ETV Bharat / sukhibhava

ବିନା ଜ୍ବରରେ କାହିଁକି ବଢେ ତାପମାତ୍ରା, କାରଣ କହିଲେ ବିଶେଷଜ୍ଞ - ଜ୍ବର ନଥାଇ ଶରୀର ଗରମର କାରଣ

ବେଳେବେଳେ ଶରୀରରେ ଜ୍ବର ନଥାଇ ମଧ୍ୟ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିଥାଏ । ଜାଣନ୍ତୁ କଣ ରହିଛି ଏହାର କାରଣ

High Body Temperature
High Body Temperature
author img

By ETV Bharat Odisha Team

Published : Oct 26, 2023, 7:49 PM IST

ହାଇଦ୍ରାବାଦ: ଅନେକ ଲୋକଙ୍କର ଶରୀରର ତାପମାତ୍ରା ସାଧାରଣ ଠାରୁ ଅଧିକ ରହିଥାଏ। ଶରୀରରେ ଜ୍ବର ନଥାଇ ମଧ୍ୟ ତାପମାତ୍ରା ଅଧିକ ରହିଥାଏ। ତେବେ ଏହାକୁ କିଛିଜଣ ସାଧାରଣ ବୋଲି ଭାବିବା ବେଳେ ଆଉ କିଛି ଜଣ ଏହାର କାରଣ ନଥାନ୍ତି। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ବେଳେବେଳେ ଏହି ବର୍ଦ୍ଧିତ ତାପମାତ୍ରା ମଧ୍ୟ କିଛି ଗମ୍ଭୀର ରୋଗର ଲକ୍ଷଣ ହୋଇପାରେ। ଶରୀର ସବୁବେଳେ ଗରମ ରହିଥିବା ସାଧାରଣ କଥା ନୁହେଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମାନି ଥାଆନ୍ତି। ତେବେ ଏହାର କାରଣ ଅନେକ ହୋଇଥିବା ବେଳେ ଏଥି ପାଇଁ ଜୀବନଶୈଳୀ ମଧ୍ୟ ଦାୟୀ ବୋଲି କୁହାଯାଇଛି। ଭୁଲ ଖାଦ୍ୟ ଅଭ୍ୟାସ, ସ୍ୱାସ୍ଥ୍ୟର ଯତ୍ନ ନନେବା, ମଦ୍ୟପାନ, ମସଲାଯୁକ୍ତ ଖାଦ୍ୟ ଖାଇବା ଏବଂ ପରିବେଶଗତ କାରଣ ମଧ୍ୟ ଏହି ସମସ୍ୟାର କାରଣ ହୋଇପାରେ। ଏହା ବ୍ୟତୀତ ଅନ୍ୟ ମଧ୍ୟ କିଛି କାରଣ ରହିଛି।

ଜଳବାୟୁରେ ପରିବର୍ତ୍ତନ: ଶୀତଦିନେ ଅଧିକ ପୋଷାକ କିମ୍ବା ମୋଟା ପୋଷାକ ପିନ୍ଧିବା କାରଣରୁ ଶରୀରର ତାପମାତ୍ରା ବୃଦ୍ଧି ହେବା ସ୍ୱାଭାବିକ ହୋଇଥାଏ। ଗ୍ରୀଷ୍ମ ଦିନରେ ସୂର୍ଯ୍ୟକିରଣରେ ଅଧିକ ସମୟ ରହିବା ଦ୍ବାରା ମଧ୍ୟ ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ। ବେଳେବେଳେ ଗରମ କିମ୍ବା ଆର୍ଦ୍ର ପାଗରେ ହାଇପୋଥର୍ମିଆ ହେତୁ ଶରୀରର ତାପମାତ୍ରା ବୃଦ୍ଧି ହୋଇଥାଏ। ଏହି କାରଣରୁ ବୃଦ୍ଧି ହେଉଥିବା ତାପମାତ୍ରାକୁ ଜ୍ବର କୁହାଯାଏ ନାହିଁ।

ହାଇପୋଥାଇରଏଡିଜିମ୍: ଶରୀରରେ ଥାଇରଏଡ ବୃଦ୍ଧି ହେବା କାରଣରୁ ତାପମାତ୍ରା ମଧ୍ୟ ବୃଦ୍ଧି ହୋଇଥାଏ। ଶରୀର ଗରମ ଲାଗିବା, ଝାଳ ବାହାରିବା, ଝାଡା ଏବଂ ବିଚଳିତ ହେବା ମଧ୍ୟ ଥାଇରଏଡର ଲକ୍ଷଣ ହୋଇଥାଏ। ଏପରି ପରିସ୍ଥିତିରେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। ସନ୍ଧ୍ୟାରେ ଶରୀର ଗରମ ହେବା ସ୍ୱାଭାବିକ। ବିନା ଜ୍ବରରେ ଥାଇରଏଡ ଦ୍ବାରା ମଧ୍ୟ ଶରୀର ଗରମ ହୋଇଥାଏ। ଶରୀରରେ T3 ଏବଂ T4 ବୃଦ୍ଧି ହେଲେ ଏହି ସମସ୍ୟା ଦେଖାଯାଏ। ଏହି ସମୟରେ ଶରୀରର ତାପମାତ୍ରା ବୃଦ୍ଧି ପାଇବା ସହିତ ଝାଳ ବାହାରିଥାଏ।

