ETV Bharat / sukhibhava

World Hemophilia Day: ହିମୋଫିଲିଆ କଣ, ଜାଣନ୍ତୁ ରୋଗ ବାବଦରେ ସମ୍ପୂର୍ଣ୍ଣ ବିବରଣୀ

author img

By

Published : Apr 17, 2023, 6:01 AM IST

17 ଅପ୍ରେଲରେ କାହିଁକି ପାଳନ ହୁଏ ବିଶ୍ୱ ହିମୋଫିଲିଆ ଦିବସ । ଜାଣନ୍ତୁ ରୋଗର କାରଣ, ଲକ୍ଷଣ, ନିରାକରଣ ଓ ଏହି ଦିବସ ପାଳନ ପଛର ଉଦ୍ଦେଶ୍ୟ

World Hemophilia Day
World Hemophilia Day

ହାଇଦ୍ରାବାଦ: ପ୍ରତିବର୍ଷ 17 ଅପ୍ରେଲରେ ବିଶ୍ୱ ହିମୋଫିଲିଆ ଦିବସ ପାଳନ କରାଯାଏ । ସମଗ୍ର ବିଶ୍ୱରେ ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି, ରକ୍ତ ସମ୍ବନ୍ଧୀୟ ରୋଗ ହିମୋଫିଲିଆ ବାବଦରେ ପ୍ରତିଟି ଲୋକଙ୍କୁ ସଚେତନ କରିବା । ଏଥିସହ ୱାର୍ଲ୍ଡ ଫେଡେରେସନ୍ ଅଫ୍ ହିମୋଫିଲିଆର ସଂସ୍ଥାପକ ଫ୍ରାଙ୍କ ସ୍କେନେବଲଙ୍କୁ ମନେ ପକାଇବା ଉଦ୍ଦେଶ୍ୟରେ ତାଙ୍କ ଜନ୍ମ ଦିବସ ଅବସରରେ ଏହି ଦିବସ ପାଳନ କରାଯାଏ । ତେବେ ହିମୋଫିଲିଆ କଣ, କାହିଁକି ଏ ବାବଦରେ ସଚେତନ କରାଇବାର ଆବଶ୍ୟକତା ରିହିଛ, ଜାଣନ୍ତୁ

ହିମୋଫିଲିଆ କଣ

ହିମୋଫିଲିଆ ହେଉଛି ଏକ ରକ୍ତ ସମ୍ବନ୍ଧୀନ ବ୍ୟାଧି । ଏହା ମଧ୍ୟ ଏକ ଜେନେଟିକ୍ ଅର୍ଥାତ୍ ବଂଶଗତ ରୋଗ । ଏହି ରୋଗ ହେଲେ ରୋଗୀଙ୍କ ଶରୀରର ରକ୍ତ ସଂଚାଳନ ବାଧାପ୍ରପ୍ତ ହୁଏ । ଏହି ରୋଗ ହେଲେ ସାଧାରଣତଃ ରକ୍ତ ଜମାଟ ବାନ୍ଧୁଥିବା ପ୍ରୋଟିନ୍ ଅଭାବ ହୁଏ । ଫଳରେ ରକ୍ତ ଜମାଟ ବାନ୍ଧିବାରେ ସମୟ ଲାଗେ । ହିମୋଫୋଲିଆ ରୋଗୀଙ୍କର ଆଣ୍ଠୁ, କହୁଣି ଆଦି ଗଣ୍ଠି ସ୍ଥାନରେ ଅଜସ୍ର ରକ୍ତସ୍ରାବ ହେବା ସହ ଶରୀରର ଅଙ୍ଗପ୍ରତ୍ୟେଙ୍ଗ ରକ୍ତକୋଷିକା ଉପରେ ଗଭୀର ପ୍ରଭାବ ପଡିଥାଏ । ଏହି ରୋଗକୁ 'ବ୍ରିଟିଶ୍ ରୟାଲ୍ ଡିଜିଜ୍' ମଧ୍ୟ କୁହାଯାଏ । ରକ୍ତରେ ଫ୍ୟାକଫର୍-8 ଅଭାବ ଯୋଗୁଁ ହିମୋଫିଲିଆ ହୋଇଥାଏ ।

