ETV Bharat / sukhibhava

ବାରମ୍ବାର ହେକୁଟି ଆସୁଛି କି, ସାବଧାନ ! ହୋଇଥାଇପାରେ ଏହି ମାରାତ୍ମର ରୋଗ - କୋଲନ କ୍ୟାନ୍ସର କଣ

ଦିନକୁ 5ରୁ 10 ଥର ହେକୁଟି ଆସୁଥିଲେ କରନ୍ତୁନି ଅଣଦେଖା । ହୋଇଥାଇପାରେ ଏହି କ୍ୟାନ୍ସର । ଅଧିକ ପଢନ୍ତୁ

colon cancer
colon cancer
author img

By ETV Bharat Odisha Team

Published : Aug 26, 2023, 4:55 PM IST

ହାଇଦ୍ରାବାଦ: ଖାଦ୍ୟ ଖାଇବା ପରେ ହେକୁଟି ଆସିବା ସାଧାରଣ କଥା। ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ଖାଦ୍ୟ ଖାଇବା ପରେ ହେକୁଟି ଆସିଥାଏ। କିନ୍ତୁ ସ୍ବାସ୍ଥ୍ୟ ବିଶଷଜ୍ଞଙ୍କ ମତରେ ଯଦି ଦିନସାରା କିମ୍ବା କ୍ରମାଗତ ଭାବରେ ହେକୁଟି ଆସୁଛି, ତେବେ ଏହା ଏକ ଗୁରୁତର ରୋଗର ସଙ୍କେତ ହୋଇପାରେ ବୋଲି କହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଜଣେ 24 ବର୍ଷ ବୟସ୍କା ମହିଳାଙ୍କୁ ବାରମ୍ବାର ହେକୁଟି ଆସୁଥିଲା। ପ୍ରଥମେ ଦିନକୁ 5ରୁ 10 ଥର ହେକୁଟି ଆସୁଥିବା ବେଳେ କିଛି ଦିନ ପରେ କ୍ରମାଗତ ହେକୁଟି ଆସିଲା। ତେବେ ସ୍ବାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ଡାକ୍ତରଙ୍କ ପାଖକୁ ଯାଇ ପରୀକ୍ଷା କରିବା ପରେ ସେ କୋଲୋନ କ୍ୟାନ୍ସରେ ପୀଡିତ ଥିବା ଜଣାପଡିଥିଲା। କ୍ୟାନ୍ସରର 4ଟି ଷ୍ଟେଜ ହୋଇଥିବା ବେଳେ ଉକ୍ତ ମହିଳାଙ୍କ କ୍ୟାନ୍ସର ତୃତୀୟ ଷ୍ଟେଜରେ ରହିଥିବା ଜଣାପଡିଥିଲା। ଏହି ଖବର ବର୍ତ୍ତମାନ ଚିନ୍ତାର ବିଷୟ ପାଲିଟିଛି।

ସୂଚନାଅନୁସାରେ, ବାରମ୍ବାର ହେକୁଟି ଆସିବା ହେତୁ ମହିଳା ଜଣକ ବିରକ୍ତ ହୋଇଥିଲେ। ଲୋକମାନେ ଏହି ଅଭ୍ୟାସକୁ ପରିହାସ କରୁଥିଲେ। ଉକ୍ତ ମହିଳାଙ୍କର ପ୍ରଥମେ ହେକୁଟି ସମସ୍ଯା ରହିଥିବା ବେଳେ ପରବର୍ତ୍ତି ସମୟରେ ବାନ୍ତି ମଧ୍ୟ ଆରମ୍ଭ ହୋଇଥିଲା। ଏହାସହିତ ପେଟରେ ଯନ୍ତ୍ରଣା ହେବାରୁ ଡାକ୍ତରଙ୍କ ସହ ପରାମର୍ଶ କରିଥିବା ସେ କହିଛନ୍ତି।

ଏହା ମଧ୍ୟ ପଢନ୍ତୁ: ବଢୁଛି କୋଲୋନ କର୍କଟ ବିପଦ, ସୁରକ୍ଷିତ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

