ETV Bharat / sukhibhava

Boiled vs Unboiled Milk: ବର୍ଷା ଋତୁରେ କେଉଁ କ୍ଷୀର ପିଇବା ଉଚିତ୍‌ - ବର୍ଷା ଋତୁରେ କେଉଁ କ୍ଷୀର ପିଇବା ଉଚିତ

ଶରୀରରେ କ୍ୟାଲସିୟମର ଅଭାବକୁ ପୂରଣ କରିବାର ସର୍ବୋତ୍ତମ ଏବଂ ସହଜ ଉପାୟ ହେଉଛି କ୍ଷୀର । କିନ୍ତୁ ବର୍ଷା ଋତୁରେ ପ୍ରତ୍ୟେକ ବିଷୟରେ ଅଧିକ ସଚେତନ ହେବା ଆବଶ୍ୟକ । ଅଧିକ ପଢନ୍ତୁ

Boiled vs Unboiled Milk
Boiled vs Unboiled Milk
author img

By

Published : Aug 6, 2023, 7:38 AM IST

ହାଇଦ୍ରାବାଦ: ସ୍ୱାସ୍ଥ୍ୟ ପାଇଁ କ୍ଷୀରର ଉପକାରିତା ସମସ୍ତେ ଜାଣନ୍ତି । ପ୍ରତିଦିନ କ୍ଷୀର ପିଇବା ଦ୍ବାରା ଶରୀର ଉପରେ ଏହାର ଯାଦୁକାରୀ ପ୍ରଭାବ ପଡିଥାଏ । ତେବେ ଆୟୁର୍ବେଦିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବର୍ଷା ଋତୁରେ କ୍ଷୀର ପିଇବାର ଏକ ଉପଯୁକ୍ତ ଉପାୟ ଅଛି । ତେବେ ଜାଣନ୍ତୁ ବର୍ଷା ଋତୁରେ କଞ୍ଚା କ୍ଷୀର ନା କ୍ଷୀରକୁ ଗରମ କରି ପିଇବା ଭଲ । ଡାକ୍ତରଙ୍କ କହିବା ଅନୁସାରେ, ଥଣ୍ଡା କ୍ଷୀର ବଦଳରେ ଗରମ କ୍ଷୀର ଖାଇବା ସର୍ବଦା ପରାମର୍ଶଦାୟକ ଅଟେ । ଉଷୁମ କ୍ଷୀର ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରେ । ପୋଷକ ତତ୍ତ୍ୱର ଅବଶୋଷଣରେ ଉନ୍ନତି ଆଣେ ଏବଂ ଶରୀରର ସାମଗ୍ରିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରେ ।

କ୍ଷୀରକୁ କିଭଳି ଗରମ କରିବା ଉଚିତ: ଯେତେବେଳେ ଏକ ଚତୁର୍ଥାଂଶ ପରିମାଣର ପାଣି ମିଶାଇ ଦୁଗ୍ଧ ଫୁଟାଯାଏ, ସେତେବେଳେ କ୍ଷୀରର ସ୍ବାସ୍ଥ୍ୟ ଉପକାରିତା ଗୁଣ ଦ୍ବିଗୁଣ ବୃଦ୍ଧି ପାଇଥାଏ । କ୍ଷୀରରେ ଶକ୍ତି ଏବଂ ପୁଷ୍ଟିକର ତତ୍ତ୍ବ ବୃଦ୍ଧି ହେବା ସହିତ ଅନେକ ରୋଗର ଆଶଙ୍କାକୁ ମଧ୍ୟ ଦୂର କରିଥାଏ । ତେବେ ଆପଣ ମସଲାଯୁକ୍ତ କ୍ଷୀର ମଧ୍ୟ ପିଇପାରିବେ । କ୍ଷୀରରେ ହଳଦୀ, ଡାଲଚିନି, ଅଳେଇବ କିମ୍ବା ଅଦା ପରି ଆୟୁର୍ବେଦିକ ମସଲା ମିଶାଇ ହଜମ ପ୍ରକ୍ରିୟାକୁ ଦ୍ବିଗୁଣିତ କରିଥାଏ । ଏହି ମସଲା କେବଳ ସ୍ୱାଦକୁ ବୃଦ୍ଧି କରେ ନାହିଁ ବରଂ ସ୍ବାସ୍ଥ୍ୟ ଉପକାରିତା ଗୁଣ ଦ୍ବିଗୁଣା ବୃଦ୍ଧି ପାଇଥାଏ ।

ଏହା ମଧ୍ୟ ପଢନ୍ତୁ: Milk Hing Benefits: ପ୍ରତିଦିନ କ୍ଷୀର ସହ ମିଶାଇ ପିଅନ୍ତୁ ହିଙ୍ଗୁ, ପାଖ ମାଡିବନି ରୋଗ

କାହିଁକି ମନା ହୋଇଥାଏ କ୍ଷୀର ସହ ଫଳ ଖାଇବା ? ଜାଣନ୍ତୁ କାରଣ

କେତେବେଳେ କ୍ଷୀର ପିଇବା ଉଚିତ: କ୍ଷୀରକୁ ଭାରୀ କିମ୍ବା ଅସ୍ୱାସ୍ଥ୍ୟକର ଖାଦ୍ୟ ସହିତ ମିଶ୍ରଣ କରିବା ପରିବର୍ତ୍ତେ ଏହାକୁ ଜଳଖିଆ ସମୟରେ କିମ୍ବା ଅଲଗା ଖାଦ୍ୟ ଭାବରେ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଏହା ଦ୍ବାରା ଶରୀର ଠିକ ଭାବେ ହଜମ କରିପାରିଥାଏ।

ଏହି କ୍ଷୀର ପିଇବା ଉଚିତ ନୁହେଁ:

  • ସିଝା ହୋଇନଥିବା କ୍ଷୀର
  • ଲୁଣ ସହିତ କ୍ଷୀର
  • ଫେଣ୍ଟେଡ୍ ଲିକ୍ୟୁଡ ସହିତ କ୍ଷୀର
  • ଫଳ ସହିତ କ୍ଷୀର

କହିରଖୁଛୁ କି, ଫଳ ଏବଂ କ୍ଷୀର ଏକାଠି ଖାଇବା ଅନୁଚିତ । କାରଣ ଏକାଠି ଖାଇବା ଦ୍ବାରା ହଜମରେ ପ୍ରଭାବ ପକାଇଥାଏ । ଫଳ ସହ କ୍ଷୀର ପିଇବା ଦ୍ବାରା ଗ୍ୟାସ ହେବା ସହ ପେଟ ଫୁଲିଯାଇଥାଏ । ତେଣୁ କ୍ଷୀର ପିଇବା ସମୟରେ ଅନ୍ୟ କିଛି ଖାଇବା ପାଇଁ ବିଶେଷଜ୍ଞମାନେ ବାରଣ କରିଥାଆନ୍ତି ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ । ଏହା ଏକ ତଥ୍ୟଭିତ୍ତିକ ଖବର । ମନରେ କୌଣସି ପ୍ରକାରେ ଦ୍ବନ୍ଦ ଆସିଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.