ETV Bharat / sukhibhava

World Mosquito Day: ମଶା ପାଇଁ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା, ସଚେତନତା ଜରୁରୀ

author img

By

Published : Aug 20, 2023, 6:00 AM IST

Updated : Aug 20, 2023, 6:15 AM IST

ମଶା ଯୋଗୁଁ ବ୍ୟାପୁଥିବା ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ବ ମଶା ଦିବସ ପାଳନ କରାଯାଏ । ଜାଣନ୍ତୁ ଦିବସର ଇତିହାସ

World Mosquito Day
World Mosquito Day

ହାଇଦ୍ରାବାଦ: ଆଜି ହେଉଛି ବିଶ୍ୱ ମଶା ଦିବସ । ପ୍ରତିବର୍ଷ ଅଗଷ୍ଟ 20 ତାରିଖରେ ଏହି ଦିବସ ପାଳନ କରାଯାଏ । ମଶା ଦ୍ବାରା ହେଉଥିବା ରୋଗ ବିଷୟରେ ସଚେତନତା କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ 20 ତାରିଖରେ ଏହି ଦିବସ ପାଳନ କରାଯାଏ । ପ୍ରଥମେ 1897 ମସିହା ଅଗଷ୍ଟ 20ରେ ସାର୍ ରୋନାଲ୍ଡ ରସଙ୍କ ଦ୍ବାରା ବିଶ୍ବ ମଶା ଦିବସ ପାଳନ କରିବା ଆରମ୍ଭ କରାଯାଇଥିଲା।

ମଶା କାମୁଡିବା ଦ୍ବାରା ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗ ହୋଇଥାଏ । ତେବେ ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମଶା ଠାରୁ ଦୂରେଇ ରହିବା ଏବଂ ଏହା ଦ୍ବାରା ହେଉଥିବା ରୋଗ ବିଷୟରେ ଲୋକମାନଙ୍କୁ ଅବଗତ କରିବା । ବିଶେଷ କରି ବର୍ଷା ଦିନରେ ମଶାମାନଙ୍କର ବଂଶବିସ୍ତାର ବୃଦ୍ଧି ପାଇଥାଏ । ଅନେକ ରୋଗ ମଧ୍ୟ ହୋଇଥାଏ । ସେଥିରେ ଡେଙ୍ଗୁ, ମ୍ୟାଲେରିଆ, ଜିକା ଭାଇରସ୍ ଏବଂ ଚିକେନଗୁନିଆ ଅନ୍ତର୍ଭୁକ୍ତ। ବିଶେଷ କରି ଡେଙ୍ଗୁ ଏବଂ ମ୍ୟାଲେରିଆ ବିରୋଧରେ ଅଧିକ ପ୍ରତିରୋଧ ଆବଶ୍ୟକ ।

ବିଶ୍ବ ମଶା ଦିବସର ଇତିହାସ ଏବଂ ମହତ୍ତ୍ବ: 1930 ପରଠାରୁ ଲଣ୍ଡନ ସ୍କୁଲ ଅଫ୍ ହାଇଜେନ୍ ଏବଂ ଟ୍ରପିକାଲ୍ ମେଡିସିନ୍ ବ୍ରିଟିଶ୍ ଡାକ୍ତରଙ୍କ ଅବଦାନକୁ ମନେ ରଖିବା ପାଇଁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ମଶା ରୋଗର ବାହକ । ଏକ ରିପୋର୍ଟ ଅନୁଯାୟୀ, 2010 ମସିହାରେ ଆଫ୍ରିକାରେ ମଶା କାମୁଡ଼ିବା କାରଣରୁ ସର୍ବାଧିକ ମୃତ୍ୟୁ ଘଟିଥିଲା । ଏଥିପାଇଁ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ । ବିଶେଷ କରି ବର୍ଷା ଋତୁରେ ଶରୀରକୁ ଘୋଡାଇଲା ଭଳି ପୋଷାକ ପିନ୍ଧିବା ଆବଶ୍ୟକ ।

ବିଶେଷଜ୍ଞଙ୍କ ଅନୁଯାୟୀ, 1897 ମସିହାରୁ ମଶା ଦିବସ ପାଳନ ଆରମ୍ଭ ହୋଇଥିଲା । ଯେତେବେଳେ ବ୍ରିଟିଶ ଡାକ୍ତର ରୋନାଲ୍ଡ ରସଙ୍କ ଦ୍ବାରା ଏହି ଦିବସ ପ୍ରଥମେ ପାଳନ କରାଯାଇଥିଲା । ଏହି ମଶାମାନଙ୍କରେ ପ୍ଲାଜାମୋଡିୟମ୍ ପରଜୀବୀ ମିଳିଥାଏ ଯାହା ରକ୍ତ ମାଧ୍ୟମରେ ଶରୀରରେ ବ୍ୟାପିଥାଏ । ବିଶେଷକରି ଯକୃତରେ ପହଞ୍ଚିବା ପରେ ଏହା ସ୍ଥାୟୀ ହୋଇ ଲୋହିତ ରକ୍ତ କଣିକାକୁ ଶୀଘ୍ର ସଂକ୍ରମିତ କରିଥାଏ । ଏହି ପ୍ରୟାସ ପାଇଁ ତାଙ୍କୁ 1902 ମସିହାରେ ଫିଜିଓଲୋଜିରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ବିଶ୍ୱ ସ୍ତରରେ ମ୍ୟାଲେରିଆ ଏକ ପ୍ରମୁଖ ସମସ୍ୟା ହୋଇ ରହିଛି । ଏହି ରୋଗ ଦ୍ୱାରା ଆଫ୍ରିକୀୟ ଦେଶ ଅଧିକ ପ୍ରଭାବିତ ହୋଇଥାଆନ୍ତି ।

