ETV Bharat / sukhibhava

World Lung Cancer Day 2023: ଫୁସଫୁସ କ୍ୟାନ୍ସରର ପ୍ରାଥମିକ ଲକ୍ଷଣ କଣ ଜାଣନ୍ତୁ

author img

By

Published : Aug 1, 2023, 11:19 AM IST

ଶରୀରରେ ଯେକୌଣସି ଅଙ୍ଗରେ କ୍ୟାନ୍ସର ଜୀବନ ପାଇଁ ବିପଦ ହୋଇଥାଏ । ତେବେ ଅଧିକ ଧୂମ୍ରପାନ ଯୋଗୁଁ ଫୁସଫୁସ କ୍ୟାନ୍ସର ହୋଇଥାଏ । ତେବେ ଜାଣନ୍ତୁ କଣ ଏହାର ପ୍ରାଥମିକ ଲକ୍ଷଣ । ଅଧିକ ପଢ଼ନ୍ତୁ

World Lung Cancer Day 2023
World Lung Cancer Day 2023

ହାଇଦ୍ରାବାଦ: ଶରୀରର ଯେକୌଣସି ଅଙ୍ଗରେ କର୍କଟ ବିପଦପୂର୍ଣ୍ଣ ଏବଂ ସାଂଘାତିକ । ମାରାତ୍ମକ କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ 1 ତାରିଖକୁ 'ବିଶ୍ୱ ଫୁସଫୁସ କର୍କଟ ଦିବସ' ଭାବରେ ପାଳନ କରାଯାଏ । ବିଶେଷକରି ଭାରତରେ ଫୁସଫୁସ କର୍କଟ ଏକ ସାଧାରଣ କର୍କଟ ମଧ୍ୟରୁ ଅନ୍ୟତମ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା WHOର ତଥ୍ୟ ଅନୁସାରେ 2020 ମସିହାରେ ଫୁସଫୁସ କର୍କଟ ହେତୁ ବିଶ୍ବରେ 158 ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା । 2012 ମସିହାରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମକୁ ଫୋରମ୍ ଅଫ୍ ଇଣ୍ଟରନ୍ୟାସନାଲ୍ ରେସପେରେଟାରୀ ସୋସାଇଟିସ୍ ଦ୍ୱାରା ଇଣ୍ଟରନ୍ୟାସନାଲ୍ ଆସୋସିଏସନ୍ ଫର ଫୁସଫୁସ୍ କ୍ୟାନ୍ସର ଏବଂ ଆମେରିକୀୟ କଲେଜ ଅଫ୍ ଚେଷ୍ଟ ଫିଜିସିଆନଙ୍କ ସହାୟତାରେ ଆୟୋଜିତ କରାଯାଇଥିଲା ।

ବିଶ୍ବବ୍ୟାପୀ ପୁରୁଷ ଏବଂ ମହିଳାମାନଙ୍କଠାରେ ଦ୍ୱିତୀୟ ସାଧାରଣ ପ୍ରକାରର କର୍କଟ ଭାବରେ ଫୁସ୍‌ଫୁସ୍‌ କ୍ୟାନ୍ସର, ଏକ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି । ଏହି କାରଣରୁ ଅଧିକାଂଶ ପୁରୁଷ ଏବଂ ମହିଳାଙ୍କର ଜୀବନ ମଧ୍ୟ ଯାଉଛି । ତେଣୁ ସଚେତନତାର ଆବଶ୍ୟକତା ମଧ୍ୟ ରହିଛି ।

ଫୁସଫୁସ କ୍ୟାନ୍ସର ଦୁଇ ପ୍ରକାରର : ସ୍ମଲ ସେଲ ଲଙ୍ଗ୍ସ କ୍ୟାନ୍ସର ଏବଂ ନନ ସ୍ମଲ ସେଲ ଲଙ୍ଗ୍ସ କ୍ୟାନ୍ସର

ସ୍ମଲ ସେଲ ଲଙ୍ଗ୍ସ କ୍ୟାନ୍ସର: ଯେଉଁମାନେ ଅଧିକ ଧୂମପାନ କରନ୍ତି, ସୋମାନଙ୍କର ଠାରେ ଫୁସଫୁସ କର୍କଟ ହେବାର ଆଶଙ୍କା ଅଧିକ ରହିଥାଏ । ଏହି କ୍ୟାନ୍ସର ଶରୀରରେ ଶୀଘ୍ର ବିସ୍ତାରିତ ହୋଇଯାଇଥାଏ । ଡାକ୍ତରମାନଙ୍କ କହିବା ଅନୁସାରେ, ପ୍ରଥମ ଷ୍ଟେଜ୍‌ରେ ଏହି ରୋଗ ଚିହ୍ନଟ ହୋଇପାରିନଥାଏ । ରୋଗ ଚିହ୍ନଟ ହେବା ବେଳକୁ ତାହା ଶରୀର ଅନ୍ୟ ଅଙ୍ଗକୁ ବ୍ୟାପିଯାଇଥାଏ ।

