ETV Bharat / sukhibhava

Mosquito and Soap: ସୁଗନ୍ଧ ସାବୁନ ଲଗାଇଲେ ଅଧିକ କାମୁଡେ ମଶା ! ଜାଣନ୍ତି କି

ଏକ ଗବେଷଣାରୁ ଜଣାପଡିଛି ଯେ, ମଶା କେବଳ ବ୍ଲଡ ଗ୍ରୁପ୍ ଦ୍ବାରା ଆକର୍ଷିତ ନୁହନ୍ତି ବରଂ ସାବୁନ ଦ୍ବାରା ମଧ୍ୟ ଆକର୍ଷିତ ହୋଇଥାଆନ୍ତି । ଅଧିକ ପଢନ୍ତୁ

author img

By

Published : Jun 23, 2023, 12:31 PM IST

Mosquito and Soap
Mosquito and Soap

ହାଇଦ୍ରାବାଦ: ବର୍ଷା ଋତୁରେ ମଶା ଦ୍ବାରା ରୋଗ ହେବାର ଆଶଙ୍କା ଅଧିକ ରହିଥାଏ । କହିବାକୁ ଗଲେ ରୋଗ ମଧ୍ୟ ଅଧିକ ହୋଇଥାଏ । ଏହି କାରଣରୁ ବର୍ଷା ଋତୁରେ ଡେଙ୍ଗୁ-ଚିକେନଗୁନିଆ ଏବଂ ମ୍ୟାଲେରିଆ ଭଳି ରୋଗ ହେବାର ଆଶଙ୍କା ମଧ୍ୟ ଅଧିକ ଥାଏ । କିନ୍ତୁ ଏହା ମଧ୍ୟ ସତ୍ୟ ଯେ କେବଳ ବର୍ଷା ଋତୁରେ ନୁହେଁ ବରଂ ପ୍ରତ୍ୟେକ ଋତୁରେ ମଶାଙ୍କ ଦ୍ବାରା ହେଉଥିବା ମ୍ୟାଲେରିଆ ରୋଗ ହେବାର ଆଶଙ୍କା ଅଧିକ ରହିଥାଏ । ଏପରି ପରିସ୍ଥିତିରେ, ପରିଷ୍କାର ପରିଚ୍ଛନ୍ନତା ଏବଂ ରାତିରେ ଶୋଇବା ସମୟରେ ମଶାରି ବ୍ୟବହାର କରିବା ଅଧିକ ଲାଭଦାୟକ ହୋଇପାରେ ।

କିନ୍ତୁ ଆପଣ ଜାଣିଛନ୍ତି କି କିଛି କାରଣରୁ ମଶା ଅଧିକ କାମୁଡିପାରେ ? ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏହା ସାମ୍ନାକୁ ଆସିଛି ଯେ ମଶା କେବଳ ବ୍ଲଡଗ୍ରୁପ ଦ୍ୱାରା ଆକର୍ଷିତ ନୁହଁନ୍ତି, ବରଂ ସାବୁନ ଦ୍ବାରା ମଧ୍ୟ ଆକର୍ଷିତ ହୋଇଥାଏ । ଏହାର ଅର୍ଥ ସୁଗନ୍ଧଯୁକ୍ତ ସାବୁନର ବ୍ୟବହାର ଦ୍ବାରା ମଶା ଅଧିକ କାମୁଡି ଥାଆନ୍ତି ।

ଫଳ ଏବଂ ଫୁଲର ସୁଗନ୍ଧରେ ଅଧିକ ଆକର୍ଷିତ ହୁଅନ୍ତି ମଶା: କେଉଁ ସୁଗନ୍ଧ ପ୍ରତି ମଶାମାନେ ଅଧିକ ଆକର୍ଷିତ ହୁଅନ୍ତି ତାହା ଜାଣିବା ପାଇଁ ଭର୍ଜିନିଆ ଅନୁସନ୍ଧାନକାରୀମାନେ ଚାରୋଟି ସାବୁନରକୁ ନେଇ ପରୀକ୍ଷା କରି ଦେଖିଥିଲେ । ଫଳର ସୁଗନ୍ଧ ଏବଂ ଫୁଲର ସୁଗନ୍ଧରେ ମଶାମାନେ ଅଧିକ ଆକର୍ଷିତ ହୋଇଥାଆନ୍ତି ବୋଲି ଜଣାପଡିଥିଲା । ସାବୁନର ସୁଗନ୍ଧ ମଣିଷର ପ୍ରାକୃତିକ ଗନ୍ଧ ସହିତ କିପରି କାର୍ଯ୍ୟ କରେ ତାହା ଉପରେ ମଧ୍ୟ ଏହା ନିର୍ଭର କରିଥାଏ ।

