ETV Bharat / sukhibhava

ହାଇପରଥର୍ମିଆ କଣ ? ଶରୀରର ତାପମାତ୍ରା ହଠାତ୍‌ ବୃଦ୍ଧି ହେଲେ କଣ କରିବେ ଜାଣନ୍ତୁ - ତାପମାତ୍ରା ହଠାତ ବୃଦ୍ଧି ହେଲେ କଣ କରିବେ

Hyperthermia: ହାଇପରଥର୍ମିଆ ସମସ୍ୟା କଣ ଜାଣିଛନ୍ତି କି ? କୌଣସି କାରଣରୁ ଶରୀରର ତାପମାତ୍ରା ହଠାତ ବୃଦ୍ଧି ପାଇଲେ କଣ କରିବେ ଜାଣନ୍ତୁ ।

Hyperthermia
Hyperthermia
author img

By ETV Bharat Odisha Team

Published : Dec 8, 2023, 3:38 PM IST

ହାଇଦ୍ରାବାଦ: ସାଧାରଣତଃ ହାଇପରଥର୍ମିଆ ବିଷୟରେ ସମସ୍ତେ ଜାଣନ୍ତି ନାହିଁ । ଏହି ସମସ୍ୟା ହେଲେ ଶରୀରର ତାପମାତ୍ରା ସାଧାରଣ ଠାରୁ ଅଧିକ ବଢି ଯାଇଥାଏ । ପାଣିପାଗରେ ପରିବର୍ତ୍ତନ, ତାପମାତ୍ରାରେ ପରିବର୍ତ୍ତନ, ଶରୀରକୁ ଅଧିକ କ୍ଲାନ୍ତ କରୁଥିବା କାର୍ଯ୍ୟ, ଶରୀରରୁ ଝାଳ ନବାହାରିବା କାରଣରୁ ଏହି ସମସ୍ୟା ହେବାର ସମ୍ଭାବନା ଅଧିକ ରହିଥାଏ । ଏହି ସବୁ ବ୍ୟତୀତ କେତେକ ଔଷଧର ଅଧିକ ବ୍ୟବହାର ଯୋଗୁଁ ମଧ୍ୟ ହାଇପରଥର୍ମିଆ ହୋଇଥାଏ । ଯେତେବେଳେ ଶରୀରରୁ ଝାଳ ବାହାରେ ନାହିଁ ସେତେବେଳେ ଶରୀର ଗରମ ହେବା ଆରମ୍ଭ କରିଥାଏ । ଏହାପରେ ହାଇପରଥର୍ମିଆ ହୋଇଥାଏ ।

ଯଦି ଠିକ ସମୟରେ ଏହାର ଚିକିତ୍ସା କରାନଯାଏ ତେବେ ଏହା ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ଯେତେବେଳେ ଶରୀରରୁ ଝାଳ ବାହାରେ ନାହିଁ ସେତେବେଳେ ଉଚ୍ଚ ରକ୍ତଚାପ ଦେଖାଯାଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ହାଇପରଥର୍ମିଆକୁ ରୋକିବା ପାଇଁ ଏହାର କାରଣ ବୁଝିବା ଜରୁରୀ ଅଟେ ଏବଂ ଶରୀରକୁ ଅଧିକ ଗରମରୁ କିଭଳି ରକ୍ଷା କରିବେ ତାହା ଜାଣିବା ଜରୁରୀ ଅଟେ । କାରଣ ଏହି ରୋଗ ହେବା ଦ୍ବାରା ଶରୀରରୁ ଜଳୀୟ ଅଂଶ କମ ହେବା ସହିତ ଶକ୍ତିହୀନ ଲାଗିଥାଏ ।

ହାଇଡ୍ରେଟ ରହିବା ଜରୁରୀ: ହାଇପରଥର୍ମିଆକୁ ରୋକିବା ପାଇଁ ପ୍ରଥମେ ନିଜ ଶରୀରକୁ ହାଇଡ୍ରେଟ ରଖିବା ଜରୁରୀ ଅଟେ । କାରଣ ଶରୀର ଯେତେବେଳେ ଡିହାଇଡ୍ରେଟ ହୁଏ ସେତେବେଳେ ଶରୀରର ଆଭ୍ୟନ୍ତରୀଣ ତାପମାତ୍ରାକୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହୋଇଯାଏ । ଝାଳ ଶରୀରକୁ ଶୀତଳତା ପ୍ରଦାନ କରିଥାଏ । କିନ୍ତୁ ଶରୀରରେ ଜଳୀୟ ପଦାର୍ଥର ଅଭାବ ଦେଖାଗଲେ ଝାଳ ବାହାରେ ନାହିଁ । ଫଳରେ ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ । ଏହି ସମସ୍ୟା ପାଇଁ ଚିକିତ୍ସା ଅପେକ୍ଷା ପ୍ରତିକାର କରିବା ଆବଶ୍ୟକ ।

