ETV Bharat / sukhibhava

Weight loss tips: କେମିତି ନିୟନ୍ତ୍ରଣରେ ରଖିବେ ଶାରୀରିକ ଓଜନ, ଜାଣନ୍ତୁ

author img

By

Published : Jan 11, 2023, 8:15 PM IST

ଓଜନ ବୃଦ୍ଧିକୁ ନେଇ ବର୍ତ୍ତମାନର ଯୁବପିଢି ବେଶ୍ ଚିନ୍ତିତ । ହେଲେ ସଠିକ୍ ଡାଏଟ୍ ପ୍ଲାନ୍ କରିନପାରିବାରୁ ନିୟନ୍ତ୍ରଣରେ ରହିନଥାଏ ଓଜନ । ତେଣୁ ଓଜନ ନିୟନ୍ତ୍ରଣ ପାଇଁ କେଉଁ ଖାଦ୍ୟ ଖାଇବେ ଏବଂ କେଉଁ ଖାଦ୍ୟ ଏଡାଇବେ(Weight loss tips), ଜାଣନ୍ତୁ...

Weight loss
Weight loss tips

ହାଇଦ୍ରାବାଦ: ଓଜନ ବୃଦ୍ଧି ଏକ ସାଧାରଣ ସମସ୍ୟା, କୌଣସି ବୟସର ବ୍ୟକ୍ତି ଏହି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଯେତେବେଳେ ପେଟ ଏବଂ ଅଣ୍ଟାରେ ଚର୍ବି ଜମା ହେବା ଆରମ୍ଭ ହୁଏ, ଶରୀରର ସାମଗ୍ରିକ ଦୃଶ୍ୟ(Overal Look) ନଷ୍ଟ ହୋଇଯାଏ । ମୋଟାପଣ(Obesity) ଏକ ରୋଗ ନୁହେଁ ସତ, କିନ୍ତୁ ଏହା ଅନେକ ରୋଗର କାରଣ ହୋଇଥାଏ । ଏହି ମୋଟାପଣର ମୁଖ୍ୟ କାରଣ ଆମ ପରିବର୍ତ୍ତିତ ଜୀବନଶୈଳୀ । କେଉଁ ଖାଦ୍ୟ ଖାଇବା ଦ୍ବାରା ଅଦରକାରୀ ଚର୍ବି ବୃଦ୍ଧି ପାଇ ଶାରୀରିକ ଓଜନ ବୃଦ୍ଧି ପାଏ ଏବଂ କେଉଁ ଖାଦ୍ୟ ଓଜନ ନିୟନ୍ତ୍ରଣ କରେ(Weight loss tips), ଜାଣନ୍ତୁ...

ତେଲିଆ ଖାଦ୍ୟ

ଭାରତରେ ତେଲିଆ ଖାଦ୍ୟ ଖାଇବାର ଧାରା ବହୁତ ଅଧିକ । ଏହି କାରଣରୁ, ଆମ ଶରୀରରେ ବହୁତ ଚର୍ବି ଜମା ହେବା ଆରମ୍ଭ କରେ କାରଣ ଏଥିରେ ଥିବା କ୍ୟାଲୋରୀ ପରିମାଣ ବହୁତ ଅଧିକ । ଯେଉଁମାନେ ବସିବା କାମ କରନ୍ତି, ସେମାନଙ୍କର କ୍ୟାଲୋରୀ ନଷ୍ଟ ହୋଇନଥାଏ ଏବଂ ଏହା ଚର୍ବିରେ ପରିଣତ ହେବାକୁ ଲାଗେ । ତେଣୁ, ଯଦି ଆପଣଙ୍କର ଶାରୀରିକ କାର୍ଯ୍ୟକଳାପ ହ୍ରାସ ପାଉଛି, ତେବେ ଅନ୍ତତଃ ପକ୍ଷେ ଏକ ସୁସ୍ଥ ଖାଦ୍ୟ ମାଧ୍ୟମରେ ଓଜନ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ ।

ସ୍ନାକ୍ସ

ଅଧିକାଂଶ ଲୋକେ କ୍ଷୁଧା ମେଣ୍ଟାଇବା ପାଇଁ ପ୍ରାୟତଃ ଚା’ ସହିତ ବିସ୍କୁଟ ଏବଂ ସ୍ନାକ୍ସ ଖାଇବାକୁ ପସନ୍ଦ କରନ୍ତି । ଏଥିରେ ଚିପ୍ସ, ନମକିନ୍ ଏବଂ ବିସ୍କୁଟ ଏବଂ ଅନେକ ପ୍ରକାରର ସୁସ୍ବାଦୁ ଜିନିଷ ଅନ୍ତର୍ଭୁକ୍ତ । ଏହି ପ୍ରକାରର ଖାଦ୍ୟ ଶରୀରରେ କ୍ୟାଲୋରୀ ସଂଖ୍ୟା ବୃଦ୍ଧି କରନ୍ତି, ଯେଉଁଥିପାଇଁ ଓଜନ ଦ୍ରୁତ ଗତିରେ ବଢିବା ଆରମ୍ଭ କରେ । ତେଣୁ, ନମକିନ୍ ଖାଦ୍ୟକୁ ଡାଏଟରୁ ବାଦ୍ ଦିଅନ୍ତୁ ।

