ETV Bharat / sukhibhava

ଗ୍ରୀଷ୍ମ ଋତୁରେ ACର ତାପମାତ୍ରା କେତେ ରଖିବା ଉଚିତ ? ଜାଣନ୍ତୁ - କେଉଁ ବୟସର ଲୋକଙ୍କ ପାଇଁ କେତେ ରଖିବେ ଏସିର ତାପମାତ୍ରା

ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଉତ୍ତାପ ହେତୁ ଲୋକମାନେ ଘରେ ଏସି ଲଗାଇବା ପାଇଁ ପସନ୍ଦ କରିଥାଆନ୍ତି । ତେବେ ଜାଣନ୍ତୁ କେଉଁ ବୟସର ଲୋକଙ୍କ ପାଇଁ କେତେ ରଖିବେ ଏସିର ତାପମାତ୍ରା । ଅଧିକ ପଢନ୍ତୁ

Best AC temperature for sleeping
Best AC temperature for sleeping
author img

By

Published : Jun 12, 2023, 5:34 PM IST

ହାଇଦ୍ରାବାଦ: ଲୋକମାନେ ଗ୍ରୀଷ୍ମ ଋତୁରେ ଗରମରୁ ରକ୍ଷା ପାଇବା ପାଇଁ ତଥା ଭଲ ନିଦ ପାଇଁ ନିଜ ଘରେ ଏୟାର କଣ୍ଡିସନର ବା ଏସି ଲଗାଇ ଥାଆନ୍ତି । କିନ୍ତୁ ଲେକେ ବୁଝିପାରିନଥାନ୍ତି ଯେ, ଶୋଇଲା ବେଳେ ଏସିର ତାପମାତ୍ରାକୁ କେତେ ରଖିବା ଆବଶ୍ୟକ । ଏସିର ତାପମାତ୍ରା କମ କିମ୍ବା ବେଶୀ ହେବା ଦ୍ବାରା ଶରୀର ଉପରେ କେଉଁ ପ୍ରକାର ପ୍ରଭାବ ପଡିଥାଏ। ସର୍ବଦା ଋତୁ ବା ବାହାରର ତାପମାତ୍ରା ଅନୁସାରେ ରୁମର ତାପମାତ୍ରା ରଖିବା ଉଚିତ । ଯଦି ଆପଣ ଏସି ତାପମାତ୍ରାକୁ କମ୍ ରଖନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ । ତେବେ ଜାଣନ୍ତୁ ରାତିରେ ଭଲ ନିଦ ହେବା ପାଇଁ ତାପମାତ୍ରା କେତେ ରଖିବା ଉଚିତ ?

ନ୍ୟାସନାଲ୍ ସ୍ଲିପ୍‌ ଫାଉଣ୍ଡେସନ୍ ଏହି ବିଷୟରେ ଏକ ସର୍ଭେ କରିଥିଲା । ରିପୋର୍ଟରେ କୁହାଯାଇଥିଲା ଯେ, ରୁମକୁ ଥଣ୍ଡା ରଖିବା ଦ୍ୱାରା ଆପଣଙ୍କୁ ଗଭୀର ଏବଂ ଶାନ୍ତିରେ ନିଦ ହୋଇଥାଏ । ସର୍ଭେରେ ଜଡିତ ପାଞ୍ଚ ଜଣଙ୍କ ମଧ୍ୟରୁ ଚାରିଜଣ କହିଛନ୍ତି ଯେ, ଭଲ ନିଦ ପାଇଁ କୋଠରୀ ତାପମାତ୍ରା ବାହ୍ୟ ତାପମାତ୍ରାଠାରୁ କମ୍ ରହିବା ଅତ୍ୟନ୍ତ ଜରୁରୀ ଅଟେ । ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ନିଜ ସୁବିଧା ଉପରେ ନିର୍ଭର କରେ, ରୁମର ତାପମାତ୍ରା ରଖିବା ପାଇଁ କେତେ କମ୍ ? ଗଭୀର ନିଦ ପାଇଁ ସର୍ବୋତ୍ତମ କୋଠରୀ ତାପମାତ୍ରା କ’ଣ ହେବା ଉଚିତ୍ ସେ ବିଷୟରେ ଅନେକ ଗବେଷଣା ଏବଂ ଅଧ୍ୟୟନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Curd For Summer Skin Care: ଖରାରେ ବି ମୁହଁରେ ଚମକ ଚାହୁଁଛନ୍ତି କି ? ଏହି ଉପାୟରେ ଲଗାନ୍ତୁ ଦହି

