ETV Bharat / sukhibhava

World Pneumonia Day: ହାର୍ଟ ସମସ୍ୟା ସୃଷ୍ଟି କରିପାରେ ନିମୋନିଆ, ଏହାର ଲକ୍ଷଣ କଣ ଜାଣନ୍ତୁ

author img

By

Published : Nov 12, 2022, 12:02 PM IST

Updated : Nov 12, 2022, 1:02 PM IST

ନିମୋନିଆ ସାଧାରଣ ହୋଇଥିଲେ ମଧ୍ୟ ନାନା ଜଟିଳ ସମସ୍ୟା ସୃଷ୍ଟି କରିପାରେ । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ନିମୋନିଆ ମଧ୍ୟ ହୃଦଘାତର ଆଶଙ୍କା ବଢାଇଥାଏ(Pneumonia can trigger heart attack) । ଅଧିକ ପଢନ୍ତୁ

World Pneumonia Day: ହାର୍ଟ ସମସ୍ୟା ସୃଷ୍ଟି କରିପାରେ ନିମୋନିଆ, ଏହାର ଲକ୍ଷଣ କଣ ଜାଣନ୍ତୁ
World Pneumonia Day: ହାର୍ଟ ସମସ୍ୟା ସୃଷ୍ଟି କରିପାରେ ନିମୋନିଆ, ଏହାର ଲକ୍ଷଣ କଣ ଜାଣନ୍ତୁ

ହାଇଦ୍ରାବାଦ: ନିମୋନିଆ ଏକ ସାଧାରଣ ରୋଗ ହୋଇଥିଲେ ମଧ୍ୟ ଅବହେଳା ଏହାକୁ ମାରାତ୍ମକ ରୋଗରେ ପରିଣତ କରିପାରେ । ମାତ୍ର ଆଜିବି ଅନେକ ଲୋକ ଏ ବାବଦରେ ସଚେତନ ନାହାନ୍ତି । ସେଥିପାଇଁ ଲୋକମାନଙ୍କ ମଧ୍ୟରେ ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟର ପ୍ରତିବର୍ଷ ବିଶ୍ୱ ନିମୋନିଆ ଦିବସ(World Pneumonia Day) 12 ନଭେମ୍ବରରେ ପାଳନ କରାଯାଏ । ନିମୋନିଆ ଫୁସଫୁସର ଏକ ସାଧାରଣ ସଂକ୍ରମଣ, ଯାହା ଜୀବାଣୁ କିମ୍ବା ଭୂତାଣୁ ଦ୍ବାରା ହୋଇପାରେ । ଏହି ରୋଗ ନିଶ୍ଚିତ ଭାବରେ ସାଧାରଣ, କିନ୍ତୁ ଏହାକୁ ହାଲୁକା ଭାବରେ ଗ୍ରହଣ କରି ବିପଦକୁ ନିମନ୍ତ୍ରଣ କରନ୍ତୁ ନାହିଁ ।

ନିମୋନିଆ କାରଣୁ ପ୍ରତିବର୍ଷ ଅନେକ ଲୋକଙ୍କ ଜୀବନ ଯାଉଛି । ନିକଟରେ ହୋଇଥିବା ଏକ ଅନୁସନ୍ଧାନ ପୁଣି ଚିନ୍ତା ବଢାଇଛି । ଏଥିରୁ ଜଣାପଡିଛି ଯେ, ନିମୋନିଆ ମଧ୍ୟ ହୃଦଘାତର ଆଶଙ୍କା ବଢାଇଥାଏ(Pneumonia can trigger heart attack) । ଏହା ତୁରନ୍ତ ଘଟେ ନାହିଁ, କିନ୍ତୁ ନିଦାନର ଏକ ମାସ ପରେ ନିମୋନିଆର ଆଶଙ୍କା ବଢିଯାଏ, ଯାହାକି ଏକ ଦଶନ୍ଧି ଧରି ଚାଲିଥାଏ । ତେବେ ଆସନ୍ତୁ ଜାଣିବା ଏହା ସହିତ ଜଡିତ ଲକ୍ଷଣ ବିଷୟରେ ।

ନିମୋନିଆ ଏବଂ ହୃଦଘାତ ମଧ୍ୟରେ କ’ଣ ସମ୍ପର୍କ ରହିଛି ?

