ETV Bharat / sukhibhava

Swine flu: କେରଳରେ ସ୍ବାଇନ ଫ୍ଲୁରେ ଜଣେ ମୃତ, ଜାଣନ୍ତୁ H1N1ର ଲକ୍ଷଣ

ସ୍ବାଇନ ଫ୍ଲୁ ହେତୁ କେରଳରେ ଜଣେ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଣି ଏହି ଭୁତାଣୁ ମହାମାରୀର ରୂପ ନେବ ବୋଲି ଚର୍ଚ୍ଚା ହେଉଛି। ଏଭଳି ପରିସ୍ଥିତିରେ କିପରି ବର୍ତ୍ତିବେ...

author img

By

Published : Jun 23, 2023, 5:54 PM IST

Swine flu
Swine flu

ଥିରୁଅନନ୍ତପୁରମ: ସ୍ୱାଇନ୍ ଫ୍ଲୁ କିମ୍ବା H1N1 ଭୁତାଣୁ ଏନଫ୍ଲୁଏଞ୍ଜା ଏ ଭୁତାଣୁ ପାଇଁ ହୋଇଥାଏ। ଏହା ଘୁଷୁରି, ପକ୍ଷୀ ଏବଂ ମଣିଷ ମାଧ୍ୟମରେ ଏହି ଭୁତାଣୁ ବ୍ୟାପିଥାଏ। ଏହାରି ଭିତରେ ସ୍ବାଇନ ଫ୍ଲୁକୁ ନେଇ କେରଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କେରଳର କୁଟିପୁରମରେ ଏହି ଭାଇରସ ଯୋଗୁଁ ଜଣେ 13 ବର୍ଷର ବାଳକର ମୃତ୍ୟୁ ହୋଇଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ନିଶ୍ଚିତ କରାଯାଇଛି। ତେବେ କେଉଁ ପରିସ୍ଥିତିରେ ଏହି ଶିଶୁର ମୃତ୍ୟୁ ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। କିମ୍ବା ଏହି ଭୁତାଣୁ ଶିଶୁ ଶରୀରକୁ କିଭଳି ଆସିଲା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଏହାରି ଭିତରେ ଆଉ ଏକ ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇଛି। ବାଳକର ପରିବାର ଲୋକଙ୍କୁ ଏହି ଭୁତାଣୁ ଆକ୍ରାନ୍ତ କରିଛି ନା ନାହିଁ। ଏଭଳି ସ୍ଥିତିରେ ସମସ୍ତଙ୍କୁ ଜାଣିବା ଉଚିତ ଯେ, H1N1 ଭୁତାଣୁ କଣ? କେଉଁ ପ୍ରକାର ଲକ୍ଷଣ ଦେଖି ଆମେ ସ୍ବାଇନ ଫ୍ଲୁର ପୂର୍ବାନୁମାନ କରିପାରିବା

ସ୍ବାଇନ ଫ୍ଲୁର ଲକ୍ଷଣ: ସ୍ୱାଇନ୍ ଫ୍ଲୁ (H1N1) ର ଲକ୍ଷଣ ନିୟମିତ ଫ୍ଲୁର ଲକ୍ଷଣ ସହିତ ସମାନ ହୋଇଥାଏ। ଏହି ଲକ୍ଷଣଗୁଡିକ ଭୁତାଣୁ ସଂସ୍ପର୍ଶରେ ଆସିବାର ତିନି ରୁ ପାଞ୍ଚ ଦିନ ପରେ ଦେଖାଯାଇଥାଏ।

  1. ଶରୀର କିମ୍ବା ମାଂସପେଶୀ ଯନ୍ତ୍ରଣା
  2. ଜ୍ୱର
  3. ଥଣ୍ଡା
  4. କଫ
  5. ଗଳା ଖରାପ
  6. ଥକ୍କା ଲାଗିବା
  7. ମୁଣ୍ଡ ବିନ୍ଧା

ଛୋଟ ଛୁଆଙ୍କ କ୍ଷେତ୍ରରେ ଲକ୍ଷଣ ଅଲଗା ହୋଇପାରେ: ପିଲାମାନଙ୍କଠାରେ ସ୍ୱାଇନ୍ ଫ୍ଲୁ (H1N1) ର ଲକ୍ଷଣ ବୟସ୍କମାନଙ୍କ ଅପେକ୍ଷା ଅଧିକ ଭୟଙ୍କର ହୋଇପାରେ

  1. ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା
  2. ଶୋଇବା ସମୟରେ କାନ୍ଦିବା
  3. ଖିର କିମ୍ବା ପାଣି ନପିଇବା
  4. ଅଧିକ ଜ୍ବର ହେବା

ସ୍ବାଇନ ଫ୍ଲୁ ଅଧିକ ବୟସାଧିକ ଏବଂ ଛୋଟ ଛୁଆଙ୍କ ପାଇଁ ହାନିକାରକ ହୋଇପାରେ। 5 ବର୍ଷରୁ କମ ବୟସର ଛୁଆ କିମ୍ବା 65 ବର୍ଷରୁ ଅଧିକ ବୟସ୍କପାଇଁ ଏହା ବିପଦ ହୋଇଥାଏ। ଏହା ଦ୍ବାରା ନିମୋନିଆ, ହୃଦରୋଗ ଏବଂ ନିଶ୍ବାସ ପ୍ରଶ୍ବାସରେ କଷ୍ଟ ହୋଇପାରେ।

ଏହା ମଧ୍ୟ ପଢନ୍ତୁ: Gender Change Surgery: ଲିଙ୍ଗ ପରିବର୍ତ୍ତନ ପାଇଁ କଣ ରହିଛି ପ୍ରକ୍ରିୟା, କେତେ ଦିନ ଲାଗେ ସମୟ

ସ୍ବାଇନ ଫ୍ଲୁରୁ କିଭଳି ବର୍ତ୍ତିବେ: ସ୍ବାଇନ ଫ୍ଲୁରୁ ରକ୍ଷା ପାଇବା ପାଇଁ ଗୋଟିଏ ଉପାୟ ହେଉଛି ଶ୍ୱାସକ୍ରିୟାର ସ୍ୱଚ୍ଛତା ପ୍ରତି ବିଶେଷ ଯତ୍ନ ନେବା। ବାରମ୍ବାର ହାତ ଧୋଇବା। ପ୍ରତ୍ୟେକ ଥର ସାବୁନ ଏବଂ ପାଣି ବ୍ୟବହାର କରି ଅତିକମରେ 20 ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ଆବଶ୍ୟକ। କାଶିବା ବା ଛିଙ୍କିବା ସମୟରେ ରୁମାଲ ଦେଇ ଛିଙ୍କିବା। ଅନ୍ୟକୁ ଛୁଇଁବା ଠାରୁ ଦୂରେଇ ରହିବା। ବସବାସ କରୁଥିବା ସ୍ଥାନକୁ ଡିଟରଜେଣ୍ଟ ପକାଇ ସଫା କରିବା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.