ହିମୋଫିଲିଆ କେତେ ପ୍ରକାର

ହିମୋଫିଲିଆ ଦୁଇ ପ୍ରକାରର ଏ ଓ ବି । ହିମୋଫିଲିଆ-ଏ ରେ ଫ୍ୟାକଫର-8 ସ୍ତର କମ୍ କିମ୍ବା ଆଦୌ ନଥାଏ । ହିମୋଫିଲିଆ-ବି ରେ ଫ୍ୟାକଫର-9 ଅଭାବ ଥାଏ । ସର୍ବାଧିକ ଲୋକଙ୍କୁ ହିମୋଫିଲିଆ-ଏ ପ୍ରକାର ହୋଇଥାଏ । ଶରୀରରେ କ୍ରୋମଜୋମ୍ ପ୍ରଣାଳୀ ବିଗିଡିବା କାରଣରୁ ମଧ୍ୟ ଏହା ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ:- Covid Side Effect: କୋରୋନାରେ ସାମାନ୍ୟ ସଂକ୍ରମଣ କରିପାରେ ଶ୍ରବଣ ଶକ୍ତିକୁ ଦୁର୍ବଳ

ହିମୋଫିଲିଆ ଲକ୍ଷଣ

ଯଦି କୌଣସି ସାଧାରଣ ଆଘାତ ବା କ୍ଷତ ହେଲେ ସେହି ସ୍ଥାନରୁ ଅନବରତ ରକ୍ତସ୍ରାବ ହେଉଛି, ଆଦୌ ବନ୍ଦ ହେଉନି ତେବେ ବୁଝି ଯାଆନ୍ତୁ ଯେ ଏହା ହିମୋଫିଲିଆ କାରଣରୁ ହେଉଛି । ଏହି ରୋଗ ହେଲେ ରକ୍ତରେ ପ୍ଲେଟ୍‌ଲେଟ୍ କାଉଣ୍ଟ, ପ୍ରୋଥ୍ରୋମ୍ବିନ୍, ପ୍ଲ୍‌ଟଲେଟ୍ ମର୍ବିଲିଟି ଆଦି ମାତ୍ର ହ୍ରାସ ପାଏ । ଆହୁରି ମଧ୍ୟ କ୍ଷତ ସ୍ଥାନରେ ବିଳମ୍ବରେ ରକ୍ତସ୍ରାବ ହୋଇଥାଏ ।

ଚିକିତ୍ସା

ଏହି ରୋଗକୁ ଏଡାଇବା ପାଇଁ ଡାକ୍ତରୀ ଚିକିତ୍ସା ଉପଲବ୍ଧ ରହିଛି । ଏହା ବ୍ୟତୀୟ ଖାଦ୍ୟ ମାଧ୍ୟମରେ କିପରି ରୋଗକୁ ଏଡାଇବେ, ତା' ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଭିଟାମିନ୍ B6 ଏବଂ B12 ଆରବସି(ଲୋହିତ ରକ୍ତ କଣିକା) ଉତ୍ପାଦନରେ ସହାୟକ ହୋଇଥାଏ । ଭିଟାମିନ୍ ସି ହେତୁ ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟା ସଂଶୋଧିତ ହୁଏ । ରକ୍ତ ଜମାଟ ବାନ୍ଧିବା ପାଇଁ କୋଲାଜେନ୍ ପ୍ରକ୍ରିୟା ମଧ୍ୟ ବ୍ୟବହୃତ ହୁଏ । ହିମୋଫିଲିକ୍ ରୋଗୀଙ୍କଠାରେ କୋଲାଜେନ୍ ପ୍ରକ୍ରିୟା ହେତୁ ଅବସ୍ଥା କମ୍ ଗୁରୁତର ହୋଇପାରେ । ତେଣୁ ଭିଟାମିନ୍ B6 ଏବଂ B12 ସେବନ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.