ଏହା ମଧ୍ୟ ପଢନ୍ତୁ: ମଶା କାମୁଡିଲେ କେବଳ ଡେଙ୍ଗୁ ନୁହେଁ ହୋଇପାରେ ଏହି ସାଘାଂତିକ ରୋଗ

ମଶା ଦ୍ବାରା କିଭଳି ରୋଗ ବ୍ୟାପିଥାଏ: ବିଶେଷଜ୍ଞଙ୍କ ଅନୁଯାୟୀ ମଶାମାନେ କାମୁଡିବାର ଏକ ସମୟ ଏବଂ କୌଶଳ ରହିଥାଏ । କହିବାକୁ ଗଲେ ମାଈ ମଶାମାନେ ରକ୍ତକୁ ଖାଦ୍ୟ ଭାବେ ଗ୍ରହଣ କରିଥାଆନ୍ତି। ତେଣୁ ମଣିଷ ଏବଂ ପଶୁମାନଙ୍କ ଠାରୁ ରକ୍ତ ଶୋଷିଥାଆନ୍ତି। ଅନ୍ୟପଟେ ଅଣ୍ଡିରା ମଶା ଫୁଲର ପରାଗକୁ ଖାଦ୍ୟ ଭାବେ ଗ୍ରହଣ କରିଥାଆନ୍ତି। ମାଇ ଏନୋଫିଲିସ ମଶା କାମୁଡିବା ଦ୍ବାରା ମ୍ୟାଲେରିଆ ହୋଇଥାଏ। ତେବେ ଏହି ମଶା କାମୁଡିବାର ଏକ ନିର୍ଦ୍ଦିଷ୍ଟ ସମୟ ରହିଥାଏ । ସୂର୍ଯ୍ୟଦୋୟ ଏବଂ ସୂର୍ଯ୍ୟାସ୍ତ ମଧ୍ୟରେ ଏହି ମଶା କାମୁଡିଥାଏ । ଏଡିସ୍ ମଶା ସୂର୍ଯ୍ୟୋଦୟ ପୂର୍ବରୁ କିମ୍ବା ସନ୍ଧ୍ୟାରେ କାମୁଡ଼ନ୍ତି । ଏହା ବ୍ୟତୀତ କୁଲେକ୍ସ ମଶା ଅନ୍ୟମାନଙ୍କଠାରୁ ଭିନ୍ନ । ଏହି ମଶାମାନେ ରାତିସାରା ସକ୍ରିୟ ରୁହନ୍ତି ଏବଂ ରାତିରେ ଘର ଭିତରେ ଏବଂ ବାହାରେ ଯେକୌଣସି ସ୍ଥାନରେ କାମୁଡ଼ି ପାରନ୍ତି । ଏକ ଅନୁସନ୍ଧାନ ଅନୁଯାୟୀ, 2050 ସୁଦ୍ଧା ଜଳବାୟୁ ପରିବର୍ତ୍ତନ ହେତୁ ବିଶ୍ବର ପ୍ରାୟ 50 ପ୍ରତିଶତ ଲୋକ ମଶା ଦ୍ବାରା ହେଉଥିବା ରୋଗ ଦ୍ବାରା ପ୍ରଭାବିତ ହେବେ ।

ଏହା ମଧ୍ୟ ପଢନ୍ତୁ: Mosquito and Soap: ସୁଗନ୍ଧ ସାବୁନ ଲଗାଇଲେ ଅଧିକ କାମୁଡେ ମଶା ! ଜାଣନ୍ତି କି

ମଶାଠାରୁ ବର୍ତ୍ତିବାର ଉପାୟ:

  • ଦୂଷିତ ପାଣିଠାରୁ ଦୂରେଇ ରୁହନ୍ତୁ: ଆର୍ଦ୍ର ସ୍ଥାନ ଏବଂ ସ୍ଥିର ଜଳ ଥିବା ସ୍ଥାନଗୁଡିକରେ ମଶାମାନେ ଶୀଘ୍ର ପ୍ରଜନନ କରିଥାଆନ୍ତି । ତେବେ ମଶାମାନଙ୍କର ବଂଶବୃଦ୍ଧିକୁ ରୋକିବା ପାଇଁ ମଇଳା ସ୍ଥାନ ଠାରୁ ଦୂରେଇ ରହିବା ଉଚିତ ।
  • ଆପଣଙ୍କ ଚାରିପାଖରେ ଥିବା ସ୍ଥାନ ଗୁଡିକ ଶୁଖିଲା ଏବଂ ପରିଷ୍କାର ରଖନ୍ତୁ।
  • ଖୋଲା ସ୍ଥାନରେ ବର୍ଷା ଜଳ ସଂଗ୍ରହ କରୁଥିବା ସ୍ଥାନ ଗୁଡିକ ଅପସାରଣ କରନ୍ତୁ । ଫଟା ଟାୟାରକୁ ଘରେ ରଖନ୍ତୁ ନାହିଁ।
  • ମଶା ସମେତ ଅନେକ ଜୀବାଣୁ ଅନ୍ଧକାର ଏବଂ ମଇଳା ପରିବେଶ ପ୍ରତି ଆକର୍ଷିତ ହୁଅନ୍ତି। ତେଣୁ ଗୃହକୁ ପରିଷ୍କାର ରଖିବା ଉଚିତ।
  • ରାତିରେ ଶୋଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ମଶାରି ଭିଡି ଶୁଅନ୍ତୁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 20, 2023, 6:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.