ହାଇଦ୍ରାବାଦ: ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ । ପୁରୁଷ ଅପେକ୍ଷା ନାରୀ ମାନେ ନିଜେ ସୁନ୍ଦର ଦେଖାଯିବାକୁ କେତେ କଣ ଉପାୟ ଅବଲମ୍ବନ କରନ୍ତି । ଏହି କାରଣରୁ ଅନେକ ପ୍ରକାର ବିଉଟି ପ୍ରଡକ୍ଟ ବ୍ୟବହାର କରିଥାଆନ୍ତି । ଏହା ବ୍ୟତୀତ ଚେହେରାରେ ଚମକ ଆଣିବା ପାଇଁ ବ୍ଲିଚ୍ ଏବଂ ଫେସିଆଲ୍ ଇତ୍ୟାଦି ମଧ୍ୟ କରାଯାଇଥାଏ । ତେବେ ସମସ୍ତେ ଫେସିଆଲ ବିଷୟରେ ଅବଗତ ରହିଥାଆନ୍ତି । କିନ୍ତୁ ଆପଣ କେବେ ଫଟୋ ଫେସିଆଲ ବିଷୟରେ ଶୁଣିଛନ୍ତି । ଏହା ସ୍କିନ ପାଇଁ ଉପକାରୀ ନା କ୍ଷତିକାରକ ଜାଣିଛନ୍ତି କି ? ବାସ୍ତବରେ ଆଜିକା ସମୟରେ ଫଟୋ ଫେସିଆଲ ଟ୍ରେଣ୍ଡରେ ରହିଛି । ଏହାର ବିଶେଷ କଥା ହେଉଛି ଏହା ହାତରେ ନୁହେଁ ବରଂ ମେସିନ୍ ସାହାଯ୍ୟରେ କରାଯାଇଥାଏ । ତେବେ ଜାଣନ୍ତୁ ଫଟୋ ଫେସିଆଲ ତ୍ବଚା ପକ୍ଷେ କେତେ ଉପକାରୀ ନା କ୍ଷତିକାରକ ।
କଣ ଏହି ଫଟୋ ଫେସିଆଲ: ଫଟୋ ଫେସିଆଲ ସାଧାରଣ ଫେସିଆଲ ଠାରୁ ସମ୍ପୁର୍ଣ୍ଣ ଭିନ୍ନ ହୋଇଥାଏ । ଏହା ହେଉଛି ଏକ ପ୍ରକାର ସ୍କିନ କେୟାର ଟ୍ରିଟମେଣ୍ଟ ହୋଇଥାଏ କିନ୍ତୁ ଅସ୍ତ୍ରୋପଚାର କରାଯାଇନଥାଏ । ଏହା କୌଣସି ବିୟୁଟି ପାଲରରେ ନୁହେଁ ବରଂ ବିୟୁଟି କ୍ଲିନିକରେ କରାଯାଇଥାଏ । ଏହା କରିବା ପାଇଁ ଶିକ୍ଷା ଗ୍ରହଣ କରିଥିବା କିଛି ଏକ୍ସପର୍ଟ ରହିଥାଆନ୍ତି । ଏଥିରେ ଚର୍ମର ଭିତର କୋଷ ଗୁଡ଼ିକୁ ଟ୍ରିଟମେଣ୍ଟ ଦିଆଯାଇଥାଏ । ଆର୍ଟିଫିସିଆଲ ଲାଇଟ ଦ୍ବାରା ଏହା କରାଯାଇଥାଏ । ଫଟୋ ଫେସିଆଲ ସମୟରେ ଆଲୋକର କିଛି କିରଣ ଅଧ ଘଣ୍ଟା ପାଇଁ ଚର୍ମରେ ପ୍ରବେଶ କରେ, ଏହି କିରଣ ଚର୍ମ ଭିତରକୁ ଯାଇ କୋଷ ଗୁଡ଼ିକୁ ସୁସ୍ଥ କରିଥାଏ ।