ତେଣୁ ଶରୀରକୁ ହାଇଡ୍ରେଟ ରଖିବା ପାଇଁ ଦୈନିକ ଅତି କମରେ 8 ଗ୍ଲାସ ପାଣି ପିଇବା ପାଇଁ ପରାମର୍ଶ ଦିଆଯାଇଥାଏ । କିନ୍ତୁ ଶାରୀରିକ କାର୍ଯ୍ୟକଳାପ ଏବଂ ବ୍ୟକ୍ତିଗତ ଆବଶ୍ୟକତା ଦୃଷ୍ଟିରୁ ଏହା ଭିନ୍ନ ହୋଇଥାଏ । ଯେତେବେଳେ ଖରାରେ ବାହାରକୁ ଯାଉଛନ୍ତି ସେତେବେଳେ ସାଙ୍ଗରେ ପାଣି ବୋତଲ ନେବା ନିହାତି ଆବଶ୍ୟକ ଏବଂ ଶୋଷିଲା ନହେଲେ ମଧ୍ୟ ଆବଶ୍ୟକତା ଅନୁସାରେ ପାଣି ପିଇବା ଉଚିତ୍‌ । ଶର୍କରା ଏବଂ କଫିନ ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ।

ଏହା ମଧ୍ୟ ପଢନ୍ତୁ: ମାରାତ୍ମକ Hyperthermia, ଖରାକୁ ଅଯଥାରେ ନ ବାହାରିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ସଠିକ କପଡା ପରିଧାନ ଆବଶ୍ୟକ: ସଠିକ୍ ପୋଷାକ ପିନ୍ଧିବା ମଧ୍ୟ ହାଇପରଥର୍ମିଆକୁ ରୋକିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ବାହାରକୁ ଯିବା ସମୟରେ ହାଲୁକା ଏବଂ ଫିକା ରଙ୍ଗ ଯୁକ୍ତ ପୋଷାକ ପରିଧାନ କରିବା ଆବଶ୍ୟକ। କାରଣ ଏହା ସୂର୍ଯ୍ୟକିରଣକୁ ଅବଶେଷିତ କରିପାରେ ନାହିଁ ଏବଂ ଏହାସହ ବାୟୁ ପ୍ରବାହ ମଧ୍ୟ ଠିକ ଭାବେ ହୋଇଥାଏ । ସୂତା, ଲାଇଲନ୍ କପଡା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ହୋଇନଥାଏ । କାରଣ ଏଥିରେ ଝାଳ ଅବଶୋଷିତ ହେଉଥିବା ବେଳେ ଶରୀର ଥଣ୍ଡା ରହିଥାଏ ।

ଶରୀର ଅଧିକ ଗରମ ହେଲେ ଥଣ୍ଡା କରିବା ଜରୁରୀ: ଯଦି ଶରୀର ଅଧିକ ଗରମ ହୁଏ ତାହେଲେ ଏଭଳି ସ୍ଥଳେ ଥଣ୍ଡା କରିବା ଜରୁରୀ ଅଟେ । ଯଦି ଆପଣ ଗ୍ରୀଷ୍ମ ଋତୁରେ ଅଧିକ ସମୟ ବାହାରେ ରହୁଛନ୍ତି ତାହେଲେ ତାହାଲେ କିଛି ସମୟରେ ଛାଇ ତଳେ ରହିବା ଉଚିତ୍‌ । ଅଧିକ ସମୟ ବାହାରେ ରହିବା ଦ୍ବାରା ଶରୀରର ଆଭ୍ୟନ୍ତରୀଣ ତାପମାତ୍ରା ବୃଦ୍ଧି ପାଇଥାଏ।

ସଠିକ ଔଷଧ ସେବନ ଜରୁରୀ: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କିଛି ଔଷଧ ହାଇପରଥର୍ମିଆ ସମସ୍ୟା ବୃଦ୍ଧି କରିବାରେ ସହାୟକ ହୋଇଥାଏ। ସାଧାରଣତଃ ଉଚ୍ଚ ରକ୍ତଚାପ, ହୃଦୟ ରୋଗ ଏବଂ ମସ୍ତିଷ୍କ ସହିତ ଜଡିତ ଔଷଧ ଖାଉଥିଲେ ସାବଧାନତା ଜରୁରୀ ଅଟେ। ଯଦି କୌଣସି ଔଷଧ ଖାଉଛନ୍ତି ତାହାଲେ ଋତୁ ଅନୁସାରେ ଏହାର ଦୁଃପ୍ରଭାବ ନେଇ ଡାକ୍ତରଙ୍କ ସହ ପରାମର୍ଶ ଜରୁରୀ ଅଟେ।

ବିଦ୍ର: ଏହା ନିର୍ଦ୍ଦିଷ୍ଟ ସୂଚନା ଉପରେ ଆଧାରିତ ଖବର ଅଟେ। କୌଣସି ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ଜରୁରୀ ଅଟେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.