କେଉଁ ବୟସର ଲୋକଙ୍କ ପାଇଁ କେତେ ରଖିବେ ଏସିର ତାପମାତ୍ରା:

  1. ଯଦି 15 ବର୍ଷରୁ କମ୍ ପିଲାମାନଙ୍କ କୋଠରୀରେ ଏସିର ତାପମାତ୍ରା 21 ଡିଗ୍ରୀ ସେଲସିୟସରେ ରଖାଯାଏ, ତେବେ ସେମାନେ ଆରାମରେ ଶୋଇ ପାରିବେ। ଏଭଳି ପରିସ୍ଥିତିରେ ପିଲାମାନେ ଗରମ ଏବଂ ଥଣ୍ଡା ଅନୁଭବ କରନ୍ତି । ଯଦି ଶିଶୁଙ୍କ କୋଠରୀର ତାପମାତ୍ରା 21 ଡିଗ୍ରୀ ଥାଏ, ତେବେ ସେମାନେ ଆରାମରେ ଶୋଇ ପାରିବେ।
  2. ବୟସ୍କମାନଙ୍କ ପାଇଁ, କୋଠରୀରେ ଥିବା ଏସି ତାପମାତ୍ରା 20 ଡିଗ୍ରୀ ସେଲସିୟସ ହେବା ଉଚିତ। ଏହି ତାପମାତ୍ରାରେ ଶୋଇବା ଭଲ ନିଦ ହୋଇଥାଏ। ଯଦି ଆପଣ ଏସି ତାପମାତ୍ରାକୁ 20 ଡିଗ୍ରୀ ସେଲସିୟସରୁ କମ୍ ରଖନ୍ତି, ତେବେ ଅତ୍ୟଧିକ ଥଣ୍ଡା ହେତୁ ସ୍ୱାସ୍ଥ୍ୟ ଅବନ୍ନତି ହେବାର ଆଶଙ୍କା ରହିଥାଏ ।
  3. ବୃଦ୍ଧମାନଙ୍କ ପାଇଁ କୋଠରୀରେ ଏସି ତାପମାତ୍ରା 24 ଡିଗ୍ରୀ ସେଲସିୟସ୍ ରଖିବା ଆବଶ୍ୟକ । କହିବାକୁ ଗଲେ ବୃଦ୍ଧମାନେ ଅତ୍ୟଧିକ ଥଣ୍ଡା ଅନୁଭବ କରନ୍ତି । ଏପରି ପରିସ୍ଥିତିରେ, ଯଦି ସେମାନଙ୍କ କୋଠରୀର ତାପମାତ୍ରା 24 ଡିଗ୍ରୀ ସେଲସିୟସରୁ କମ୍ ରଖାଯାଏ, ତେବେ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ ।
  4. ଏସି ଚଳାଇବା ବେଳେ, ଗୋଟିଏ କଥା ମନେ ରଖିବା ଉଚିତ । ଆପଣ ଏଥିରେ ଏକ ଟାଇମର୍ ସେଟ୍ କରିବା ଜରୁରୀ । ସକାଳେ ଅତ୍ୟଧିକ ଥଣ୍ଡା ହେତୁ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ ।
  5. ଭୋର ସମୟରେ ତାପମାତ୍ରା କମ୍‌ ରହିଥାଏ । ତେଣୁ ରୁମ୍‌ର ତାପମାତ୍ରା ଅନୁସାରେ ଏସିର ତାପମାତ୍ରା ରଖିବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.