ନିମୋନିଆ ହେଉଛି ଏକ ସଂକ୍ରମଣ ଯାହା ଶରୀରରେ ପ୍ରଦାହ ସୃଷ୍ଟି କରେ । ପ୍ରଦାହ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି କରିପାରେ, ଯାହା ହୃଦଘାତ ସହ ମଧ୍ୟ ଜଡିତ ।

ଏହି ବିପଦ କେବଳ ହୃଦୟ ରୋଗୀଙ୍କଠାରେ ଦେଖାଯାଏ କି ?

ରିପୋର୍ଟ ଅନୁଯାୟୀ, ଏହି ବିପଦ କେବଳ ହୃଦୟ ରୋଗୀଙ୍କ ପାଇଁ ସୀମିତ ନୁହେଁ । ନିମୋନିଆ ଶରୀରରେ ପ୍ରଦାହ ସୃଷ୍ଟି କରେ, ଯାହା କୌଣସି ବି ବ୍ୟକ୍ତି, ସେ ସୁସ୍ଥ ହୁଅନ୍ତୁ କିମ୍ବା ଅସୁସ୍ଥ ହୃଦଘାତର ସମସ୍ୟା ସୃଷ୍ଟି କରିପାରେ । ପ୍ରଦାହ ଆମ ଶରୀରରେ ସମସ୍ତ ପ୍ରକାରର ସିଷ୍ଟମର ସାଧାରଣ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ, ବିଶେଷ କରି ହୃଦୟରେ ।

ଏହା ମଧ୍ୟ ପଢନ୍ତୁ:- World Pneumonia Day: ଜାଣନ୍ତୁ ନିମୋନିଆର କାରଣ ଓ ଲକ୍ଷଣ, ରୁହନ୍ତୁ ସତର୍କ

ନିମୋନିଆରେ କିପରି ହୃଦଘାତ ଲକ୍ଷଣ ଦେଖାଯାଏ?

  1. ରୋଗୀକୁ ଦୀର୍ଘ ସମୟ ଧରି ICU ରେ ଭର୍ତ୍ତି ହବାକୁ ପଡିଲେ ।
  2. ଯେଉଁ ରୋଗୀଙ୍କ ଫୁସଫୁସ 30% ପ୍ରଭାବିତ ହୁଏ ।
  3. ଯେଉଁ ରୋଗୀଙ୍କ ରକ୍ତଚାପ କମିଯାଏ ।
  4. ଯେଉଁ ରୋଗୀମାନଙ୍କର ଉଚ୍ଚ ପ୍ରଦାହ ଥାଏ ।
  5. ଭେଣ୍ଟିଲେଟର ସପୋର୍ଟରେ ଥିବା ରୋଗୀ ।

ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ପରାମର୍ଶ ଏବଂ ସୂଚନା କେବଳ ସାଧାରଣ ସୂଚନା ଉଦ୍ଦେଶ୍ୟ ପାଇଁ । ଏହାକୁ ବୃତ୍ତିଗତ ଚିକିତ୍ସା ପରାମର୍ଶ ଭାବରେ ଗ୍ରହଣ କରାଯିବା ଉଚିତ୍ ନୁହେଁ । ଯଦି ଆପଣଙ୍କର କିଛି ପ୍ରଶ୍ନ କିମ୍ବା ସନ୍ଦେହ ରହିଛି ତେବେ ସର୍ବଦା ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

Last Updated : Nov 12, 2022, 1:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.