ନନ ସ୍ମଲ ସେଲ ଲଙ୍ଗ୍ସ କ୍ୟାନ୍ସର: ଫୁସଫୁସରେ ଏହି କ୍ୟାନ୍ସର ହୋଇଥାଏ । ଏହି କର୍କଟ 80 ପ୍ରତିଶତ ଲୋକଙ୍କଠାରେ ଦେଖାଯାଏ । ଏଥିମଧ୍ୟରେ ଆଡେନୋକାର୍କିନୋମା, ସ୍କ୍ୱାମସ୍, ସେଲ୍ କାରସିନୋମା ଏବଂ ଲାର୍ଜ ସେଲ ଅନ୍ତର୍ଭୁକ୍ତ।

ଏହା ମଧ୍ୟ ପଢନ୍ତୁ: Lung Cancer New Drug : ଫୁସଫୁସ କ୍ୟାନ୍ସରର ଔଷଧରେ 50% କମିବ ମୃତ୍ୟୁସଂଖ୍ୟା !

ଫୁସଫୁସ କ୍ୟାନ୍ସରର ଲକ୍ଷଣ:

  • ଦୀର୍ଘ ଦିନ ଧରି କାଶ ଲାଗି ରହିବା
  • ଛାତିରେ ଯନ୍ତ୍ରଣା
  • ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା
  • କାଶରେ ରକ୍ତ ପଡିବା
  • ସବୁବେଳେ କ୍ଳାନ୍ତ ଅନୁଭବ କରିବା
  • ଓଜନ ହ୍ରାସ ହେବା
  • ଭୋକ ନଲାଗିବା
  • ଗଳା ବସିଯିବା
  • ମୁଣ୍ଡବିନ୍ଧା

ଫୁସଫୁସ କର୍କଟର କାରଣ: ଫୁସଫୁସ କର୍କଟ ହେବାର ସବୁଠାରୁ ବଡ଼ କାରଣ ହେଉଛି ଅଧିକ ସିଗାରେଟ୍ ଟାଣିବା । ଧୂମପାନ, ଡ୍ରଗ୍ସ ସେବନ ଏସବୁ ବ୍ୟତୀତ ପ୍ରଦୂଷିତ ବାୟୁ, ତାପମାତ୍ରା ପରିବର୍ତ୍ତନ, ଶ୍ବାସକ୍ରିୟା ସମ୍ବନ୍ଧିତ ରୋଗ, ଜେନେଟିକ୍ ବା ବଂଶଗତ କାରଣ ହୋଇପାରେ। ଏହା ବ୍ୟତୀତ ବିକିରଣ ଚିକିତ୍ସା କିମ୍ବା କେତେକ ପ୍ରକାରର ଜଟିଳ ଚିକିତ୍ସା କିମ୍ବା ରୋଗର ପାର୍ଶ୍ୱ ପ୍ରତିକ୍ରିୟା, କର୍କିନୋଜେନ ପଦାର୍ଥ, ବୃଦ୍ଧାବସ୍ଥା ଏବଂ ମୋଟାପଣ ଇତ୍ୟାଦି ମଧ୍ୟ ଏହି ରୋଗ ପାଇଁ ଦାୟୀ ହୋଇପାରେ । କହିରଖୁଛୁ କି, ଫୁସଫୁସ କ୍ୟାନ୍ସରରୁ ମୃତ୍ୟୁ ଆଶଙ୍କା କମ କରିବା ପାଇଁ ଏକ ନୂତନ ଔଷଧର ଗବେଷଣା ସଫଳ ହୋଇଛି । ନୂତନ ବଟିକା ନୂତନ ଆଶା ଦେଇଛି । ଏକ ଦଶନ୍ଧି ଧରି ଚାଲିଥିବା ବିଶ୍ବସ୍ତରୀୟ କ୍ଲିନିକାଲ୍ ପରୀକ୍ଷଣର ଫଳାଫଳ ସଫଳ ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.