ETV Bharat / sukhibhava

World Population Day 2023: ସମାନତା ଏବଂ ସମୃଦ୍ଧିର ଭବିଷ୍ୟତ ଦିଗରେ କାର୍ଯ୍ୟ ଲକ୍ଷ୍ୟ

ଅତ୍ୟଧିକ ଜନସଂଖ୍ୟା ଏବଂ ଏହାର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଅଧିକ ଜନସଂଖ୍ୟା କାରଣରୁ ଆମେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଆଲୋକିତ କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଜୁଲାଇ 11 ତାରିଖରେ ସାରା ବିଶ୍ୱରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି । ଅଧିକ ପଢନ୍ତୁ

author img

By

Published : Jul 11, 2023, 6:20 AM IST

World Population Day 2023
World Population Day 2023

ହାଇଦ୍ରାବାଦ: 1989 ମସିହାରେ, ବିଶ୍ବର ଜନସଂଖ୍ୟା ପ୍ରାୟ 5 ବିଲିୟନ ବୋଲି କୁହାଯାଉଥିଲା । ଜନସଂଖ୍ୟା ବୃଦ୍ଧି ହେଉଥିବା କାରଣରୁ ସୃଷ୍ଟି ହୋଇଥିବା ସମସ୍ୟାକୁ ନେଇ ଚିନ୍ତା ବଢିଥିଲା। ଏହାପରେ ଜନସଂଖ୍ୟା ରୋକିବା ସହ ସମସ୍ତଙ୍କ ମନରେ ସଚେତନତାକୁ ଜାଗ୍ରତ କରିବା ପାଇଁ ଏହି ଦିନଟିକୁ ପାଳନ କରାଯିବା ପାଇଁ ସ୍ଥିର କରାଯାଇଥିଲା । ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ପ୍ରତିବର୍ଷ 11 ଜୁଲାଇରେ 'ବିଶ୍ୱ ଜନସଂଖ୍ୟା ଦିବସ' ପାଳନ କରିବାକୁ ପଦକ୍ଷେପ ନେଇଥିଲା। ଏହି ଦିନ ଅଧିକ ଜନସଂଖ୍ୟା ପ୍ରସଙ୍ଗରେ ଗମ୍ଭୀରତା ଏବଂ ବିଶ୍ବ ଉପରେ ଏହାର ସମସ୍ୟାଜନିତ ପ୍ରଭାବକୁ ଆଲୋକିତ କରିଥାଏ ।

ଅତ୍ୟଧିକ ଜନସଂଖ୍ୟା ନିଃସନ୍ଦେହରେ ଏହିପରି ଏକ ପ୍ରସଙ୍ଗ ଯାହା ଏହି ଗ୍ରହର ପ୍ରତ୍ୟେକ ଜୀବଙ୍କ ପାଇଁ ଅନେକ ଅସୁବିଧା ସୃଷ୍ଟି କରିବ ବୋଲି ଆଶା କରାଯାଉଛି । 2023 ମସିହାରେ ବିଶ୍ବର ଜନସଂଖ୍ୟା ପ୍ରାୟ 8 ବିଲିୟନ ବୋଲି ଜଣାଯାଇଛି । ପ୍ରତ୍ୟେକ ଦେଶ ଏହାର ନାଗରିକଙ୍କ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସକରାତ୍ମକ ପଦକ୍ଷେପ ନେବା ଉଚିତ୍ । ଜନସଂଖ୍ୟାକୁ ନିୟନ୍ତ୍ରଣରେ ରଖିବା ପାଇଁ ନାଗରିକମାନେ ନିଜ ନିଜ ସରକାର ଗ୍ରହଣ କରିଥିବା ପଦକ୍ଷେପ ଅନୁସରଣ କରି ସହଯୋଗ କରିବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ: World Health Day: ସୁସ୍ଥ ସ୍ୱାସ୍ଥ୍ୟ ପ୍ରତ୍ୟେକଙ୍କ ମୌଳିକ ଆବଶ୍ୟକତା ଓ ଅଧିକାର

