ETV Bharat / sukhibhava

ଅନୁସନ୍ଧାନ: ହୃଦ୍‌ଘାତ ପରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଜଟିଳତା ବଢୁଛି - ହେଲ୍‌ଥ ନ୍ୟୁଜ

ସମାନ ବୟସର ପୁରୁଷଙ୍କ ତୁଳନାରେ ମହିଳାମାନେ ହାର୍ଟଆଟାକ୍ ପରେ ଅଧିକ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ଏକ ଅନୁସନ୍ଧାନରୁ ଏହି ରିପୋର୍ଟ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

heart attack
heart attack
author img

By

Published : May 4, 2023, 11:47 AM IST

ନ୍ୟୁୟର୍କ: ହାର୍ଟଆଟାକ୍ ପରେ ପୁରୁଷଙ୍କ ତୁଳନାରେ ମହିଳା ଅଧିକ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ଏକ ଅନୁସନ୍ଧାନ ଅନୁସାରେ, 55 ବର୍ଷ କିମ୍ବା କମ୍ ବୟସର ମହିଳାମାନେ ହୃଦଘାତ ପରେ ପୁନର୍ବାର ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶଙ୍କା ପ୍ରାୟ ଦୁଇଗୁଣା ବୃଦ୍ଧି ପାଇଛି । ଥରେ ହାର୍ଟ ଷ୍ଟ୍ରୋକ୍‌ର ସମ୍ମୁଖୀନ ହୋଇ ଯେଉଁ ମହିଳାମାନେ ଚିକିତ୍ସିତ ହେବା ପରେ ଘରକୁ ଫେରିଥିଲେ, ଏହାର ଗୋଟିଏ ବର୍ଷ ମଧ୍ୟରେ ପୁନର୍ବାର ଡାକ୍ତରଖାନାରେ ଭର୍ତ୍ତି ହେବା ଦୁଇଗୁଣା ବୃଦ୍ଧି ପାଇଛି । ଏହି ସଂଖ୍ୟା ପୁରୁଷଙ୍କ କ୍ଷେତ୍ରରେ କମ୍ ବୋଲି ଅନୁସନ୍ଧାନକାରୀ କହିଛନ୍ତି ।

ଆମେରିକାର 103 ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା 2,979 ରୋଗୀଙ୍କୁ ନେଇ ଏହି ଅନୁସନ୍ଧାନ କରାଯାଇଥିଲା । ଯେଉଁଥିରେ 2,007 ମହିଳା ଏବଂ 972 ପୁରୁଷଙ୍କ ସ୍ବାସ୍ଥ୍ୟ ରିପୋର୍ଟ ଅନୁସରଣ କରାଯାଇଥିଲା । ଏଥିରୁ ଜଣାଗଲା ଯେ, ହୃଦ୍‌ଘାତ ପରେ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଘରକୁ ଫେରିଥିବା 30% ମହିଳା ରୋଗୀ ପୁନର୍ବାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀ ଡିସଚାର୍ଜର ପ୍ରଥମ ମାସ ମଧ୍ୟରେ ପୁନର୍ବାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରବର୍ତ୍ତୀ ମାସରେ ଆଶଙ୍କା ଧୀରେ ଧୀରେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।

ଏଥିରୁ ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ପୁରୁଷଙ୍କ ତୁଳନାରେ ମହିଳାମାନଙ୍କର ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶଙ୍କା 1.65 ଗୁଣ ଅଧିକ ହୋଇଛି । ପୁରୁଷ ଏବଂ ମହିଳାଙ୍କ ପାଇଁ କରୋନାରୀ ସମ୍ବନ୍ଧୀୟ ଜଟିଳତା, ଯେପରିକି ହୃଦଘାତ ଏବଂ ଆଞ୍ଜିନା(ଯାହା ରକ୍ତଭଣ୍ଡାର ଅବରୋଧ ସହିତ ଜଡିତ) ପୁନଃ ଡାକ୍ତରଖାନାରେ ଭର୍ତ୍ତି ହେବାର ମୁଖ୍ୟ କାରଣ ଥିଲା । ତଥାପି, ମହିଳାମାନଙ୍କ ପାଇଁ କରୋନାରୀ ସମ୍ବନ୍ଧୀୟ ଜଟିଳତା ହାର ପୁରୁଷଙ୍କ ତୁଳନାରେ ପ୍ରାୟ 1.5 ଗୁଣ ଅଧିକ ଥିଲା । ଏହାର ମୁଖ୍ୟ କାରଣ ମୋଟାପଣ ଏବଂ ମଧୁମେହ ବୋଲି କହିଛନ୍ତି ଅନୁସନ୍ଧାନକାରୀ ।