ଫ୍ରେଞ୍ଚ୍ ଫ୍ରାଏ(French fries)

ଫ୍ରେଞ୍ଚ୍ ଫ୍ରାଏ ସହିତ ଫ୍ରାଏଡ୍ ଖାଦ୍ୟ(ଅତ୍ୟଧିକ ଭଜା ଯାଇଥିବା ଖାଦ୍ୟ) ସାଧାରଣତଃ କ୍ୟାଲୋରୀ, ଲୁଣ ଏବଂ ଅସ୍ୱାସ୍ଥ୍ୟକର ଚର୍ବିର ସୃଷ୍ଟିର କାରଣ । ଏହି ରନ୍ଧନ ପ୍ରଣାଳୀରେ ବହୁ ପରିମାଣର ଚର୍ବି ଏବଂ କ୍ୟାଲୋରୀ ଯୋଗ ହୋଇଥାଏ । ତେଣୁ ବାହାରେ ଖାଇବାବେଳେ, ଓଜନ ହ୍ରାସ କରିବାକୁ ଚାହୁଁଥିବା ଲୋକମାନେ ତରକାରୀ ବଦଳରେ ଏକ ସାଲାଡ, ଫଳ, କିମ୍ବା କମ୍ ପରିମାଣର ଖାଦ୍ୟ ଗ୍ରହଣ କରିପାରିବେ ।

ହ୍ବାଇଟ୍ ପାସ୍ତା ଏବଂ ବ୍ରେଡ୍

ହ୍ବାଇଟ୍‌ ପାସ୍ତା କିମ୍ବା ରୁଟି ଯାହା ଲୋକମାନେ ବିଶୋଧିତ ଗହମ ମଇଦା ବ୍ୟବହାର କରି ତିଆରି କରନ୍ତି । ସେଗୁଡିକରେ ସାଧାରଣତଃ ଅଧିକ କ୍ୟାଲୋରୀ ଏବଂ କାର୍ବୋହାଇଡ୍ରେଟ୍‌ଯୁକ୍ତ ରହିଥାଏ । କିନ୍ତୁ ଫାଇବର, ପ୍ରୋଟିନ୍ ଏବଂ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ କମ୍ । ଏଗୁଡିକ ଓଜନ ବୃଦ୍ଧିର ମୁଖ୍ୟ କାରଣ ହୋଇଥାଏ ।

ଓଜନ ନିୟନ୍ତ୍ରଣରେ ରଖୁଥିବା ଖାଦ୍ୟ...

କିୱି(Kiwi):- ଏହି ଫଳରେ ଭିଟାମିନ୍ ସି, ଭିଟାମିନ୍ ଇ, ଫୋଲେଟ୍ ଏବଂ ଫାଇବର ଭରପୂର ପରିମାଣରେ ରହିଛି, ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ସେହିପରି କିୱିରେ କ୍ୟାଲସିୟମ, ମ୍ୟାଗନେସିୟମ ଓ ଫସଫରସ ମାତ୍ରାଧିକ ପରିମାଣରେ ରହିଥାଏ । ହଜମ କ୍ରିୟାରେ ମଧ୍ୟ ସାହାଯ୍ୟ କରିଥାଏ କ୍ବିୱି ।

କମଳା(Orange):- ଯଦି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ରୂପେ କମଳାକୁ ଆପଣାଇବା ଉଚିତ୍ । ଯଦି ପ୍ରତିଦିନ କମଳା କିମ୍ବା କମଳା ଜୁସ୍‌ ପିଅନ୍ତି, ତେବେ ଏହା ଓଜନ ହ୍ରାସ କରିବାରେ ବହୁତ ସାହାୟକ ହେବ । ଫାଇବର ଥିବା ଫଳ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । କମଳାରେ ମଧ୍ୟ ଫାଇବର ଥାଏ ।

ଅମୃତଭଣ୍ଡା(Papaya):- ଓଜନ ହ୍ରାସ କରିବାରେ ଅମୃତଭଣ୍ଡା ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ । କାରଣ ଏହାର ପୁଷ୍ଟିକର ତତ୍ତ୍ବ ବହୁତ ଅଧିକ । ଏଥିରେ ଗାଲିକ୍ ଏସିଡ୍ ଥାଏ, ଯାହା ମେଦବହୁଳତାକୁ ଦୂର କରିଥାଏ । ସାଧାରଣତଃ କେତେକ ଲୋକେ ଅମୃତଭଣ୍ଡାକୁ କଞ୍ଚା କାଟି ଖାଇଥାନ୍ତି । ମାତ୍ର ଏହାକୁ ମଧ୍ୟ ଜୁସ୍ କରି ପିଇପାରିବେ ।

ସେଓ(Apple):-ଆପଲ୍‌ରେ ପଲିଫେନୋଲ ମିଳିଥାଏ, ଯାହା ବହୁ ପରିମାଣରେ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଦୈନନ୍ଦିନ ଖାଦ୍ୟରେ ଆପଲ୍ ଅନ୍ତର୍ଭୁକ୍ତ କରିବାକୁ ପଡିବ । ଆପଲ୍ ଜୁସ୍ ମଧ୍ୟ ପିଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.