ETV Bharat / sukhibhava

Juvenile Arthritis: ଛୁଆଙ୍କ ପାଇଁ ବିପଦ ଜୁଭେନାଇଲ ଆଥ୍ରାଇଟିସ, ଜାଣନ୍ତୁ ଏହାର କାରଣ

author img

By

Published : Aug 2, 2023, 7:42 PM IST

ଛୁଆଙ୍କ ପାଇଁ ବିପଦ ଜୁଭେନାଇଲ ଆଥ୍ରାଇଟିସ । କେତେକ କ୍ଷେତ୍ରରେ ଛୁଆ ପଙ୍ଗୁ ମଧ୍ୟ ହୋଇପାରେ । ତେବେ ଜାଣନ୍ତୁ ଏହାର ଲକ୍ଷଣ...

Juvenile Arthritis
Juvenile Arthritis

ହାଇଦ୍ରାବାଦ: ଜୁଭେନାଇଲ୍ ଆର୍ଥ୍ରାଇଟିସ୍ ହେଉଛି ଏକ ଅଟୋମ୍ୟୁମ୍ୟୁନ ରୋଗ ଯାହା ପିଲାମାନଙ୍କଠାରେ ଦେଖାଯାଏ । ଛୋଟ ଛୁଆଙ୍କ କ୍ଷେତ୍ରରେ ଆର୍ଥ୍ରାଇଟିସ୍(Arthritis) ହେଉଛି ଏକ ଅବସ୍ଥା ଯେଉଁଥିରେ ଗଣ୍ଠି ଏବଂ ଏହାର ଆଖପାଖରେ ଯନ୍ତ୍ରଣା, ଫୁଲା, ଦୈନନ୍ଦିନ କାର୍ଯ୍ୟକଳାପରେ ଅସୁବିଧା ଏବଂ କଠିନତା ଦେଖାଯାଏ । ଯଦି ପରିସଂଖ୍ୟାନ ଦେଖିବା ତେବେ ଆମ ଦେଶର ପ୍ରତି 1000 ପିଲାଙ୍କ ମଧ୍ୟରୁ ଜଣେ ଏହି ରୋଗ ଦ୍ୱାରା ପ୍ରଭାବିତ ହୁଅନ୍ତି । 16 ବର୍ଷରୁ କମ୍ ପିଲାମାନଙ୍କଠାରେ ଏହି ଜୁଭେନାଇଲ ଆର୍ଥ୍ରାଇଟିସ ଦେଖାଯାଇଥାଏ । ଯଦି ଜୁଭେନାଇଲ୍ ଆର୍ଥ୍ରାଇଟିସ୍ ଆରମ୍ଭରେ ଚିହ୍ନଟ ସହ ଚିକିତ୍ସା କରାଯାଏ, ତେବେ ପିଲାମାନଙ୍କଠାରେ ଅକ୍ଷମତା ଏବଂ ବିକଳାଙ୍ଗ ସମସ୍ୟାକୁ ରୋକାଯାଇପାରିବ । ଏହାକୁ ରୋକିବାରେ ଡାକ୍ତରଙ୍କ ଔଷଧ, ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଶାରୀରିକ ଚିକିତ୍ସା ବହୁତ ସାହାଯ୍ୟ କରିଥାଏ । ତେବେ ବର୍ତ୍ତମାନ ସୁଦ୍ଧା ଜୁଭେନାଇଲ ଆର୍ଥ୍ରାଇଟିସର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ ।