ଖବର ଅନୁଯାୟୀ, 1.4 ବିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଜନସଂଖ୍ୟା ଦୃଷ୍ଟିରୁ ଭାରତ ବିଶ୍ୱର ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପରିବାର ଯୋଜନା ଏବଂ କଲ୍ୟାଣ କାର୍ଯ୍ୟକ୍ରମ ଭଳି ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । କିନ୍ତୁ, ଯଦି ଫଳପ୍ରଦ ଭାବରେ ବ୍ୟବହୃତ ହୁଏ, ଏକ ବର୍ଦ୍ଧିତ ଜନସଂଖ୍ୟା କିଛି ସକାରାତ୍ମକତା ହୋଇପାରେ । ଦେଶର ପ୍ରଗତି ବ୍ୟତୀତ ଜନସଂଖ୍ୟା ବୃଦ୍ଧି ମହିଳାମାନଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଇଛି । ବାରମ୍ବାର ଗର୍ଭଧାରଣ ଦ୍ବାରା ମହିଳାଙ୍କ ସ୍ବାସ୍ଥ୍ୟହାନୀ ଘଟିବା ସହିତ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି ।

2023 ମସିହାରେ, ବିଶ୍ବ ଜନସଂଖ୍ୟା ଦିବସର ଥିମ ରହିଛି ଲିଙ୍ଗଗତ ସମାନତାର ସହ ଶକ୍ତି ଦେଖାଇବା । ଏହି ଥିମ୍ ମହିଳାମାନଙ୍କ ପାଇଁ ସମାନ ଅଧିକାରର ମହତ୍ତ୍ବ ଏବଂ ଲିଙ୍ଗଗତ ସମାନତାର ମୂଳଦୁଆ ପାଇଁ ଯୌନ ଏବଂ ପ୍ରଜନନ ସ୍ବାସ୍ଥ୍ଯ ଦୃଷ୍ଟିରୁ ମହିଳାଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରିବା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆଲୋକିତ କରେ । ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟକୁ ପ୍ରକାଶ କରିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ ।

ଜନସଂଖ୍ୟାର କେତେକ କାରଣ ହେଉଛି ପରିବାର ଯୋଜନା, ଲିଙ୍ଗଗତ ସମାନତା, ବାଲ୍ୟ ବିବାହ, ମାନବିକ ଅଧିକାର, ସ୍ବାସ୍ଥ୍ୟଗତ ଅଧିକାର, ଶିଶୁର ସ୍ବାସ୍ଥ୍ୟ । ଏଥିପାଇଁ ବିଶ୍ବ ଜନସଂଖ୍ୟା ଦିବସ ସବୁବେଳେ ପ୍ରଜନନ ସ୍ବାସ୍ଥ୍ୟ ଉପରେ ଲକ୍ଷ୍ୟ ରଖିଥାଏ । ଜାତିସଂଘ ଅନୁଯାୟୀ, ଶିଳ୍ପ ବିପ୍ଳବ ପରେ ବିଶ୍ୱରେ ଏକ ବଡ଼ ପରିବର୍ତ୍ତନ ଘଟିଥିବାରୁ 1804 ମସିହାରେ ପ୍ରଥମ ଥର ପାଇଁ ବିଶ୍ବ ଜନସଂଖ୍ୟା ଏକ ବିଲିୟନରେ ପହଞ୍ଚିଥିଲା । ତେବେ ଜନସଂଖ୍ୟା ବୃଦ୍ଧି ନେଇ ଜାତିସଂଘର ସେକ୍ରେଟାରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଗତବର୍ଷ କହିଥିଲେ ଯେ, "ବିଶ୍ବର ଜନସଂଖ୍ୟା ଆଠ ବିଲିୟନ ପହଞ୍ଚିବା ଏକ ସାଂଖ୍ୟିକ ଚିହ୍ନ, କିନ୍ତୁ ଆମର ଧ୍ୟାନ ସର୍ବଦା ଲୋକମାନଙ୍କ ଉପରେ ରହିବା ଆବଶ୍ୟକ । ଅର୍ଥାତ୍ ସେମାନଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଇତ୍ୟାଦି ଉପରେ ବିଶେଷ ଧ୍ୟାନ ରିହବା ଉଚିତ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.