ETV Bharat / sukhibhava

ସକାଳେ ମହିଳା, ସନ୍ଧ୍ୟାରେ ପୁରୁଷ ବ୍ୟାୟାମ କରିବା ଅଧିକ ଫଳପ୍ରଦ: STUDY - କେତେବେଳେ ପୁରୁଷ ବ୍ୟାୟାମ କରିବା ଉଚିତ

ପ୍ରାତଃ ସମୟରୁ ଉଠି ବ୍ୟାୟାମ କରିବା ପାଇଁ ଆମକୁ ପରାମର୍ଶ ଦିଆଯାଏ । ମାତ୍ର ନ୍ୟୁୟର୍କ ଗବେଷକଙ୍କ ମତରେ ପୁରୁଷମାନେ ସକାଳ ଅପେକ୍ଷା ରାତିରେ ବ୍ୟାୟାମ କଲେ ଏହା ଅଧିକ ଫଳପ୍ରଦ ବୋଲି ଗବେଷକ କହିଛନ୍ତି । ଅଧିକ ପଢନ୍ତୁ

ସକାଳେ ମହିଳା, ସନ୍ଧ୍ୟାରେ ପୁରୁଷ ବ୍ୟାୟାମ କରିବା ଅଧିକ ଫଳପ୍ରଦ: STUDY

author img

By

Published : Jun 6, 2022, 1:32 PM IST

ହାଇଦ୍ରାବାଦ: ସାଧାରଣତଃ କୁହାଯାଏ ସକାଳୁ ବ୍ୟାୟାମ କରିବା ଉଚିତ । ବଡ଼ି ଭୋରରୁ ଉଠି ବ୍ୟାୟାମ କଲେ ଆମ ଶରୀର ସତେଜ ରହିଥାଏ । ମାତ୍ର ଫିଜିଓଲୋଜିଷ୍ଟ ବ୍ୟାୟାମ କରିବା ଲାଗି ମହିଳା ଓ ପୁରୁଷଙ୍କ ପାଇଁ ଭିନ୍ନ ସମୟ ବାହାର କରିଛନ୍ତି । ସକାଳେ ମହିଳା ଓ ସନ୍ଧ୍ୟାରେ ପୁରୁଷ ବ୍ୟାୟାମ କରିବା ଦ୍ବାରା ସେମାନଙ୍କ ଶରୀର ଉପରେ ଅଧିକ ପ୍ରଭାବ ପଡ଼ିଥାଏ । ଏହି ସମୟରେ ପୁରୁଷ ଓ ମହିଳା ବ୍ୟାୟାମ କଲେ ସେମାନଙ୍କ ପୁରା ଶରୀର ଉପରେ ପ୍ରଭାବ ପଡ଼ିଥାଏ ।

ସକାଳେ ମହିଳା ବ୍ୟାୟାମ କରିବା ଦ୍ବାରା ସେମାନଙ୍କର ପୁରା ଶରୀରର ଚର୍ବି ଯେପରିକି ଆବଡୋମିନାଲ ଫ୍ୟାଟ୍‌(ପେଟରେ ଥିବା ଚର୍ବି) ଓ ହିପ୍‌ ଫ୍ୟାଟ୍‌ ସହିତ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ସେହିଭଳି ପୁରୁଷମାନେ ସନ୍ଧ୍ୟା ସମୟରେ ବ୍ୟାୟାମ କରିବା ଦ୍ବାରା ସେମାନଙ୍କର ପୁରା ଶରୀର ଉପରେ ପ୍ରଭାବ ପଡ଼େ । ମହିଳାଙ୍କ ପ୍ରାତଃ ସମୟ ଭଳି ପୁରୁଷଙ୍କ ସନ୍ଧ୍ୟା ସମୟ ବ୍ୟାୟାମ ଅଧିକ ଅନୁକୂଳ ହୋଇଥାଏ । ସନ୍ଧ୍ୟା ବେଳେ ବ୍ୟାୟାମ କଲେ ପୁରୁଷଙ୍କ କୋଲେଷ୍ଟ୍ରଲ, ରକ୍ତଚାପ, ଶ୍ବାସକ୍ରିୟା ଆଦି ସନ୍ତୁଳିତ ରହିଥାଏ ।

ଏହି ସମ୍ବନ୍ଧରେ ଗବେଷଣା କରିବା ଲାଗି ନ୍ୟୁୟର୍କର କିଛି ବିଶେଷଜ୍ଞ ୩୦ ଜଣ ମହିଳା ଓ ୨୬ ଜଣ ପୁରୁଷଙ୍କୁ ଏଥିରେ ସାମିଲ କରିଥିଲେ । ଏମାନଙ୍କ ବୟସ ୨୫ରୁ ୫୫ ବର୍ଷ ମଧ୍ୟରେ ରହିଥିଲା । ଏହାସହ ଏମାନେ ଅଧିକ ସକ୍ରିୟ ରହିଥିବା ବେଳେ ଧୂମପାନ କରୁନଥିଲେ, ଓଜନ ସାଧାରଣ ରହିଥିଲା । ଏମାନଙ୍କୁ ୧୨ ସପ୍ତାହ ଟ୍ରେନିଂ ଦିଆଯିବା ପରେ ଗବେଷଣାର ଫଳ ବାହାର କରାଯାଇଥିଲା ।

ଗବେଷକମାନେ କହିଛନ୍ତି ଯେ ଏମାନେ ୧୨ ସପ୍ତାହ ଟ୍ରେନିଂ ନେବା ପରେ ସେମାନଙ୍କୁ ଶରୀରରେ ଆଗ ଅପେକ୍ଷା ଉନ୍ନତି ଆସିଥିଲା । ସକାଳେ ମହିଳା ଓ ସନ୍ଧ୍ୟାରେ ପୁରୁଷ ବ୍ୟାୟାମ କରିବା ଫଳରେ ସେମାନଙ୍କ ଶରୀର ଉପରେ ଅଧିକ ପ୍ରଭାବ ପଡୁଥିବା ଗବେଷଣାରେ ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଥିବା ସେ କହିଛନ୍ତି । ପ୍ରାତଃ ସମୟରେ ମହିଳାମାନେ ବ୍ୟାୟାମ କଲେ ସେମାନଙ୍କ ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆସିବା ପରିଲକ୍ଷିତ ହୋଇଛି ବୋଲି ଗବେଷକ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.