷ୍ମା ବିରୋଧରେ ଅଗ୍ରଗତିକୁ ତ୍ୱରାନ୍ୱିତ କରିବାରେ ରାଜନୈତିକ ତଥା ସାମାଜିକ ପ୍ରତିବଦ୍ଧତା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବ। । ଯାହା ଦ୍ୱାରା କେବଳ ଏହି ରୋଗ ଦୂର ହୋଇପାରିବ ନାହିଁ, ଏହାର ଚିକିତ୍ସା ପାଇଁ ଅନୁସନ୍ଧାନ ଏବଂ ଯକ୍ଷ୍ମା ଚିକିତ୍ସାରେ ସର୍ବଭାରତୀୟ ସୁବିଧା ସୁନିଶ୍ଚିତ କରିବା ପାଇଁ ଉତ୍ସ, ସହାୟତା, ଯତ୍ନ ପାଇଁ ପ୍ରୟାସ କରାଯାଇପାରିବ ।
ମାର୍ଚ୍ଚ 24, 1882ରେ, ଜର୍ମାନ ଚିକିତ୍ସକ ତଥା ମାଇକ୍ରୋବାୟୋଲୋଜିଷ୍ଟ ରବୋର୍ଟ କୋଚ୍ ଟିବି ବ୍ୟାକ୍ଟେରିଆ, ମାଇକୋବ୍ୟାକ୍ଟେରିୟମ ଟ୍ୟୁବରକ୍ୟୁଲୋସିସ୍ ଆବିଷ୍କାର କରିଥିଲେ । ବାସ୍ତବରେ, ସେହି ସମୟରେ ଯକ୍ଷ୍ମା ସମଗ୍ର ୟୁରୋପ ଏବଂ ଆମେରିକାରେ ବ୍ୟାପିଥିଲା ଏବଂ ଏହି କାରଣରୁ ପ୍ରତି ସାତ ଜଣଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଉଥିଲେ । କୋଚ୍ଙ୍କ ଏହି ଆବିଷ୍କାର ଯକ୍ଷ୍ମା ରୋଗର ନିରାକରଣ ଏବଂ ଚିକିତ୍ସା ପାଇଁ ବାଟ ଖୋଲିଥିଲା । ଏହି କାରଣରୁ, ତାଙ୍କୁ 1905 ମସିହାରେ ନୋବେଲ ପୁରସ୍କାର ମଧ୍ୟ ଦିଆଯାଇଥିଲା ।
ଏହା ପରେ, 1982ରେ, ଅନ୍ତର୍ଜାତୀୟ ଯକ୍ଷ୍ମା ଏବଂ ଫୁସଫୁସ ରୋଗ ବିରୁଦ୍ଧରେ ମାର୍ଚ୍ଚ 24କୁ ବିଶ୍ୱ ଯକ୍ଷ୍ମା ଦିବସ ଭାବରେ ଘୋଷଣା କରାଯାଇଥିଲା । ପରେ 1996ରେ, ଅନ୍ୟାନ୍ୟ ସଂଗଠନ ସହିତ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହି ଅଭିଯାନରେ ଯୋଗ ଦେଇଥିଲେ । 1998ରେ ଷ୍ଟପ୍ ଟିବି ପାର୍ଟନରସିପ୍ ଆନୁଷ୍ଠାନିକ ଭାବରେ ପ୍ରତିଷ୍ଠିତ ହୋଇଥିଲା । ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଯକ୍ଷ୍ମା ସହ ଲଢିବା ଏବଂ ଏହାକୁ ବିସ୍ତାର କରିବାକୁ ରୋକିବା । ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ସାରା ବିଶ୍ୱରେ ଅନେକ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ଏବଂ ଅଭିଯାନ ଆୟୋଜିତ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବ୍ୟକ୍ତିଙ୍କୁ ପୁରସ୍କୃତ ମଧ୍ୟ କରାଯାଏ । ରୋଗ ଯେତେ ବି ଗମ୍ଭୀର ହେଉ, ଯଦି ମାନବ ସମାଜ ଏଥିପ୍ରତି ସଜାଗ ଓ ସଚେତନ ରହିବ, ତେବେ ନିଶ୍ଚିତ ରୂପେ ଏହାକୁ ମାତ୍ ଦିଆଯାଇ ପାରିବ ।