ଏହି ପ୍ରଭାବ ହେତୁ ଚର୍ମର ଭିତର କୋଷ ଗୁଡ଼ିକରେ କୋଲାଜନର ମାତ୍ରାକୁ ବଢାଥାଏ । ଏହା ମଧ୍ୟ ବୟସର ପ୍ରଭାବ ଦର୍ଶାଉଥିବା ଫାଇଲ୍ ଲାଇନ୍ ହ୍ରାସ କରେ । ଏହାର ସର୍ବୋତ୍ତମ କଥା ହେଉଛି ଏହା 4 ରୁ 6 ସପ୍ତାହ ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିଥାଏ । ପାର୍ଲର ଗୁଡ଼ିକରେ ହେଉଥିବା ଫେସିଆଲ ତୁଳନାରେ, ଫଟୋ ଫେସିଆଲ ସ୍କିନ ଉପରେ ଶୀଘ୍ର ଏବଂ ଭଲ ପ୍ରଭାବ ପକାଇଥାଏ । ଫଟୋ ଫେସିଆଲର ଅନେକ ସିଟିଂ ଅଛି । ଗୋଟିଏ ସିଟିଂ ପାଇଁ 2 ହଜାରରୁ 5ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ । ଚର୍ମରେ ଲାଲ ଚିହ୍ନ, କୌଣସି ଆଘାତର ଚିହ୍ନ, ଚର୍ମରେ ଫୁଲା, ଚର୍ମ କୁଞ୍ଚନ ଭଳି ସମସ୍ୟା ମଧ୍ୟ ଫଟୋ ଫେସିଆଲ ଦ୍ୱାରା ତୁରନ୍ତ ଦୂର ହୋଇଥାଏ । ଅନ୍ୟ ଫେସିଆଲ ତୁଳନାରେ ଫଟୋ ଫେସିଆଲ ଶୀଘ୍ର ଦାଗ ଦୂର କରିଥାଏ ।
ଏହା ମଧ୍ୟ ପଢନ୍ତୁ: Face Steaming is Beneficial: ଫେସିଆଲ ସମୟରେ ଦିଆଯାଏ ଷ୍ଟିମ, ଜାଣନ୍ତୁ ଏହା ପଛର କାରଣ
ଫଟୋ ଫେସିଆଲ ସ୍କିନ ପାଇଁ କ୍ଷତିକାରକ କି: କିଛି ଦିନ ବ୍ୟବଧାନରେ ଏହି ଟ୍ରିଟମେଣ୍ଟ ବା ଫେସିଆଲ କରିବା ଦ୍ବାରା ତ୍ବଚା ଉପରେ କୌଣସି ଗମ୍ଭୀର ପ୍ରଭାବ ପକାଇନଥାଏ । କିନ୍ତୁ ଯଦି ବାରମ୍ବାର ଫଟୋ ଫେସିଆଲ କରାଯାଇଥାଏ, ତେବେ ରକ୍ତବାହୀ ଉପରେ ପ୍ରଭାବ ପଡିଥାଏ । କେତେକ କ୍ଷେତ୍ରରେ ମୁହଁରେ ଲାଲ ଦାଗ ହେବା ସହ ଛିଦ୍ର ଦେଖାଯାଇଥାଏ । ଅନ୍ୟ ପଟେ, ଯଦି ଏଥିରେ ଗୁଣାତ୍ମକ ଜିନିଷ ବ୍ୟବହାର କରାଯାଏ ନଯାଏ, ତେବେ ଏହା ଚର୍ମରେ ସମସ୍ୟା ସୃଷ୍ଟି କରିପାରେ । ଏହି କାରଣରୁ ଚର୍ମରୋଗ ବିଶେଷଜ୍ଞ କୁହନ୍ତି ଯେ, ଏହି ଫଟୋ ଫେସିଆଲ କରିବା ପୂର୍ବରୁ ପ୍ରଥମେ ସ୍କିନକୁ ଚିହ୍ନଟ କରି ସୁହାଉଥିବା ପ୍ରଡକ୍ଟ ବ୍ୟବହାର କରାଯିବା ଉଚିତ୍ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