କିଭଳି ଜଣାପଡିଥିଲା କୋଲନ କ୍ୟାନ୍ସର: ଯେତେବେଳେ ଉକ୍ତ ମହିଳାଙ୍କର ଏଭଳି ସମସ୍ୟା ଦେଖାଦେଇଥିଲା ସେ ଅନ୍ତନଳୀରେ ଏହା ଏକ ସାମାନ୍ୟ ସମସ୍ୟା ବୋଲି ଭାବିଥଲେ। କିନ୍ତୁ ପରବର୍ତ୍ତି ସମୟରେ ସ୍ଥିତି ଗମ୍ଭୀର ହେବା କାରଣରୁ ମହିଳାଜଣକ ଡାକ୍ତରଙ୍କୁ ପରାମର୍ଶ କରିଥିଲେ। ତେବେ ଡାକ୍ତରଙ୍କ କହିବା ଅନୁସାରେ ସିଟିସ୍କାନ କରିବା ଦ୍ବାରା ଅନ୍ତନଳୀରେ ଏକ ଗଣ୍ଠି ବା ବଥ ରହିଥିବା ଭଳି ଜଣାପଡିଥିଲା। ଏହାପରେ ମହିଳା ଜଣକ ଏକ ବାୟୋପ୍ସି କରିଥିଲେ, ଯେଉଁଥିରେ ସେ ତୃତୀୟ ଷ୍ଟେଜ କୋଲୋନ୍ କର୍କଟ ବିଷୟରେ ଜାଣିଥିଲେ। କୋଲନ କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ମହିଳାଙ୍କୁ ଡାକ୍ତର ଅସ୍ତ୍ରୋପଚାର ପାଇଁ କହିବା ପରେ ମଧ୍ୟ ସେ ରାଜି ହୋଇନଥିଲେ। ଏହାପରେ ମହିଳା ଜଣକ ତାଙ୍କ କୋଲନର ପ୍ରଭାବିତ ଅଂଶକୁ ବାହାର କରିବା ପାଇଁ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ସମୟରେ କିଛି ଲସିକା ଗ୍ରନ୍ଥି ବାହାର କରାଯାଇଥିଲା। ତେବେ ମହିଳାଙ୍କ କହିବା ଅନୁସାରେ ଏହି କର୍କଟରେ ପୀଡିତ ହେଲେ ପ୍ରଥମେ ହେକୁଟି ସମସ୍ୟା ଦେଖାଦେଇପାରେ। ବାରମ୍ବାର ହେକୁଟି ଲାଗି ରହିଲେ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ।

କୋଲନ କ୍ୟାନ୍ସର କଣ: ଏହି କ୍ୟାନ୍ସର ଅନ୍ତନଳୀରେ ହୋଇଥାଏ। ବୃହତ ଅନ୍ତନଳୀ ଭିତରେ ଏହି କ୍ୟାନ୍ସର ହୋଇଥାଏ। ଯକୌଣସି ବୟସରେ ମଧ୍ୟ ଏହି କର୍କଟ ହୋଇପାରେ। ଖରାପ ଖାଦ୍ୟ ଶୈଳୀ କୋଲୋନ୍ କର୍କଟ ରୋଗର ସବୁଠାରୁ ବଡ କାରଣ ଭାବରେ ବିବେଚନା କରାଯାଏ। ବେଳେବେଳେ ଜେନେଟିକ୍ ବା ବଂଶଗତ କାରଣ ମଧ୍ୟ କୋଲୋନ୍ କର୍କଟ ପାଇଁ ଦାୟୀ ହୋଇପାରେ।

କୋଲନ କର୍କଟର ଲକ୍ଷଣ:

  1. ମଳରେ ରକ୍ତ ପଡିବା
  2. ବାରମ୍ବାର ହେକୁଟି ଆସିବା
  3. ପାଟିରୁ ରକ୍ତ ପଡିବା
  4. ପେଟରେ ଯନ୍ତ୍ରଣା ଏବଂ ଗ୍ୟାସ ସମସ୍ୟା
  5. ବାରମ୍ବାର ଝାଡା ଲାଗିବା
  6. ବିନା କୌଣସି କାରଣ ପାଇଁ ଓଜନ କମିଯିବା
  7. ଥକ୍କା ଲାଗିବା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.