ଏହା ମଧ୍ୟ ପଢନ୍ତୁ:- ଡାକ୍ତରଙ୍କ ଚମତ୍କାରିତା, କ୍ୟାନସର୍ ରୋଗୀଙ୍କ ଜିଭରେ କଲେ ବିରଳ ଅସ୍ତ୍ରୋପଚାର

ଆମେରିକୀୟ କଲେଜ ଅଫ୍ କାର୍ଡିଓଲୋଜି ଜର୍ଣ୍ଣାଲରେ ପ୍ରକାଶିତ ଏହି ଅଧ୍ୟୟନରୁ ଜଣାପଡିଛି ଯେ, ମହିଳାଙ୍କ ମଧ୍ୟରେ ମେଦବହୁଳତା, ହୃଦଘାତ ଏବଂ ମହିଳାଙ୍କ ମଧ୍ୟରେ ଉଦାସୀନତା ଅଧିକ ହୋଇପାରେ । ଆମେରିକାର କନେକ୍ଟିକଟରେ ଥିବା ୟେଲ୍ ସ୍କୁଲ ଅଫ୍ ମେଡିସିନ୍‌ର ହୃଦ୍‌ରୋଗ ବିଶେଷଜ୍ଞ ତଥା ପ୍ରଫେସର ହାର୍ଲାନ୍ ଏମ୍ କ୍ରୁମହୋଲଜ୍ କହିଛନ୍ତି ଯେ, "ଆମେ ପ୍ରଥମ ଥର ପାଇଁ ଦେଖାଇଛୁ ଯେ 55 ବର୍ଷରୁ କମ୍ ବୟସର ମହିଳାମାନଙ୍କ ହୃଦଘାତ ପରେ ପୁନଃ ଚିକିତ୍ସାଳୟରେ କିଛି ଅଣ-ହୃଦ୍‌ରୋଗ କାରଣ ରହିଛି, ଯେପରିକି ଉଦାସୀନତା ଏବଂ ଲୋ-ଇନ୍‌କମ୍, ଯାହା ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କ ଠାରେ ଅଧିକ ଦେଖାଯାଏ ।"

କ୍ରୁମହୋଲଜ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଅଧ୍ୟୟନରେ ଯୁବତୀମାନଙ୍କ ମଧ୍ୟରେ ଏହି ଅଣ-ହୃଦ୍‌ରୋଗର ବିପଦ କାରଣ ଗୁଡ଼ିକ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ, ଉତ୍ତମ କ୍ଲିନିକାଲ୍ ଟେଷ୍ଟ୍ ଏବଂ ହୃଦଘାତ ପାଇଁ ଡିସଚାର୍ଜ ହେବା ପରେ ଅଧିକ ଯତ୍ନ ନେବାର ଆବଶ୍ୟକତା ରହିଛି । ସେ କହିଛନ୍ତି ଯେ, ପୁନଃ ଡାକ୍ତରଖାନାରେ ଭର୍ତ୍ତି ହେବା ହୃଦଘାତ କିମ୍ବା ଷ୍ଟ୍ରୋକ୍ ସହିତ ଜଡିତ ନଥିଲା, ବରଂ ହଜମ ଜନିତ ସମସ୍ୟା, ଉଦାସୀନତା, ବ୍ଲିଡିଂ ଏବଂ ନିମୋନିଆ କାରଣରୁ ହୋନଥିଲା । ହୃଦଘାତ ପରେ ଉଦାସୀନତା ହେବାର ଆଶଙ୍କା ବଢିଥାଏ । ତଥାପି, ହୃଦଘାତ ପରେ ଏହିସବୁ କାରଣଗୁଡିକ ହସ୍ପିଟାଲରେ କିପରି ପ୍ରଭାବିତ ହୁଏ ତାହା ଉପରେ ଅନୁସନ୍ଧାନ କରିବା ପାଇଁ ଅଧିକ ଅଧ୍ୟୟନ ଆବଶ୍ୟକ ଥିବା ଅନୁସନ୍ଧାନକାରୀ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.