ETV Bharat / sukhibhava

ବିଶ୍ବ ସ୍ତ୍ରୀ ରୋଗ ଅଙ୍କୋଲୋଜି ଦିବସ, ଠିକ ସମୟରେ ଜରୁରୀ ପରୀକ୍ଷା ଏବଂ ଚିକିତ୍ସା - ସ୍ତ୍ରୀ ରୋଗ

ମହିଳାମାନଙ୍କୁ ସ୍ତ୍ରୀ ରୋଗ ସମ୍ବନ୍ଧୀୟ କର୍କଟ ବିଷୟରେ ସଚେତନ କରାଇବା, ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଅବଗତ ସହ ସଚେତନ କରାଇବା ପାଇଁ ବିଶ୍ୱ ସ୍ତ୍ରୀ ରୋଗ ଅଙ୍କୋଲୋଜି ସଚେତନତା ଦିବସ ପ୍ରତିବର୍ଷ ସେପ୍ଟେମ୍ବର 20ତାରିଖରେ ପାଳନ କରାଯାଏ । ଅଧିକ ପଢ଼ନ୍ତୁ

World  Gynecologic  Oncology Day
World Gynecologic Oncology Day
author img

By ETV Bharat Odisha Team

Published : Sep 20, 2023, 6:05 AM IST

ହାଇଦ୍ରାବାଦ: ଜଣେ କାର୍ଯ୍ୟରତ ମହିଳା ହୁଅନ୍ତୁ କିମ୍ବା ଗୃହିଣୀ.. ଅଧିକାଂଶ ମହିଳା ସେମାନଙ୍କର ପରିବାରର ଯତ୍ନ ନେଇଥାଆନ୍ତି ହେଲେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତି ନାହିଁ। ପ୍ରାୟତଃ ମହିଳା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ଲକ୍ଷଣକୁ ଅଣଦେଖା କରିଥାଆନ୍ତି। ବିଶେଷକରି ଯଦି ଆମେ ସ୍ତ୍ରୀ ରୋଗ ବିଷୟରେ କଥାବାର୍ତ୍ତା କରୁ, ସମସ୍ୟା ଗୁରୁତର ନହେବା ପର୍ଯ୍ୟନ୍ତ ଅଧିକାଂଶ ମହିଳା ଡାକ୍ତରଙ୍କ ନିକଟକୁ ଯାଆନ୍ତି ନାହିଁ। ସ୍ତ୍ରୀ ରୋଗ ସମ୍ବନ୍ଧୀୟ କର୍କଟ ବିଷୟରେ କହିବାକୁ ଗଲେ, ଏହି ଅସାବଧାନତା ସେମାନଙ୍କ ପାଇଁ ଅଧିକ ସମସ୍ୟାର କାରଣ ହୋଇଯାଏ। ପ୍ରାରମ୍ଭିକ ଲକ୍ଷଣକୁ ଅଣଦେଖା କରିବା ଦ୍ବାରା ରୋଗ ଜଟିଳ ହୋଇଥାଏ।

ମହିଳାଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ କରାଇବା, ସ୍ତ୍ରୀ ରୋଗ ସମ୍ବନ୍ଧୀୟ କର୍କଟ ରୋଗର ଲକ୍ଷଣ ଦେଖିଲେ ଉପଯୁକ୍ତ ନିରାକରଣ ଏବଂ ଚିକିତ୍ସା ପାଇବା ଏବଂ ସେମାନଙ୍କୁ ନିୟମିତ ସ୍ୱାସ୍ଥ୍ୟ କରିବା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର 20 ତାରିଖରେ ବିଶ୍ବ ସ୍ତ୍ରୀ ରୋଗ ଅଙ୍କୋଲୋଜି ଦିବସ ପାଳନ କରାଯାଏ।

ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନର ପବ୍ ମେଡ୍ ସେଣ୍ଟ୍ରାଲରେ ସ୍ତ୍ରୀ ରୋଗ ସମ୍ବନ୍ଧୀୟ କର୍କଟ ରୋଗରେ ସଂଗୃହିତ ତଥ୍ୟରେ ଦର୍ଶାଯାଇଛି ଯେ ମହିଳାମାନଙ୍କଠାରେ ସ୍ତ୍ରୀ ରୋଗ କର୍କଟ ବହୁତ ସାଧାରଣ। ଉପରୋକ୍ତ ରିପୋର୍ଟ ଅନୁଯାୟୀ, ଯଦି ଆରମ୍ଭରୁ ଲକ୍ଷଣ ବିଷୟରେ ସଚେତନ ହୁଅନ୍ତି, ତେବେ କେତେକ ଜଟିଳ କର୍କଟ ବ୍ୟତୀତ ଅଧିକାଂଶ କ୍ଷେତ୍ରରେ ଠିକ୍ ସମୟରେ ଚିକିତ୍ସା କରାଯାଇ ରୋଗରୁ ମୁକ୍ତି ପାଇପାରିବେ। କିନ୍ତୁ ଅଧିକାଂଶ ମହିଳା, ସଚେତନତାର ଅଭାବ ହେତୁ ଲକ୍ଷଣକୁ ଅଣଦେଖା କରିବା, ସେମାନଙ୍କ ସ୍ୱାସ୍ଥ୍ୟକୁ ଅଣଦେଖା କରିବାର ଅଭ୍ୟାସ ଏବଂ ଅନ୍ୟାନ୍ୟ କାରଣ, ରୋଗର ଠିକ ସମୟରେ ନିରାକରଣ ଏବଂ ଚିକିତ୍ସାରେ ବିଳମ୍ବ କରନ୍ତି। ଯେଉଁ କାରଣରୁ ବେଳେବେଳେ ଗୁରୁତର ପରିଣାମ ଦେଖାଯାଏ।

ଏହା ମଧ୍ୟ ପଢନ୍ତୁ: କେଉଁ ମହିଳାମାନେ ଅଧିକ ବୟସ ବଞ୍ଚି ଥାଆନ୍ତି, ଋତୁସ୍ରାବ ଏବଂ ମେନୋପୋଜ ସହ କଣ ସମ୍ବନ୍ଧ ଜାଣନ୍ତୁ

ଦିବସ ପାଳନର ମହତ୍ତ୍ବ ଏବଂ ଉଦ୍ଦେଶ୍ୟ: 1999 ମସିହାରେ ଫାଉଣ୍ଡେସନ ଫର ଓ୍ବିମେନ କ୍ୟାନ୍ସର ଦ୍ୱାରା ବିଶ୍ୱ ସ୍ତ୍ରୀ ରୋଗ ସମ୍ବନ୍ଧୀୟ ଅଙ୍କୋଲୋଜି ସଚେତନତା ଦିବସ ପାଳନ କରାଯାଇଥିଲା। ଯାହାର ମୂଳ ଉଦ୍ଦେଶ୍ୟ ଥିଲା ସ୍ତ୍ରୀ ରୋଗ ସମ୍ବନ୍ଧୀୟ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସ୍ତ୍ରୀ ରୋଗକୁ ରୋକିବା ପାଇଁ ନିୟମିତ ଯାଞ୍ଚ କରିବା ପାଇଁ ମହିଳାମାନଙ୍କୁ ଉତ୍ସାହିତ କରିବା। ସୂଚନାଯୋଗ୍ୟ ଯେ, ଗାଇନୋଲୋଜିକାଲ୍ କର୍କଟରେ ଗର୍ଭାଶୟ କର୍କଟ, ଓଭାରି କ୍ୟାନ୍ସର, ଗର୍ଭାଶୟ କିମ୍ବା ଏଣ୍ଡୋମେଟ୍ରିଆଲ୍ କର୍କଟ, ଯୋନୀ କର୍କଟ ଅନ୍ତର୍ଭୁକ୍ତ। ଯଦିଓ ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ ଅଧିକ ମାତ୍ରାରେ ଦେଖାଯାଏ କିନ୍ତୁ ଗର୍ଭାଶୟ କର୍କଟ ମହିଳାମାନଙ୍କ ମଧ୍ୟରେ ଦ୍ୱିତୀୟ ସାଧାରଣ କର୍କଟ ବୋଲି ବିବେଚନା କରାଯାଏ। ଏହା ବ୍ୟତୀତ ଗତ କିଛି ବର୍ଷ ମଧ୍ୟରେ ଓଭାରି କ୍ୟାନ୍ସରର ମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ଲକ୍ଷଣଗୁଡିକୁ ଠିକ ସମୟରେ ବୁଝାଯାଏ ଏବଂ ପରେ ପରୀକ୍ଷା କରାଯାଇ ଚିକିତ୍ସା ଆରମ୍ଭ ହୁଏ, ତେବେ ଅନେକ କ୍ଷେତ୍ରରେ ଏହି ରୋଗରୁ ମୁକ୍ତି ମିଳିପାରିବ। ଏହା ବ୍ୟତୀତ, ଯଦି ମହିଳାମାନେ ନିୟମିତ ବ୍ୟବଧାନରେ ସେମାନଙ୍କର ସାଧାରଣ ସ୍ୱାସ୍ଥ୍ୟ ଯାଞ୍ଚ କରିଥାନ୍ତି, ତାହାଲେ ମଧ୍ୟ ପ୍ରଥମ ଷ୍ଟେଜରେ ହିଁ କ୍ୟାନ୍ସର ଚିହ୍ନଟ ହୋଇପାରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.