ଜୁଭେନାଇଲ ଆଥ୍ରାଇଟିସର ଲକ୍ଷଣ: ଜୁଭେନାଇଲ ଆର୍ଥ୍ରାଇଟିସର ଶିକାର ହୋଇଥିବା ପିଲାମାନଙ୍କୁ ଅନେକ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯନ୍ତ୍ରଣା, ଗଣ୍ଠିରେ କଠିନତା ଏବଂ ଚଲାବୁଲାରେ ସମସ୍ୟା ହୋଇପାରେ । ଏହି କାରଣରୁ, ପିଲାମାନେ ଦୈନନ୍ଦିନ କାର୍ଯ୍ୟକଳାପ ଏବଂ ବିଦ୍ୟାଳୟ, କ୍ରୀଡ଼ା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଅନେକ ଥର, ଏହି ରୋଗରେ ପିଲାମାନେ ଅନ୍ୟ ପିଲାମାନଙ୍କଠାରୁ ନିଜକୁ କମ୍ ଭାବି ଅଲଗା ହୋଇ ଯାଆନ୍ତି । ଏହି ରୋଗ ସେମାନଙ୍କ ଆଖି, ହୃଦୟ, ଫୁସଫୁସ ଏବଂ ହଜମ ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରିଥାଏ ।

ଏହା ମଧ୍ୟ ପଢନ୍ତୁ: କାହିଁକି ମହିଳାଙ୍କ ଅଧିକ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହୁଏ, ଜାଣନ୍ତୁ ଏହାର କାରଣ ଓ ନିରାକରଣ

ଜୁଭେନାଇଲ ଆଥ୍ରାଇଟିସର ଚିକିତ୍ସା: ପିତାମାତାମାନେ ପିଲାଦିନରୁ ଶିଶୁର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିବା ଉଚିତ। ଯଦି ଏହା ସହିତ ଜଡିତ କୌଣସି ପ୍ରକାରର ସଙ୍କେତ ଦେଖାଯାଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । କାରଣ ପ୍ରଦାହ ପିଲାମାନଙ୍କର ହାଡ ଏବଂ ଗଣ୍ଠିରେ ଗୁରୁତର ସମସ୍ୟା ସୃଷ୍ଟି କରିପାରେ । ପିତାମାତାଙ୍କ ଯତ୍ନ ପିଲାମାନଙ୍କୁ ଅନେକ ଅସୁବିଧାରୁ ବାହାରିବାରେ ସାହାଯ୍ୟ କରିଥାଏ । ପିଲାମାନଙ୍କୁ ଜୁଭେନାଇଲ୍ ଆର୍ଥ୍ରାଇଟିସରୁ ରକ୍ଷା କରିବା ପାଇଁ କିଛି ବିଷୟ ଉପରେ ଧ୍ୟାନରେ ରଖିବା ଉଚିତ ।

ଶିଶୁରୋଗ ବିଶେଷଜ୍ଞ, ରିମାଟୋଲୋଜିଷ୍ଟ୍, ପେଡିଆଟ୍ରିକ୍ ଅର୍ଥୋପେଡିକ୍ ସର୍ଜନଙ୍କ ଦ୍ବାରା ପିଲାମାନଙ୍କର ନିୟମିତ ପରୀକ୍ଷା କରିବା ଦ୍ବାରା ସେମାନଙ୍କୁ ଏହି ରୋଗରୁ ରକ୍ଷା କରାଯାଇପାରିବ ।

  • ପିଲାମାନଙ୍କୁ ସଠିକ ସମୟରେ ଔଷଧ ଦିଆଯିବା ଉଚିତ୍, ଯାହାଦ୍ୱାରା ଯନ୍ତ୍ରଣା ଏବଂ ଫୁଲା କମିଯାଏ ।
  • ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟ ଗ୍ରହଣ କରିବା ଉଚିତ ।
  • ପିଲାମାନଙ୍କୁ ହାଲୁକା ବ୍ୟାୟାମ କରାନ୍ତୁ ।
  • ଏହି ପରିସ୍ଥିତିର ମୁକାବିଲା ପାଇଁ ପିଲାମାନଙ୍କୁ ମାନସିକ ଶକ୍ତି ଦିଅନ୍ତୁ ।
  • ଜୁଭେନାଇଲ୍ ଆର୍ଥ୍ରାଇଟିସ୍ ବିଷୟରେ ଅଧିକରୁ ଅଧିକ ଲୋକଙ୍କୁ କହିବା ସହ ଏହାର ବିପଦ ନେଇ ଅବଗତ କରାଇବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.