ETV Bharat / sukhibhava

World Cancer Day: କାନ ଓ ଦାନ୍ତ ସମସ୍ୟାକୁ କରନ୍ତୁନି ଅଣଦେଖା, ହୋଇପାରେ ମୁଖ କର୍ଟକ

କାନ ଓ ଦାନ୍ତ ସମସ୍ୟା ମଧ୍ୟ ହୋଇପାରେ କ୍ୟାନସର ଲକ୍ଷଣ । ବିଶ୍ବ କର୍କଟ ଦିବସରେ ଜାଣନ୍ତୁ ଓରାଲ କ୍ୟାନସର କାରଣ, ଲକ୍ଷଣ ଏବଂ ଚିକିତ୍ସା ବାବଦରେ...

Woman suffering from an ear ache
Woman suffering from an ear ache
author img

By

Published : Feb 4, 2023, 7:56 PM IST

ହାଇଦ୍ରାବାଦ: କର୍କଟ ଯେତିକି ଗମ୍ଭୀର ସେତିକି ଭୟାନକ ମଧ୍ୟ । ବର୍ତ୍ତମାନ ସମୟରେ ଏହା ଏକ ରୋଗ ନୁହେଁ ବରଂ ମହାମାରୀ ଭାବେ ଉଭା ହୋଇଛି ! ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, 2020 ମସିହାରେ କେବଳ ଏକ କୋଟି ଲୋକ କର୍କଟ ରୋଗରେ ପ୍ରାଣ ହରାଇଥିଲେ । ବିଭିନ୍ନ ପ୍ରକାର କର୍କଟ ମଧ୍ୟରୁ ପାଟି କର୍କଟ ବା ଓରାଲ୍ କ୍ୟାନସର ପାଇଁ ସିଗାରେଟ୍, ମଦ୍ୟପାନ, ତମାଖୁ, ଗୁଟଖା ସେବନ ଦାୟୀ । ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି କାନ ଏବଂ ଦାନ୍ତରେ ହେଉଥିବା କିଛି ସମସ୍ୟା ପାଟି କର୍କଟର ଲକ୍ଷଣ ହୋଇଥାଏ । ତେବେ ବିଶ୍ବ କର୍କଟ ଦିବସରେ ଜାଣନ୍ତୁ ଓରାଲ କ୍ୟାନସର କାରଣ, ଲକ୍ଷଣ ଏବଂ ଚିକିତ୍ସା ବାବଦରେ...

ପାଟି କର୍କଟ କ’ଣ ?

ମାୟୋ କ୍ଲିନିକ୍ ଅନୁଯାୟୀ, ପାଟିର କୌଣସି ଅଂଶରେ ପାଟି କର୍କଟ ହୋଇପାରେ । ଏହା ମୁଖ୍ୟତଃ ଓଠ, ମାଢି, ଜିଭ, ଗାଲର ଭିତର ଅଂଶରେ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ:- World Cancer Day: କାହିଁକି ପୁରୁଷଙ୍କୁ ଷ୍ଟୋମାକ୍ କ୍ୟାନସର ବିପଦ ଅଧିକ, ଜାଣନ୍ତୁ

ପ୍ରାରମ୍ଭିକ ଲକ୍ଷଣ

ଯଦି ପାଟି ଭିତରେ ଏକ ଧଳା କିମ୍ବା ନାଲି ରଙ୍ଗର ପ୍ୟାଚ୍ ଦେଖାଯାଏ, ତେବେ ଏହା ପାଟି କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ । ଏହା ସାଙ୍ଗକୁ ପାଟିରେ ଯନ୍ତ୍ରଣା, ଦାନ୍ତ ବିନ୍ଧିବା, କାନରେ ଯନ୍ତ୍ରଣା, ଖାଦ୍ୟ ଗିଳିବାରେ ଅସୁବିଧା, ଓଠରେ କିମ୍ବା ପାଟିରେ କ୍ଷତ ହେବା ଭଳି ଲକ୍ଷଣ ଦେଖାଯାଏ ।

ଏହା ମଧ୍ୟ ପଢନ୍ତୁ:-World Cancer Day: ସାବଧାନ ! ଏହି ସବୁ ଲକ୍ଷଣ ଥିଲେ ଆଦୌ କରନ୍ତୁନି ଅବହେଳା

କାରଣ

ଓରାଲ୍ କ୍ୟାନସରରେ, ପାଟି ଭିତରେ ଥିବା ଟିସୁଗୁଡ଼ିକ ପରିବର୍ତ୍ତନ ହେବା ସାଙ୍ଗକୁ DNA କ୍ଷତିଗ୍ରସ୍ତ ହୋଇଥାଏ । ତମାଖୁରେ ଥିବା ରାସାୟନିକ ପଦାର୍ଥ ପାଟିର କୋଷକୁ କ୍ଷତି ପହଞ୍ଚାଏ । ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମୀ, ଖାଦ୍ୟରେ ଥିବା ବିଷାକ୍ତ ରାସାୟନିକ ପଦାର୍ଥ, ରେଡିଏସନ, ମଦ୍ୟପାନରେ ଥିବା ରାସାୟନିକ ପଦାର୍ଥ କର୍କଟ ସୃଷ୍ଟି କରେ ।

ଏହା ମଧ୍ୟ ପଢନ୍ତୁ:-World Cancer Day: ବିଶ୍ବର 20% କର୍କଟ ରୋଗୀ ଭାରତୀୟ, ବର୍ଷକୁ ଯାଉଛି 75,000 ଜୀବନ

ଚିକିତ୍ସା

ଓରାଲ କ୍ୟାନସରକୁ ମାତ୍ ଦେବା ପାଇଁ ପ୍ରଥମେ ତମାଖୁକୁ ସେବନଠୁ ଦୂରେଇ ରୁହନ୍ତି । ମଦ୍ୟପାନ ଆଦୌ କରନ୍ତୁ ନାହିଁ । ଅଧିକ ଖରାରେ ରୁହନ୍ତୁ ନାହିଁ । ସର୍ବଦା ଦାନ୍ତ ଓ ପାଟିର ଯାଞ୍ଚ କରାଇ ନିଅନ୍ତୁ । ଏଥିସହ ସର୍ବଦା ଏକ ସୁସ୍ଥ ଖାଦ୍ୟ ଏବଂ ଜୀବନଶୈଳୀ ଆପଣାନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.