କଣ କୁହେ ଅନୁସନ୍ଧାନ: ସର୍ବପ୍ରଥମେ, ଏହା ଜାଣିରଖିବା ଜରୁରୀ ଯେ, ଶରୀରର ପ୍ରାୟ 60 ପ୍ରତିଶତ ସୁଗନ୍ଧ ବ୍ୟବହୃତ ସାବୁନ୍ କାରଣରୁ ଏବଂ ଅବଶିଷ୍ଟ 40% ଶରୀରର ପ୍ରାକୃତିକ ସୁଗନ୍ଧ ଅଟେ । ଏହାକୁ ଧ୍ୟାନରେ ରଖି ଆଇସାଇନ୍ସ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ପାଇଁ ଅନୁସନ୍ଧାନକାରୀମାନେ ଆମେରିକାର ପ୍ରାୟ 53% ଲୋକଙ୍କ ପ୍ରିୟ ସାବୁନ୍ ଉପରେ ଅନୁସନ୍ଧାନ କରିଥିଲେ । ଚାରିଜଣ ଅଂଶଗ୍ରହଣକାରୀ ବିଭିନ୍ନ ବ୍ରାଣ୍ଡର ସାବୁନ୍ ବ୍ୟବହାର କରିଥିଲେ ଏବଂ ଯନ୍ତ୍ରପାତି ମାଧ୍ୟମରେ ଏକ ପାତ୍ରରେ ସେମାନଙ୍କ ଠାରୁ ଆସୁଥିବା ସୁଗନ୍ଧ ସଂଗ୍ରହ କରି ଏହାକୁ ପାତ୍ରରେ ଥିବା ମଶାମାନଙ୍କ ମଧ୍ୟରେ ଛାଡିଥିଲେ ।

ନଡିଆରେ ତିଆରି ସାବୁନ ମଶା ପାଇଁ ହୋଇପାରେ ଘାତକ: ଏହି ଅଧ୍ୟୟନରେ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଯେଉଁ ସାବୁନରେ ଫଳ କିମ୍ବା ଫୁଲର ସୁଗନ୍ଧ ଥିଲା, ସେହି ପାତ୍ରର ମଶା ଅଧିକ ସକ୍ରିୟ ଥିଲେ । ଅନ୍ୟ ପାତ୍ର ଅପେକ୍ଷା ସେମାନଙ୍କର ଗତିବିଧି ଅଧିକ ଥିଲା । ନଡ଼ିଆ ସୁଗନ୍ଧିତ ସାବୁନ୍ ଥିବା ପାତ୍ରରେ ଥିବା ମଶାମାନଙ୍କର କୌଣସି କ୍ରିୟା ଦେଖାଯାଇନଥିଲା । ମଶା ନଡିଆ ସୁଗନ୍ଧ ପାଖକୁ ଆକର୍ଷିତ ହୋଇଥିଲେ କିନ୍ତୁ ଫଳ ଏବଂ ଫୁଲର ସୁଗନ୍ଧ ତୁଳନାରରେ କମ ରହିଥିଲା । ଏହି ଆଧାରରେ, ଗବେଷକମାନେ ପରାମର୍ଶ ଦେଇଛନ୍ତି ଯେ ମଶା ଠାରୁ ମୁକ୍ତି ପାଇବା ପାଇଁ ନଡ଼ିଆ ସୁଗନ୍ଧିତ ସାବୁନ ବ୍ୟବହାର କରାଯାଇପାରିବ।

ମଶା କାମୁଡିବା ଚିହ୍ନକୁ ହଟାଇବା ପାଇଁ ଘୋରୋଇ ଉପଚାର:

  1. ଲେମ୍ବୁ ଚୋପା ସହିତ ସ୍କ୍ରବ୍ କରିବା ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ । ଲେମ୍ବୁ ଚୋପା ନେଚୁରାଲ ସ୍କିନ ଲାଇଟର ହୋଇଥାଏ । ଗୋଟିଏ ଚାମଚ ଲେମ୍ବୁ ଚୋପା ପାଉଡର ନେଇ ସେଥିରେ ଚିନି ମିଶାନ୍ତୁ। ପ୍ରତିଦିନ ଗାଧୋଇବା ପୂର୍ବରୁ ଏହାକୁ ବ୍ୟବହାର କରନ୍ତୁ ।
  2. ପିଆଜ ରସ କେବଳ କେଶ ପାଇଁ ନୁହେଁ ବରଂ ଚର୍ମରେ ଥିବା ଦାଗ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ । ତେବେ ପିଆଜ ରସ ବଦଳରେ ପିଆଜକୁ କାଟି ଦୁଇ ଫାଳ କରି ଉକ୍ତ ସ୍ଥାନରେ ରଖିପାରିବେ।
  3. ଆପଲ୍ ସାଇଡର୍ ଭିନେଗାରକୁ ଏକ ଟୋନର ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ। ଏହା ସହିତ ଚର୍ମରେ ମଶା କାମୁଡ଼ିବାର ଚିହ୍ନ ଦୂର ହୋଇପାରିବ । ଟୋନର ତିଆରି କରିବାକୁ, କେବଳ ଗୋଟିଏ କପ୍ ଆପଲ୍ ସାଇଡର୍ ଭିନେଗାରରେ ଦୁଇ କପ୍ ପାଣି ମିଶ୍ରଣ କରିବାକୁ ପଡିବ । ଏହାକୁ ବ୍ୟବହାର କରିବା ପାଇଁ, ତୁଳା ଉପରେ ଟୋନର ଲଗାନ୍ତୁ ଏବଂ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ପ୍ରଭାବିତ ଅଞ୍ଚଳରେ ଲଗାନ୍ତୁ ।
  4. ଆଲୋଭେରା ଜେଲ୍ ମଧ୍ୟ ଦାଗ ହଟାଇବାରେ ସହାୟକ ହୋଇପାରେ । ଏହା କେବଳ କୁଞ୍ଚନରେ ଆରାମ ପ୍ରଦାନ କରିବ ନାହିଁ ବରଂ ଦାଗ ମଧ୍ୟ ଦୂର କରିଥାଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.