ବିନା ଜ୍ବରରେ ଶରୀରରେ ତାପମାତ୍ରା ବୃଦ୍ଧି ସମସ୍ୟା ପ୍ରାୟତଃ ଛୋଟ ଛୁଆ ଏବଂ ବୃଦ୍ଧମାନଙ୍କ ଠାରେ ଦେଖାଯାଇଥାଏ। ଛୋଟ ଛୁଆମାନେ ଅଧିକ ସମୟ ସୂର୍ଯ୍ୟ କିରଣରେ ରହିବା କାରଣରୁ ତାପମାତ୍ରା ବୃଦ୍ଧି ପାଇଥାଏ। ଅନ୍ୟପଟେ ବୃଦ୍ଧମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ରହିବା କାରଣରୁ ସେମାନେ ଏହି ସମସ୍ୟାର ଶିକାର ହୋଇଥାଆନ୍ତି।

ସଂକ୍ରମଣ: ସାଧାରଣତଃ ସଂକ୍ରମଣ ଯୋଗୁଁ ଜ୍ବର ହୋଇଥାଏ। ତେବେ ଛାତି କିମ୍ବା ପେଟ ଜନିତ ସଂକ୍ରମଣ ହେବା କାରଣରୁ ମଧ୍ୟ ଶରୀର ଗରମ ହୋଇଥାଏ। ତେବେ ଏହାକୁ ସାଧାରଣ ଭାବେ ନେବା ଉଚିତ ନୁହେଁ ବୋଲି କୁହାଯାଇଛି। କିନ୍ତୁ ସଂକ୍ରଣ ହିଁ ଜ୍ବରର କାରଣ ଏହା ମଧ୍ୟ ଭାବିବା ଭୁଲ ଅଟେ।

ବ୍ୟାୟାମ ପରେ ବୃଦ୍ଧି ପାଏ ତାପମାତ୍ରା: ବ୍ଯାୟାମ କରିବା ଦ୍ବାରା ମଧ୍ୟ ଶରୀରର ଓଜନ ବୃଦ୍ଧି ପାଇଥାଏ। କିନ୍ତୁ ଏହା ଅଧିକ ସମୟ ପର୍ଯ୍ୟନ୍ତ ଶରୀରରେ ରୁହେ ନାହିଁ। ବ୍ଯାୟାମ କରିବାର 10ରୁ 15 ମିନିଟ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଥାଏ। ପ୍ରତିଦିନ କିଛି ସମୟ ବ୍ୟାୟାମ କରିବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଛାଏ। ତେଣୁ ଶରୀରର ତାପମାତ୍ରା ବୃଦ୍ଧି ହେଲେ ଚିନ୍ତା କରିବା ଆବଶ୍ୟକ ନୁହେଁ ବୋଲି କୁହାଯାଇଛି।

ରାତିରେ ତାପମାତ୍ରା ବୃଦ୍ଧି ବିପଦ: ଯଦି ଶରୀରର ତାପମାତ୍ରା ରାତିରେ ସ୍ବାଭାବିକ ଠାରୁ ଅଧିକ ହେଉଛି ତାହେଲେ ଏହା ଗମ୍ଭୀର ରୋଗର ଲକ୍ଷଣ ହୋଇପାରେ। ଜ୍ବର ଲାଗି ରହିବା ସହିତ ଭୋକ ନଲାଗିବା ଏବଂ ଓଜନ ହ୍ରାସ ଭଳି ସମସ୍ୟା ଦେଖାଗଲେ ଏହା ଯକ୍ଷ୍ମାର ଲକ୍ଷଣ ହୋଇପାରେ। ଏପରି ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ଜରୁରୀ ଅଟେ।

ନିର୍ଦ୍ଦିଷ୍ଟ ଅଙ୍ଗର ତାପମାତ୍ରା ବୃଦ୍ଧି: ଶରୀରର କୌଣସି ଅଙ୍ଗର ତାପମାତ୍ରା ବୃଦ୍ଧି ହେବା, ଫୁଲିଯିବା କିମ୍ବା ରଙ୍ଗରେ ପରିବର୍ତ୍ତନ କୌଣସି ଗମ୍ଭୀର ରୋଗର କାରଣ ହୋଇପାରେ ବୋଲି କୁହାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.